ବାପାର ଟାଙ୍ଗିଆ ଚୋଟରେ ଚାଲିଗଲା ପୁଅର ଜୀବନ

The Sakala Picture
Published On

କୋଇଡା: ଘରୋଇ କଳହରୁ କରୁଣ ପରିଣତି । ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ବାପ ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ ସାମାନ୍ୟ ବାଚଶାକୁ ନେଇ କଳହ ସୃଷ୍ଟି ହୋଇଥିଲା । ପୁଅର ଗୋଇଠା ମାଡ଼ରେ ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ […]

କୋଇଡା: ଘରୋଇ କଳହରୁ କରୁଣ ପରିଣତି । ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ବାପ ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ ସାମାନ୍ୟ ବାଚଶାକୁ ନେଇ କଳହ ସୃଷ୍ଟି ହୋଇଥିଲା । ପୁଅର ଗୋଇଠା ମାଡ଼ରେ ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆଘାତ କରିଥିଲେ । ଆହତ ଅବସ୍ଥାରେ ପରିବାର ଲୋକେ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁଶାନ୍ତଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣା ସ୍ଥଳରେ ପହଁଚି ବାପ ଗୋପୀନାଥ ନାଏକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

17 Aug 2023 By The Sakala

ବାପାର ଟାଙ୍ଗିଆ ଚୋଟରେ ଚାଲିଗଲା ପୁଅର ଜୀବନ

କୋଇଡା: ଘରୋଇ କଳହରୁ କରୁଣ ପରିଣତି । ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା । ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ବାପ ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ ସାମାନ୍ୟ ବାଚଶାକୁ ନେଇ କଳହ ସୃଷ୍ଟି ହୋଇଥିଲା । ପୁଅର ଗୋଇଠା ମାଡ଼ରେ ବାପା ରାଗିଯାଇ ପାଖରେ ଥିବା ଏକ ଟାଙ୍ଗିଆରେ ପୁଅକୁ ଆଘାତ କରିଥିଲେ । ଆହତ ଅବସ୍ଥାରେ ପରିବାର ଲୋକେ କୋଇଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁଶାନ୍ତଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣା ସ୍ଥଳରେ ପହଁଚି ବାପ ଗୋପୀନାଥ ନାଏକଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛନ୍ତି ।

https://www.thesakala.in/latest-odisha-news/sundargarh/father-killed-his-son-over-family-feud-in-sundargarh/article-24530
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର