ଯୌତୁକ ପାଇଁ ରାକ୍ଷସ ସାଜିଲା ସ୍ୱାମୀ !

The Sakala Picture
Published On

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗ୍ରାମରେ ଯୌତୁକ ଜନିତ ଜଣେ ମହିଳାଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନିମ୍ନା ଗ୍ରାମର ଅଶୋକ ମେହେର (୩୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବୁଧବାର ଦିନ ସକାଳୁ ନିମ୍ନା ଗ୍ରାମର ଅଶୋକ ମେହେରଙ୍କ ଘରଭିତରୁ ତାଙ୍କ ପତ୍ନୀ ରଶ୍ମିତାଙ୍କ ମ୍ରୁତ ଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ପରିବାର ଲୋକେ ବେକରେ ଶାଢୀ ଲଗାଇ […]

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ନିମ୍ନା ଗ୍ରାମରେ ଯୌତୁକ ଜନିତ ଜଣେ ମହିଳାଙ୍କୁ ହତ୍ଯା କରାଯାଇଥିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନିମ୍ନା ଗ୍ରାମର ଅଶୋକ ମେହେର (୩୨) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ବୁଧବାର ଦିନ ସକାଳୁ ନିମ୍ନା ଗ୍ରାମର ଅଶୋକ ମେହେରଙ୍କ ଘରଭିତରୁ ତାଙ୍କ ପତ୍ନୀ ରଶ୍ମିତାଙ୍କ ମ୍ରୁତ ଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ପରିବାର ଲୋକେ ବେକରେ ଶାଢୀ ଲଗାଇ ଘରଭିତରେ ଆତ୍ମହତ୍ଯା କରିଥିବା କଥା କହିଥିଲେ । ମାତ୍ର ମୃତ ରଶ୍ମିତା ମେହେରଙ୍କ ବାପା କାର୍ତିକ ମେହେର ଉଲୁଣ୍ଡା ଥାନାରେ ଯୌତୁକ ଜନିତ ହତ୍ଯା ହୋଇଥିବା ନେଇ ଅଭିଯୋଗ କରିଥିଲେ। ଖବର ପାଇ ଉଲୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ୍ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅନ୍ୟପଟେ ଯୌତୁକ ଜନିତ ହତ୍ଯା ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଅଶୋକ ମେହେରଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର