ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’

The Sakala Picture
Published On

କୋଲକାତାରୁ ଓଡ଼ିଶା ଆସିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରିଥିବା ଏହି ଦୁର୍ଦ୍ଧଷ ବିମାନ ଡାକୋଟା ଖୁବ୍‌ଶୀଘ୍ର କୋଲକାତାରୁ ଓଡ଼ିଶା ଆସିବ। ଏନେଇ ରାଜ୍ୟ ସରକାର ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ […]

କୋଲକାତାରୁ ଓଡ଼ିଶା ଆସିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରିଥିବା ଏହି ଦୁର୍ଦ୍ଧଷ ବିମାନ ଡାକୋଟା ଖୁବ୍‌ଶୀଘ୍ର କୋଲକାତାରୁ ଓଡ଼ିଶା ଆସିବ। ଏନେଇ ରାଜ୍ୟ ସରକାର ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ଡାକୋଟା ପଡ଼ି ରହିଛି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆରପିଏଫ୍‌ ଅନୁମତି ପାଇଁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯାଇଛି । ସର୍ତ୍ତାବଳୀ ଅନୁସାରେ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର ଡକାଯିବ ।

ଆହୁରି ପଢ଼ନ୍ତୁ: ବରଗଡ଼ର ପୂର୍ବତନ ଅବକାରୀ ଇନ୍ସପେକ୍ଟରଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷର ସଶ୍ରମ କାରାଦଣ୍ଡ

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ । ତାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ଆହୁରି ପଢ଼ନ୍ତୁ: ପୁସ୍ତକ ସମୀକ୍ଷା ଦାୟିତ୍ୱରେ ଥିଲେ ୨୪ ଶିକ୍ଷାବିତ୍‌ ଓ ଅଧିକାରୀ, ତଥାପି ପ୍ରଥମରୁ ଅଷ୍ଟମ ପଢ଼ାବହି ଛପାରେ ମାଳ ମାଳ ତ୍ରୁଟି

02 Jul 2021 By The Sakala

ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁ ବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’

କୋଲକାତାରୁ ଓଡ଼ିଶା ଆସିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରିଥିବା ଏହି ଦୁର୍ଦ୍ଧଷ ବିମାନ ଡାକୋଟା ଖୁବ୍‌ଶୀଘ୍ର କୋଲକାତାରୁ ଓଡ଼ିଶା ଆସିବ। ଏନେଇ ରାଜ୍ୟ ସରକାର ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ଡାକୋଟା ପଡ଼ି ରହିଛି ।

ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆରପିଏଫ୍‌ ଅନୁମତି ପାଇଁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯାଇଛି । ସର୍ତ୍ତାବଳୀ ଅନୁସାରେ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର ଡକାଯିବ ।

ବିଜୁବାବୁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଳିଙ୍ଗ ଏୟାର ଲାଇନ୍ସରେ ୧୪ଟି ବିମାନ ଥିଲା । ସେଥିମଧ୍ୟରୁ ଡାକୋଟା ବିମାନ ବିଜୁବାବୁଙ୍କ ଅଧିକ ପ୍ରିୟ ଥିଲା । ଏହାକୁ ବିଜୁବାବୁ ନିଜେ ଚଲାଉଥିଲେ । ବହୁ ଦୁଃସାହସିକ ଅଭିଯାନରେ ବିଜୁଙ୍କ ସାଥୀ ଥିଲା ଏହି ଡାକୋଟା, ଯାହା ଅନେକ କାହାଣୀର ମୁଖସାଖୀ । ତାକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିବା ସରକାରଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର