ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମୋ ବନ୍ଦୀ ଜୀବନ’ ଉନ୍ମୋଚିତ

Sakala Desk Picture
Published On

ବୀରମହାରାଜପୁର: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ପଞ୍ଚାୟତ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସର ଶୁଭ ଅବସରରେ ସୁବର୍ଣ୍ଣପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ଲିଖିତ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପୁସ୍ତକ 'ମୋ ବନ୍ଦୀ ଜୀବନ' ଉନ୍ମୋଚିତ ହୋଇଯାଇଛି। କଳାପଥର ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ମେହେର, ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ରଥ, କଳାପଥର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ୱତୀ ଦାସ, କଳାପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଲାଲବାବୁ ସେଠୀ, ଦଧିବାମନ ତ୍ରିପାଠୀ ଏବଂ କୃଷକ ନେତା ବୈକୁଣ୍ଠନାଥ ଶତପଥୀ ମିଳିତ ଭାବେ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ପଞ୍ଚାୟତ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀ ପ୍ରଦୀପ ପୁରୋହିତ ଓ ଅଶ୍ୱିନୀ ଶତପଥୀଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ପୁତ୍ର ପ୍ରଶାନ୍ତ କୁମାର ଶତପଥୀ, ପ୍ରଦୀପ୍ତ କୁମାର ଶତପଥୀ, ପ୍ରତ୍ୟୁଷ କୁମାର ଶତପଥୀ, କନ୍ୟା ପ୍ରତିଭା ଶତପଥୀ ଏବଂ ବଡ଼ ବୋହୂ ଅର୍ଚ୍ଚନା ଶତପଥୀ ମିଳିତ ଭାବେ ପରିଚାଳନା କରିଥିଲେ। ମୁଖ୍ୟ ବକ୍ତା ଡ. ପ୍ରଫୁଲ୍ଲ କୁମାର ରଥ ସୋନପୁର ପ୍ରଜାମଣ୍ଡଳ ଆନ୍ଦୋଳନ ସମୟରେ ସ୍ୱର୍ଗତ ରାମଚନ୍ଦ୍ର ଶତପଥୀଙ୍କ ଦୁଇ ବର୍ଷର କାରାବାସ ଜୀବନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ନାତି ରସରତ୍ନ ଶତପଥୀ, ବିଶ୍ୱେଶ କୁମାର ଶତପଥୀ ଓ ପ୍ରମିତ ପ୍ରମଥେଶ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ହୃଷୀକେଶ ରଥ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର