ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ: ସରକାର କହୁଛି ଆମେ ସକାରାତ୍ମକ ଅଛୁ, ହେଲେ ହୋଇ ପାରୁନାହିଁ ନିର୍ବାଚନ...

'ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ'

Deviprasad Mohanty Picture
Published On

ଭୁବନେଶ୍ବର: ପୁଣି ଉଠିଲା ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ। ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ପ୍ରଶାସନ ପାଖରେ ନିଜ ଅଧିକାର ଛାତ୍ରଛାତ୍ରୀ ରଖି ପାରିବେ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସେ ଆହୁରି ମଧ୍ଯ କହିଛନ୍ତି ଯେ, ସରକାରଙ୍କ କ୍ଷମତା ଅଛି ନିର୍ବାଚନ କରିବାର। ଗୋଟେ ଦସ୍ତଖତରେ ହେବ। ହେଲେ ଦୁଇ ଦୁଇ ଥର ସୁଯୋଗ ମିଳିବା ସତ୍ୱେ, ଛାତ୍ର ସଂସଦ ନିର୍ବାଚନ କରି ପାରିଲେ ନାହିଁ ସରକାର। ସେପଟେ କହୁଛନ୍ତି ସକାରାତ୍ମକ ଅଛନ୍ତି। ସକାରାତ୍ମକ କଣ ଭୁଆଁ ବୁଲାଇ ଚାଲିବ ଓ ନିର୍ବାଚନ ନ କରାଇବା। ବିଜେପିର ଛାତ୍ର ସଂଗଠନ ABVP ତ ଦୁର୍ନୀତିରେ ଲିପ୍ତ ଅଛନ୍ତି। ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ। ଛାତ୍ର ସଂସଦ ନିର୍ବାଚନ ହେଲେ କଲେଜ ବିକାଶ ହେବ। ନ ହେଲେ ଶିକ୍ଷା ପଥଭ୍ରଷ୍ଟ ହୋଇଯିବ ବୋଲି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର