ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୮ ଶିଳ୍ପ ପ୍ରକଳ୍ପକୁ ମଂଜୁରୀ, ପୁଞ୍ଜିନିବେଶ ହେବ ୧୮୭୨ କୋଟି

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାରେ ବ୍ୟବସାୟ ଅନୁକୁଳ ବାତାବରଣ ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୮ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୪୬୧ ଜଣଙ୍କ […]

ଭୁବନେଶ୍ବର : ଓଡ଼ିଶାରେ ବ୍ୟବସାୟ ଅନୁକୁଳ ବାତାବରଣ ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୮ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୪୬୧ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ପଶୁପାଳନ ଏବଂ ଡ଼ାଉନ୍‌ଷ୍ଟ୍ରିମ୍‌ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ୩ କର୍ମଚାରୀ ଆହତ

ପଞ୍ଜି ନିବେଶ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ କଳିଙ୍ଗ ନଗରରେ ଫେରୋ ଆଲୟଜ ପ୍ଲାଣ୍ଟ ପ୍ରତିଷ୍ଠ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ।ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୨୮.୭୫କୋଟି ନିବେଶ ହେବ ହେବାକୁ ଥିବା ବେଳେ ୩୩୦ନିଯୁକ୍ତି ସୁଯୋଗ ପାଇବେ । ଅନ୍ୟ ପକ୍ଷରେ କୋଲ ଆଣ୍ଡ ପେଟ୍ରୋଲିୟମ ପ୍ରଡକ୍ଟ ପ୍ଲାଣ୍ଟର ହେବ ସମ୍ପ୍ରସାରଣ । ନିବେଶ ହେବ ୪୭୦କୋଟି , ୨୭୦ନିଯୁକ୍ତି ସୃଷ୍ଟି ହେବ । ଏଥିସହିତ କଳିଙ୍ଗ ନଗରରେ ହେବ ଆଇରନ ଓର୍ ପାଇପ୍ କନଭେଇଙ୍ଗ୍ ସିଷ୍ଟମ । ଏଥି ପାଇଁ ନିବେଶ ହେବ ୧୦୪.୪୮କୋଟି, ୨୩୮ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବରଗଡ଼ରେ ୨୫୦କୋଟିରେ ହେବ ଇଥାନଲ ପ୍ଲାଣ୍ଟ, ୨୦୨ଜଣଙ୍କୁ ଚାକିରି ମିଳିବ । ସୋନପୁରରେ ୨୨୮.୫୫କୋଟିରେ ହେବ କୋ-ଜେନେରେସନ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ହେଲେ ୩୩୭ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । କଳାହାଣ୍ଡିରେ ମଧ୍ୟ ୨୧୯କୋଟି ବ୍ୟୟରେ ହେବ ଇଥାନଲ ପ୍ଲାଣ୍ଟ । ଝାରସୁଗୁଡ଼ାରେ ଡିଷ୍ଟିଲେରି ଓ ମୟୂରଭଞ୍ଜରେ ହେବ ହାଚେରୀ ୟୁନିଟ୍ ।

ଆହୁରି ପଢ଼ନ୍ତୁ: ନାବଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ଗୁଡ଼ିକ ନିମନ୍ତେ ରାଜ୍ୟଭିତରୁ କଂଚାମାଲ୍‌ ସଂଯୋଜିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତାବିତ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଓ ଜଳର ବାସ୍ତବବାଦୀ ଆକଳନ କରିବା ସହ ଶିଳ୍ପସଂସ୍ଥା ମାନଙ୍କୁ ଆବଣ୍ଟିତ ହୋଇଥିବା ଜମିର ଶତପ୍ରତିଶତ ସଠିକ୍‌ ବିନିଯୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

22 Nov 2021 By The Sakala

ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୮ ଶିଳ୍ପ ପ୍ରକଳ୍ପକୁ ମଂଜୁରୀ, ପୁଞ୍ଜିନିବେଶ ହେବ ୧୮୭୨ କୋଟି

ଭୁବନେଶ୍ବର : ଓଡ଼ିଶାରେ ବ୍ୟବସାୟ ଅନୁକୁଳ ବାତାବରଣ ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୮ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୮୭୨.୧୧ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୩୪୬୧ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ପଶୁପାଳନ ଏବଂ ଡ଼ାଉନ୍‌ଷ୍ଟ୍ରିମ୍‌ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।

ପଞ୍ଜି ନିବେଶ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ କଳିଙ୍ଗ ନଗରରେ ଫେରୋ ଆଲୟଜ ପ୍ଲାଣ୍ଟ ପ୍ରତିଷ୍ଠ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି ।ଏହି ପ୍ରକଳ୍ପ ପାଇଁ ପ୍ରାୟ ୩୨୮.୭୫କୋଟି ନିବେଶ ହେବ ହେବାକୁ ଥିବା ବେଳେ ୩୩୦ନିଯୁକ୍ତି ସୁଯୋଗ ପାଇବେ । ଅନ୍ୟ ପକ୍ଷରେ କୋଲ ଆଣ୍ଡ ପେଟ୍ରୋଲିୟମ ପ୍ରଡକ୍ଟ ପ୍ଲାଣ୍ଟର ହେବ ସମ୍ପ୍ରସାରଣ । ନିବେଶ ହେବ ୪୭୦କୋଟି , ୨୭୦ନିଯୁକ୍ତି ସୃଷ୍ଟି ହେବ । ଏଥିସହିତ କଳିଙ୍ଗ ନଗରରେ ହେବ ଆଇରନ ଓର୍ ପାଇପ୍ କନଭେଇଙ୍ଗ୍ ସିଷ୍ଟମ । ଏଥି ପାଇଁ ନିବେଶ ହେବ ୧୦୪.୪୮କୋଟି, ୨୩୮ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବରଗଡ଼ରେ ୨୫୦କୋଟିରେ ହେବ ଇଥାନଲ ପ୍ଲାଣ୍ଟ, ୨୦୨ଜଣଙ୍କୁ ଚାକିରି ମିଳିବ । ସୋନପୁରରେ ୨୨୮.୫୫କୋଟିରେ ହେବ କୋ-ଜେନେରେସନ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ହେଲେ ୩୩୭ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ । କଳାହାଣ୍ଡିରେ ମଧ୍ୟ ୨୧୯କୋଟି ବ୍ୟୟରେ ହେବ ଇଥାନଲ ପ୍ଲାଣ୍ଟ । ଝାରସୁଗୁଡ଼ାରେ ଡିଷ୍ଟିଲେରି ଓ ମୟୂରଭଞ୍ଜରେ ହେବ ହାଚେରୀ ୟୁନିଟ୍ ।

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌ଗୁଡ଼ିକ ନିମନ୍ତେ ରାଜ୍ୟଭିତରୁ କଂଚାମାଲ୍‌ ସଂଯୋଜିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର କୃଷି ଓ କୃଷକ ସଶକ୍ତିକରଣ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତାବିତ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ପଡ଼ୁଥିବା ଜମି ଓ ଜଳର ବାସ୍ତବବାଦୀ ଆକଳନ କରିବା ସହ ଶିଳ୍ପସଂସ୍ଥା ମାନଙ୍କୁ ଆବଣ୍ଟିତ ହୋଇଥିବା ଜମିର ଶତପ୍ରତିଶତ ସଠିକ୍‌ ବିନିଯୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର