ପାଠଶାଳାରୁ ପରିବେଶ ଚିନ୍ତା

The Sakala Picture
Published On

ସୋନପୁର: ସୋନପୁର ଜିଲ୍ଲା ତରଭା ବ୍ଲକ ସୁନାରୀପଡ଼ା ନିବାସୀ ରାଜକିଶୋର ସାହୁ। ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ରାଜକିଶୋରଙ୍କ ୨୫ ଏକର ଜମିରେ ସୃଷ୍ଟି କରିଥିବା ଜଙ୍ଗଲ ଭିତରେ ବିଭିନ୍ନ ଜାତିର ହଜାର ହଜାର ପକ୍ଷୀ, ଠେକୁଆ, କୋକିଶିଆଳି, ହେଟାବାଘ, ହନୁମାଙ୍କଡ଼, ଗୋଧି, ନେଉଳ, ମହୁଲ ମୂଷା, ବିଲେଇ ଭଳି ଜୀବ ବର୍ଷସାରା ଦେଖାଯାନ୍ତି। ରାଜକିଶୋର ସୃଷ୍ଟି କରିଥିବା ଏହି ଜଙ୍ଗଲ ତାଙ୍କୁ ଆୟ ଦେଇ ନ ଥିଲେ […]

ସୋନପୁର: ସୋନପୁର ଜିଲ୍ଲା ତରଭା ବ୍ଲକ ସୁନାରୀପଡ଼ା ନିବାସୀ ରାଜକିଶୋର ସାହୁ। ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ରାଜକିଶୋରଙ୍କ ୨୫ ଏକର ଜମିରେ ସୃଷ୍ଟି କରିଥିବା ଜଙ୍ଗଲ ଭିତରେ ବିଭିନ୍ନ ଜାତିର ହଜାର ହଜାର ପକ୍ଷୀ, ଠେକୁଆ, କୋକିଶିଆଳି, ହେଟାବାଘ, ହନୁମାଙ୍କଡ଼, ଗୋଧି, ନେଉଳ, ମହୁଲ ମୂଷା, ବିଲେଇ ଭଳି ଜୀବ ବର୍ଷସାରା ଦେଖାଯାନ୍ତି। ରାଜକିଶୋର ସୃଷ୍ଟି କରିଥିବା ଏହି ଜଙ୍ଗଲ ତାଙ୍କୁ ଆୟ ଦେଇ ନ ଥିଲେ ହେଁ ଭବିଷ୍ୟତ ପିଢ଼ି ସକାଶେ ଏକ ସମ୍ପଦରେ ପରିଣତ ହେଲାଣି।

ରାଜକିଶୋରଙ୍କ ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ୧୨ ଏପ୍ରିଲ ୧୯୬୫ରେ ସୁନାରୀପଡ଼ାରେ ଜନ୍ମ ନେଇଥିବା ରାଜକିଶୋର ତରଭା ବାଳକ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଜବାହର କଲେଜ ପାଟଣାଗଡ଼଼ରୁ ବିଏ, ବଲାଙ୍ଗୀର ‘ଲ’ କଲେଜରୁ ଏଲଏଲବି କରିଛନ୍ତି। ରାଷ୍ଟ୍ରଭାଷା ରତ୍ନ ପାଶ କରିଥିବା ରାଜକିଶୋର ୧ ଅଗଷ୍ଟ ୧୯୮୮ ରେ ତରଭା ବ୍ଲକ ଶିବତୁଲା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ଯୋଗଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ପିଲାଟି ବେଳରୁ ରାଜକିଶୋର ଜଣେ ସ୍ୱାଧୀନଚେତା, ପରିବେଶ ସଚେତନ ତଥା ସୁବକ୍ତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିବା ପରେ ଶିବତୁଲା ପଞ୍ଚାୟତ ଅନ୍ତର୍ଗତ ଅତାସିଂହା ମୌଜାରେ ଥିବା ତାଙ୍କର ୨୫ ଏକର ଜମିରେ ଜଙ୍ଗଲ ସୃଷ୍ଟି କରି ଅଞ୍ଚଳର ପରିବେଶ ସୁରକ୍ଷା କରିବାକୁ ଚିନ୍ତା କରିଥିଲେ। ଏଥି ସକାଶେ ଅର୍ଥ ବାଧକ ସାଜିଥିଲା ହେଲେ ସେ ହାର ନ ମାନି ନିଜ ଦରମା ଟଙ୍କାରେ ଏପ୍ରିଲ ୨୦୦୩ରୁ ଉକ୍ତ ଜମିରେ ଚାରାରୋପଣ ଆରମ୍ଭ କରିଥିଲେ। ଇତି ମଧ୍ୟରେ ୨୧ବର୍ଷ ବିତିଗଲାଣି ରାଜକିଶୋର ସୃଷ୍ଟି କରିଥିବା ଜଙ୍ଗଲରେ ବର୍ତ୍ତମାନ ୧୨୧ କିସମର ୨୦ ହଜାରରୁ ଊର୍ଦ୍ଧ୍ବ ଗଛ ରହିଛି। ଏଥି ମଧ୍ୟରେ ସାଗୁଆନ, ସିଶୁ, ସାହାଜ, ମୁଇଠ, ବେଲ, ତାଳ, ତେନ୍ତୁଳି, ଖଜୁରୀ, ଆମ୍ୱ, ଜାମୁ, ନିମ୍ୱ, ଅର୍ଜୁନ, କରଞ୍ଜ, ଗମ୍ଭାରୀ, ସପେଟା, ଲେମ୍ୱୁ, ଲିଚୁ, ନଡ଼ିଆ, ଗୁଆ, ଡାଲଚିନି, ତେଜପତ୍ର, ବହଲ, କୁଳେର, ବାଉଁଶ, ବରକୋଳି, ରୁଦ୍ରାକ୍ଷ, ଚନ୍ଦନ, ମହୁଲ, ହରିଡା, ଅଁଳା, ବାହାଡ଼ା ପ୍ରଭୃତି ମୂଲ୍ୟବାନ ବୃକ୍ଷ ରହିଛି। ପ୍ରକୃତି ସେବା ହିଁ ପ୍ରକୃତ ମାନବ ସେବା’ ଏହି ମନ୍ତ୍ରକୁ ଅପଣାଇ ଥିବା ରାଜକିଶୋର ତାଙ୍କର ଏହି ଜଙ୍ଗଲ ଭିତରେ ଗାଈ, ମଇଁଷି, ଛେଳି, କୁକୁଡ଼ା, କୁକୁରଙ୍କୁ ମଧ୍ୟ ପାଳିଛନ୍ତି। ଜଙ୍ଗଲ ଭିତରେ ପାରମ୍ପାରିକ ଢଙ୍ଗରେ ଛତୁ ଚାଷ ମଧ୍ୟ କରୁଛନ୍ତି। ୨୦୦୩ ମସିହାରୁ ଆରମ୍ଭ କରିଥିବା ଏହି ଜଙ୍ଗଲ ପାଇଁ ୭୬୬୫୦ କର୍ମ ଦିବସ ସୃଷ୍ଟି କରି ଲୋକଙ୍କୁ ରୋଜଗାର ଯୋଗାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ଅବସର ବିନୋଦନ, ବଣଭୋଜି ପାଇଁ ତରଭା ତଥା ଆଖପାଖର ପ୍ରକୃତି ପ୍ରେମୀ ଏଠାକୁ ଆସି ରାଜକିଶୋରଙ୍କ ଉଦ୍ୟମର ଭୁୟଂସୀ ପ୍ରଶଂସା କରୁଛନ୍ତି।

20 Oct 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର