ରାଜ୍ୟ କ୍ୟାବିନେଟରେ ୩ ପ୍ରସ୍ତାବକୁ ମଞ୍ଜୁରୀ

Deviprasad Mohanty Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅନୁମୋଦିତ ସମସ୍ତ ୩ଟି ପ୍ରସ୍ତାବ ସାଧାରଣ ପ୍ରଶାସନ ବିଭାଗର ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

୩ଟି ପ୍ରସ୍ତାବ ମଧ୍ୟରୁ ଉଚ୍ଚ ମାଧ୍ୟମିକସ୍ତର କିମ୍ବା ସମାନସ୍ତର ଅଧୀନସ୍ଥ ସ୍ୱତନ୍ତ୍ର ସେବା ଓ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ୨୦୨୨ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ପୂର୍ବରୁ ଏହି ନିୟମାବଳୀର ଅନୁଚ୍ଛେଦ-୧ରେ ୧୧ଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ଉପରୋକ୍ତ ନିୟମାବଳୀ, ୨୦୨୨ର ନିୟମ-୩ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁଯାୟୀ, ଅନୁଚ୍ଛେଦ-୧ରେ ଗୋଟିଏ ନୂଆ ପଦବୀ ସୃଷ୍ଟି ସହ ସ୍ୱରାଷ୍ଟ୍ର ବିଭାଗର ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାର ଅଧିନରେ ଥିବା କନିଷ୍ଠ ଅପରାଧ ବିଧି ସହାୟକ ପଦବୀକୁ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୧୨ଟି ଭିନ୍ନ ପଦବୀକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସେହିପରି ରାଜ୍ୟ ସରକାରଙ୍କ ଅଧିନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ସ୍ୱତନ୍ତ୍ର ସେବା ଓ ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ର ସଂଶୋଧନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ପୂର୍ବ ନିୟମାବଳୀରେ ମୋଟ ୨୯ଟି ପଦବୀ ଥିବାବେଳେ ସଂଶୋଧନ ପରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୨ର ଅନୁଚ୍ଛେଦ-୧ରେ ୧୪ଟି ପଦବୀ ଅନ୍ତର୍ଭୁକ୍ତ କରାଯିବ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ସେହିପରି ପୂର୍ବରୁ ଅନ୍ତର୍ଭୁକ୍ତ ହୋଇଥିବା ୪ଟି ପଦବୀକୁ ବାଦ୍‌ ଦିଆଯିବ। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସମସ୍ତ ୩୯ଟି ସ୍ୱତନ୍ତ୍ର ପଦବୀ ମିଳିତ ସ୍ନାତକସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ। ତୃତୀୟ ପ୍ରସ୍ତାବ ସ୍ୱରୂପ ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖ-ବର୍ଗ ଏବଂ ଗ-ବର୍ଗ ଅନ୍ତର୍ଗତ ବିଭିନ୍ନ ସେବା ଓ ପଦବୀରେ ନିଯୁକ୍ତି ପାଇଁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, ୨୦୨୦ର ସଂଶୋଧନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ସର୍ବମୋଟ ୨୪ଟି ପଦବୀକୁ ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର