ଆୟତ୍ତ ହେଉଛି ଶିମିଳିପାଳ ନିଆଁ, ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିୟନ୍ତ୍ରଣକୁ ଆସିଛି ନିଆଁ : ଟାସ୍କଫୋର୍ସ ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ଜଙ୍ଗଲ ନିଆଁ । ଶିମିଳିପାଳ ଜଙ୍ଗଲର ପ୍ରାୟ ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି। ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି। ଗତ ୭ ତାରିଖରେ ୬୨୫୮ […]

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ଜଙ୍ଗଲ ନିଆଁ । ଶିମିଳିପାଳ ଜଙ୍ଗଲର ପ୍ରାୟ ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି। ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି। ଗତ ୭ ତାରିଖରେ ୬୨୫୮ ଫାୟାର ପଏଣ୍ଟ ଥିବା ବେଳେ ଏହା ୮ ତାରିଖରେ ୩୨୫୮କୁ ହ୍ରାସ ପାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସାଧାରଣ ଲୋକମାନେ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ଟାସ୍କ ଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂକୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପିଆରଆଇ ଅନୁଷ୍ଠାନର ସ୍ଥାନୀୟ ଭିଏସ୍‌ଏସ୍‌/ଇଡିସି ଗୁଡିକୁ ଏହି କାର୍ୟ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଶ୍ରମିକଙ୍କ ପରିଶ୍ରମ ବିନା ଦେଶର ପ୍ରଗତି ଅସମ୍ଭବ

ବିଭିନ୍ନ ଅଂଚଳରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ, ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲକୁ ଲାଗିଥିବା ଗାଁ ଗୁଡ଼ିକର କୃଷି ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବା ପରିବର୍ତ୍ତେ ଆବଶ୍ୟକସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଛି। ଗତ ଦୁଇଦିନ ମଧ୍ୟରେ  ନିଆଁ ଲାଗିଥିବା ସ୍ଥାନ ସଂଖ୍ୟା ୬୨୫୮ରୁ ୩୨୫୮କୁ ହ୍ରାସ ପାଇଛି। ସମଗ୍ର ରାଜ୍ୟରେ ନିଆଁ ଲିଭାଇବା ପାଇଁ ୧୦୦ଟି ଦଳ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ୍ରାଫ ଟିମକୁ ରାଜ୍ୟତମାମ ନିଆଁ ଲିଭାଇବା କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି। ଏହି ଓଡ୍ରାଫ ଟିମ୍ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ସାରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଯାଉ ବୋଲି ଆବେଦନ କରାଯାଇଛି। ଜଙ୍ଗଲ ଜଳିବା ଯୋଗୁ ଜଳବାୟୁ ପ୍ରଭାବିତ ହେବାର ଆଶଙ୍କା ରହିଛି ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ରହିଛି ଜଙ୍ଗଲ ବିଭାଗର ସଚିବଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

09 Mar 2021 By The Sakala

ଆୟତ୍ତ ହେଉଛି ଶିମିଳିପାଳ ନିଆଁ, ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିୟନ୍ତ୍ରଣକୁ ଆସିଛି ନିଆଁ : ଟାସ୍କଫୋର୍ସ ଅଧ୍ୟକ୍ଷ

ଭୁବନେଶ୍ବର : ନିୟନ୍ତ୍ରଣକୁ ଆସୁଛି ଶିମିଳିପାଳ ଜଙ୍ଗଲ ନିଆଁ । ଶିମିଳିପାଳ ଜଙ୍ଗଲର ପ୍ରାୟ ୯୫ ଭାଗରୁ ଅଧିକ ଫାୟାର ପଏଣ୍ଟରେ ନିଆଁ ନିୟନ୍ତ୍ରଣକୁ ଆସିଛି। ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ଶତକଡ଼ା ୯୫ ଭାଗରୁ ଅଧିକ ସ୍ଥାନରେ ନିଆଁକୁ ଲିଭାଇ ଦିଆଯାଇଛି। ଗତ ୭ ତାରିଖରେ ୬୨୫୮ ଫାୟାର ପଏଣ୍ଟ ଥିବା ବେଳେ ଏହା ୮ ତାରିଖରେ ୩୨୫୮କୁ ହ୍ରାସ ପାଇଛି। ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସାଧାରଣ ଲୋକମାନେ ବନ ବିଭାଗ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି।

