ଗତକାଲିଠୁ ଜୋରଦାର ଚେକିଂ: ଟ୍ବିନ୍‌ ସିଟିର ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ପାଇଁ ପୁଲିସ କମିଶନରଙ୍କ କଡ଼ା ଚେତାବନୀ

The Sakala Picture
Published On

ଭୁବନେଶ୍ବର : ଗତକାଲିଠୁ ଜୋରଦାର ଚେକିଂ କରିବ ପୁଲିସ। କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ଗୁଡିକ ଉପରେ ପୁଲିସ କଡା ନଜର ରଖିଛି। ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରର ସମସ୍ତ ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ […]

ଭୁବନେଶ୍ବର : ଗତକାଲିଠୁ ଜୋରଦାର ଚେକିଂ କରିବ ପୁଲିସ। କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ଗୁଡିକ ଉପରେ ପୁଲିସ କଡା ନଜର ରଖିଛି। ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରର ସମସ୍ତ ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଡା ଚେତାବନୀ ଶୁଣାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରନ୍ତୁ। ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର