ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶଙ୍କର ମହାଦେବନ୍

The Sakala Picture
Published On

ପୁରୀ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ସିଂହଦ୍ଵାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା […]

ପୁରୀ: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ଶ୍ରୀଜିଉଙ୍କୁ ତାଙ୍କ ପତ୍ନୀ ମଧ୍ୟ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ସିଂହଦ୍ଵାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି । ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଏକ ସୁନ୍ଦର ଭଜନ ଗାଇଥିଲେ ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶଙ୍କର କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତ ମାନେ ଏକ ନୂଆ ଅନୁଭୂତି ନେଇ ଫେରୁଛନ୍ତି। ମୋର ସୌଭାଗ୍ୟ ମୁଁ ମହାପ୍ରଭୁଙ୍କ ଏହି ପରିକ୍ରମା ପ୍ରକଳ୍ପ ଦେଖିବାର ସୁଯୋଗ ପାଇଲି । ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ଏବେ ନୂଆ ରୂପ ନେବାରେ ଲାଗିଛି। ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ପରିକ୍ରମା ପ୍ରକଳ୍ପ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କୁ ଏକ ନୂଆ ଅନୁଭୂତି ଆଣିଦେଉଛି। ମହାପ୍ରଭୁଙ୍କର ଜଣେ ଭକ୍ତ ହିସାବରେ ଏହି ପ୍ରକଳ୍ପ କାର୍ଯ୍ୟକୁ ମୁଁ ମଧ୍ୟ ସ୍ୱାଗତ କରୁଛି ବୋଲି କହିଛନ୍ତି ଗାୟକ ଶଙ୍କର ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର