ହକି ବିଶ୍ବକପ ପାଇଁ ଅଧିକାରୀଙ୍କୁ ସ୍ବତନ୍ତ୍ର ତାଲିମ୍: ଦର୍ଶକ – ଖେଳାଳିଙ୍କ ପ୍ରତି ଆଚରଣ ଓ ସହଯୋଗ ପାଇଁ ଦିଆଗଲା ଟ୍ରେନିଂ

The Sakala Picture
Published On

ଭୁବନେଶ୍ବର : ରାଜଧାନୀରେ ଧରି ଆସିଲାଣି ହକି ଫିଭର୍‍। ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ବକପ ।  ଭାରତ ହକି ଖେଳାଳି ଓ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱରକୁ ଆସିଲେଣି। ଆଉ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନକ୍ସା ପ୍ରସ୍ତୁତ କରିଛି କମିସନରେଟ୍‍ ପୁଲିସ। ଏଥିସହ କମିଶନରେଟ ପୁଲିସ ପକ୍ଷରୁ ପ୍ରାୟ ୧୫୦ ଜଣ ଅଧିକାରୀଙ୍କୁ ବିହେଭିୟରାଲ ଟ୍ରେନିଂ ଦିଆଯାଇଛି। ଟ୍ରେନିଂ ପାଇଥିବା ସମସ୍ତ ଅଧିକାରୀ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵକପ […]

ଭୁବନେଶ୍ବର : ରାଜଧାନୀରେ ଧରି ଆସିଲାଣି ହକି ଫିଭର୍‍। ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ବକପ ।  ଭାରତ ହକି ଖେଳାଳି ଓ ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱରକୁ ଆସିଲେଣି। ଆଉ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନକ୍ସା ପ୍ରସ୍ତୁତ କରିଛି କମିସନରେଟ୍‍ ପୁଲିସ। ଏଥିସହ କମିଶନରେଟ ପୁଲିସ ପକ୍ଷରୁ ପ୍ରାୟ ୧୫୦ ଜଣ ଅଧିକାରୀଙ୍କୁ ବିହେଭିୟରାଲ ଟ୍ରେନିଂ ଦିଆଯାଇଛି। ଟ୍ରେନିଂ ପାଇଥିବା ସମସ୍ତ ଅଧିକାରୀ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵକପ ପାଇଁ ନିୟୋଜିତ ହେବେ। ଦେଶ ତଥା ଦେଶ ବାହାରୁ ଯେଉଁ ଦର୍ଶକମାନେ ଆସିବେ କଳିଙ୍ଗ ଷ୍ଟାଡିୟମକୁ ଖେଳ ଦେଖିବା ପାଇଁ ସେମାନଙ୍କୁ କେମିତି ସଠିକ୍ ସାହାଯ୍ୟ ଯୋଗାଇବ କମିଶନରେଟ ପୁଲସ ସେଥିପାଇଁ ଏହି ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଦର୍ଶକ ଓ ଖେଳାଳିଙ୍କୁ କିଭଳି ଆଚରଣ ରହିବ, କିଭଳି ସହଯୋଗ ଦିଆଯିବ ଏଥି ନେଇ ପୁଲିସ ଅଧିକାରୀଙ୍କୁ ଟ୍ରେନିଂ ଦିଆଯାଇଛି। ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ସମେତ ଏକ୍ସପର୍ଟ ମାନେ ଟ୍ରେନିଂ ଦେଇଛନ୍ତି. ଏହା ସହିତ ସେମାନଙ୍କୁ ଆସନ୍ତା କାଲି କଳିଙ୍ଗ ଷ୍ଟାଡିୟମ ମଧ୍ୟ ବୁଲାଯିବ ଆଉ ସେମାନଙ୍କ କାମ ପ୍ରକୃତରେ କ’ଣ ରହିବ ସେନେଇ ଅବଗତ କରାଯିବ। ତାସହିତ ସେମାନଙ୍କ ତାଙ୍କର ବଡି ଲାଙ୍ଗୁଏଜ୍ କଣ ରହିବା କଥା ଏସମସ୍ତ ଦିଗରେ ଗୁରୁତ୍ବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର