ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କ ମୁତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଶୁଣ୍ଢରେ ଧରି ପାଦତଳେ ଦଳି ଦେଇଥିବା ହେତୁ ଘଟଣାସ୍ଥଳରେ ହି ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ବନବିଭାଗ ଓ କୋଇଡା ପୋଲିସର […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନଖଣ୍ଡ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କ ମୁତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଇଡା ସପ୍ତାହିକ ହାଟରୁ ଫେରୁଥିବା ବେଳେ ସନ୍ଧ୍ୟା ୬ ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଶୁଣ୍ଢରେ ଧରି ପାଦତଳେ ଦଳି ଦେଇଥିବା ହେତୁ ଘଟଣାସ୍ଥଳରେ ହି ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ବନବିଭାଗ ଓ କୋଇଡା ପୋଲିସର ଏକ ଟିମ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଘଟଣାସ୍ଥଳରେ ଉତେଜନା ଲାଗିରହିଛି । ଅନ୍ୟପଟେ ସରକାରଙ୍କ ନିୟମ ଅନୁସାରେ ପରିବାରଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅତିରିକ୍ତ ତହସିଲଦାରଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ; ଥାନାରେ ଅଭିଯୋଗ ପରେ ବିଷ ପିଇ ପିଇଦେଲେ PEO

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp