ଚଳନ୍ତା ଟ୍ରେନରୁ ଖସି ଛାତ୍ରୀ ଗୁରୁତର

The Sakala Picture
Published On

ଖୋର୍ଦ୍ଧା : ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ। ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ। ଗୁରୁତର […]

ଖୋର୍ଦ୍ଧା : ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ। ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ। ଗୁରୁତର ଆଘାତ ସୁପ୍ରିୟା ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତା ରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି।ସୁପ୍ରିୟା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠାରୁ ରାଜ୍ୟରେ SIR ପ୍ରକ୍ରିୟା ଆରମ୍ଭ, ୩ କୋଟି ୩୩ ଲକ୍ଷ ୯୯ ହଜାର ଭୋଟରଙ୍କ ପାଖକୁ ଯିବେ BLO

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡିକୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ ଯାତ୍ରୀ ମାନେ ପ୍ଲାଟଫୋର୍ମ ଓଭରର୍ବ୍ରିଜ ଦେଇ ଯାତାୟାତ କରିବା କଷ୍ଟକର ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନେ ଗାଡି ଅଟକି ରହିବା ଯୋଗୁଁ ଷ୍ଟେସନ ଜାଣିପାରୁନାହାନ୍ତି। ତେବେ ତୁରନ୍ତ ରେଳବିଭାଗ ଏକ ନମ୍ବର ପ୍ଲାଟଫୋର୍ମରୁ ଗାଡି ହଟାଯାଉ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

17 Apr 2021 By The Sakala

ଚଳନ୍ତା ଟ୍ରେନରୁ ଖସି ଛାତ୍ରୀ ଗୁରୁତର

ଖୋର୍ଦ୍ଧା : ପୂର୍ବତଟ ରେଳବାଇ ଅନ୍ତର୍ଗତ କାଳୁପଡ଼ା ଘାଟ ରେଳ ଷ୍ଟେସନ ଠାରେ ବ୍ରହ୍ମପୁର ଭୁବନେଶ୍ୱର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ଚଳନ୍ତା ଗାଡ଼ି ରୁ ଖସି ପଡ଼ିଥିଲେ ଜଣେ ଛାତ୍ରୀ। ପ୍ରାପ୍ତ ସୂଚନା ମୁତାବକ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳର ଗୋବିନ୍ଦପୁର ସାହି ଅନ୍ତର୍ଗତ ନିରଞ୍ଜନ ପ୍ରଧାନ ଙ୍କର ଝିଅ ସୁପ୍ରିୟା ପ୍ରଧାନ ବ୍ରହ୍ମପୁର ମେମୁ ସ୍ପେଶାଲ ଟ୍ରେନରେ ଆସୁଥିବା ବେଳେ ହଠାତ କାଳୁପଡ଼ା ଘାଟ ରେଳଷ୍ଟେସନ ରେ ଖସି ପଡ଼ିଥିଲେ। ଗୁରୁତର ଆଘାତ ସୁପ୍ରିୟା ବର୍ତ୍ତମାନ ରେଳବାଇ କର୍ମଚାରୀଙ୍କର ସହାୟତା ରେ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠା ଯାଇଛି।ସୁପ୍ରିୟା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି।

ସୂଚନାଯୋଗ୍ୟ ଯେ ଷ୍ଟେସନ ପରିସର ରେ ଏକ ନମ୍ବର ପ୍ଲାଟଫର୍ମରେ ଦୀର୍ଘ ସାତ ଦିନ ହେବ ଏକ ଯାତ୍ରୀବାହୀ ଟ୍ରେନ ଅଟକି ରହିଛି।ଯାହା ଫଳରେ ଯାତ୍ରୀମାନେ ଷ୍ଟେସନ ବୋର୍ଡ଼ ଦେଖିପାରୁନାହାନ୍ତି। ଅପରପକ୍ଷରେ ଚାରି ନମ୍ବର ପ୍ଲାଟଫୋର୍ମ ଟି ଖାଲି ଥିଲେବି ସେଠାରେ ଗାଡିକୁ ନରଖି ଏକ ନମ୍ବର ପ୍ଲାଟଫୋର୍ମ ରେ ରଖିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ବୟସ୍କ ଯାତ୍ରୀ ମାନେ ପ୍ଲାଟଫୋର୍ମ ଓଭରର୍ବ୍ରିଜ ଦେଇ ଯାତାୟାତ କରିବା କଷ୍ଟକର ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀମାନେ ଗାଡି ଅଟକି ରହିବା ଯୋଗୁଁ ଷ୍ଟେସନ ଜାଣିପାରୁନାହାନ୍ତି। ତେବେ ତୁରନ୍ତ ରେଳବିଭାଗ ଏକ ନମ୍ବର ପ୍ଲାଟଫୋର୍ମରୁ ଗାଡି ହଟାଯାଉ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର