ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ

The Sakala Picture
Published On

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି। ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିଲା। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି। ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ବାହାରି ଥିଲେ। ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୂଢ ହୋଇଥିଲେ। […]

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ରଥଯାତ୍ରା ପାଳିତ ହୋଇଯାଇଛି। ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରିତୀ ନିତୀରେ ଏହି ରଥଯାତ୍ରା ପାଳନ କରାଯାଉଥିଲା। ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଛି।

ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ କୋଟସମଲାଇର ଛଳିଆ ପାହଡ଼ର ଶ୍ରୀମନ୍ଦିରରୁ ଘୋଷଯାତ୍ରାରେ ବାହାରି ଥିଲେ। ପ୍ରାୟ ୨୦୦ଫୁଟ ତଳକୁ ଧାଡ଼ିହଣ୍ଡିରେ ବିଗ୍ରହମାନେ ଆସି ରଥାରୂଢ ହୋଇଥିଲେ। ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା। ଛଳିଆ ପାହାଡ଼ର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତମାନେ ତିନିବିଗ୍ରହଙ୍କୁ ପହଣ୍ଡି କରି ଆଣିଥିଲେ।

ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ ହୋଇଥିଲେ। ଗତ ୧୨ ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ଛଳିଆ ପାହଡର ପାତାଳି ଶ୍ରୀକ୍ଷେତ୍ରର ଛଳିଆ ପାହଡରେ ପ୍ରତିଷ୍ଠା କରାଯାଇଥିଲା। ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ। ସେହିଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ପାତଳି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତି ନୀତିରେ ଏହି ରଥଯାତ୍ରା ପାଳନ କରାଯାଉଛି।

01 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର