ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ: ସରକାର କହୁଛି ଆମେ ସକାରାତ୍ମକ ଅଛୁ, ହେଲେ ହୋଇ ପାରୁନାହିଁ ନିର୍ବାଚନ...

'ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ'

Deviprasad Mohanty Picture
Published On

ଭୁବନେଶ୍ବର: ପୁଣି ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ପ୍ରଶାସନ ପାଖରେ ନିଜ ଅଧିକାର ଛାତ୍ରଛାତ୍ରୀ ରଖି ପାରିବେ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଭାବନୀୟ ସ୍ଥିତି: ବେପାରୀଙ୍କୁ ଶାଗମାଛ ମୂଲ୍ୟରେ ଧାନ ବିକିବା ପରେ ଖୋଲୁଛି ମଣ୍ଡି

ସେ ଆହୁରି ମଧ୍ଯ କହିଛନ୍ତି ଯେ, ସରକାରଙ୍କ କ୍ଷମତା ଅଛି ନିର୍ବାଚନ କରିବାର। ଗୋଟେ ଦସ୍ତଖତରେ ହେବ। ହେଲେ ଦୁଇ ଦୁଇ ଥର ସୁଯୋଗ ମିଳିବା ସତ୍ୱେ, ଛାତ୍ର ସଂସଦ ନିର୍ବାଚନ କରି ପାରିଲେ ନାହିଁ ସରକାର। ସେପଟେ କହୁଛନ୍ତି ସକାରାତ୍ମକ ଅଛନ୍ତି। ସକାରାତ୍ମକ କଣ ଭୁଆଁ ବୁଲାଇ ଚାଲିବ ଓ ନିର୍ବାଚନ ନ କରାଇବା। ବିଜେପିର ଛାତ୍ର ସଂଗଠନ ABVP ତ ଦୁର୍ନୀତିରେ ଲିପ୍ତ ଅଛନ୍ତି। ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ। ଛାତ୍ର ସଂସଦ ନିର୍ବାଚନ ହେଲେ କଲେଜ ବିକାଶ ହେବ। ନ ହେଲେ ଶିକ୍ଷା ପଥଭ୍ରଷ୍ଟ ହୋଇଯିବ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ

Join Us @ WhatsApp

About The Author

Google News
Join Us @ WhatsApp