ଟାସ୍କ ଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସହ ବନାଗ୍ନି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ବନାଗ୍ନିର ବିସ୍ତାରକୁ ରୋକିବା ଓ ନିର୍ବାପନ ନିମନ୍ତେ ସମସ୍ତ ଉଦ୍ୟମ ଜାରି ରଖିବାକୁ ତଥା ରାତ୍ରୀକାଳୀନ ପେଟ୍ରୋଲିଂକୁ ତୀବ୍ରତର କରିବା ସହ ଯଥାଶୀଘ୍ର ସମ୍ଭବ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଗୁଡିକୁ ତଦାରଖ କରି ପାହାଡ ଅଂଚଳର ବନାଗ୍ନିକୁ ପ୍ରାଥମିକତା ପ୍ରଦାନ କରି ବିହୀତ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହାଛଡା ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ନିମନ୍ତେ ପିଆରଆଇ ଅନୁଷ୍ଠାନର ସ୍ଥାନୀୟ ଭିଏସ୍‌ଏସ୍‌/ଇଡିସି ଗୁଡିକୁ ଏହି କାର୍ୟ୍ୟରେ ଜଡିତ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ବିଭିନ୍ନ ଅଂଚଳରେ ସ୍ଥାନୀୟ ବନଖଣ୍ଡ ଅଧିକାରୀ, ସ୍ଥାନୀୟ କୃଷି ଅଧିକାରୀଙ୍କ ସହାୟତାରେ ଜଙ୍ଗଲକୁ ଲାଗିଥିବା ଗାଁ ଗୁଡ଼ିକର କୃଷି ବର୍ଜ୍ୟବସ୍ତୁକୁ ନିଆଁ ଲଗାଇବା ପରିବର୍ତ୍ତେ ଆବଶ୍ୟକସ୍ଥଳେ ପାଣିଟାଙ୍କିର ବ୍ୟବହାର କରି ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡା ଜଙ୍ଗଲ ସଂଲଗ୍ନରେ ଥିବା ୩୦୦୦ ଗ୍ରାମକୁ ବନାଗ୍ନି ପ୍ରଶମନ ଓ ପ୍ରତିହତରେ ସହାୟତା ନିମନ୍ତେ ପ୍ରୋତ୍ସାହନ ଦେବାରେ ବ୍ୟବସ୍ଥା କରାଯାଉଛି। ଗତ ଦୁଇଦିନ ମଧ୍ୟରେ  ନିଆଁ ଲାଗିଥିବା ସ୍ଥାନ ସଂଖ୍ୟା ୬୨୫୮ରୁ ୩୨୫୮କୁ ହ୍ରାସ ପାଇଛି। ସମଗ୍ର ରାଜ୍ୟରେ ନିଆଁ ଲିଭାଇବା ପାଇଁ ୧୦୦ଟି ଦଳ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ୍ରାଫ ଟିମକୁ ରାଜ୍ୟତମାମ ନିଆଁ ଲିଭାଇବା କାର୍ଯ୍ୟରେ  ନିୟୋଜିତ ହୋଇଛନ୍ତି। ଏହି ଓଡ୍ରାଫ ଟିମ୍ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ପହଂଚି ସାରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ନିଆଁ ଲିଭାଯାଉ ବୋଲି ଆବେଦନ କରାଯାଇଛି। ଜଙ୍ଗଲ ଜଳିବା ଯୋଗୁ ଜଳବାୟୁ ପ୍ରଭାବିତ ହେବାର ଆଶଙ୍କା ରହିଛି ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ରହିଛି ଜଙ୍ଗଲ ବିଭାଗର ସଚିବଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର