ପେଟର ତାତି ଆଗରେ ହାର୍ମାନିଛି ଗ୍ରୀଷ୍ମତାତି; ଧୁ ଧୁ ଖରାରେ ଫୁଲ ଓ ଦୀପ ଧରି ମନ୍ଦିର ବାହାରେ ବସନ୍ତି ଦୋକାନୀ
ଭୁବନେଶ୍ୱର: ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ସବୁଠି ଦେଖିବାକୁ ମିଳୁଛି ତାତିର ତାଉ। ପେଟର ମୁଠାଏ ଭୋକ ଆଉ ପାଉଣା ଲାଗି ଖରା ସହ କରିବାକୁ ପଡ଼ୁଛି ପ୍ରତିଦ୍ୱନ୍ଦିତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ବସୁଥିବା ଫୁଲ ଓ ଦୀପ ଦୋକାନୀଙ୍କ ନିକଟରେ। ପ୍ରତିଦିନ ମନ୍ଦିର ବାହାରେ ଦୋକାନୀ ଗ୍ରାହକଙ୍କ ଆଶାରେ ମେଲେଇ ବସନ୍ତି ପସରା। ପାଖାପାଖି ୫ରୁ ୬ଟି ଫୁଲ ତଥା ଦୀପ ଦୋକାନୀଙ୍କୁ ମନ୍ଦିର ବାହାରେ […]
ଭୁବନେଶ୍ୱର: ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ। ସବୁଠି ଦେଖିବାକୁ ମିଳୁଛି ତାତିର ତାଉ। ପେଟର ମୁଠାଏ ଭୋକ ଆଉ ପାଉଣା ଲାଗି ଖରା ସହ କରିବାକୁ ପଡ଼ୁଛି ପ୍ରତିଦ୍ୱନ୍ଦିତା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବାହାରେ ବସୁଥିବା ଫୁଲ ଓ ଦୀପ ଦୋକାନୀଙ୍କ ନିକଟରେ। ପ୍ରତିଦିନ ମନ୍ଦିର ବାହାରେ ଦୋକାନୀ ଗ୍ରାହକଙ୍କ ଆଶାରେ ମେଲେଇ ବସନ୍ତି ପସରା। ପାଖାପାଖି ୫ରୁ ୬ଟି ଫୁଲ ତଥା ଦୀପ ଦୋକାନୀଙ୍କୁ ମନ୍ଦିର ବାହାରେ ଦେଖିବାକୁ ମିଳେ। ମନ୍ଦିର ଯିବା ପୂର୍ବରୁ ଶ୍ରଦ୍ଧାଳୁ ଦୀପ, ଫୁଲ ଓ ଭୋଗ ନେବାକୁ ସେଠାରେ ଭିଡ଼ ଜମେଇଥାନ୍ତି। କିଛି ଦୋକାନୀ ସେଠାରେ ତଳେ ହିଁ ପାଲ ବିଛାଇ ଗ୍ରାହକଙ୍କୁ ଚାହିଁ ରହିଥାନ୍ତି। ଭୋର୍ ୪ଟାରୁ ସେମାନଙ୍କ ବେପାର ଆରମ୍ଭ ହୋଇ ରାତି ୯ ଯାଏଁ ଖୋଲା ଥାଏ। ହେଲେ ଅସହ୍ୟ ଖରା କାରଣରୁ ସେମାନଙ୍କୁ ସକାଳୁ ଆରମ୍ଭ କରି ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରଖିବାକୁ ପଡୁଛି। ପରେ ପୁଣି ଖରା କମିବା ପରେ ୪ ଟାରୁ ରାତି ୯ ଯାଏଁ ଦୋକାନ ଖୋଲା ରହୁଛି ବୋଲି ସେଠାରେ ବସୁଥିବା ଦୋକାନୀ କହିଛନ୍ତି।
ସେହିପରି ଫୁଲ ଦୋକାନୀ ଚନ୍ଦନ କୁହନ୍ତି ଦିନରେ ଖରା ବଢିବାରୁ ଶ୍ରଦ୍ଧାଳୁମାନେ ମଧ୍ୟ ସକାଳ ସମୟରେ ହିଁ ଅଧିକ ଭିଡ଼ ଜମାଉଛନ୍ତି। ଦିନ ୧୧ଟା ପରେ ଖୁବ୍ କମ୍ ଲୋକ ଦୋକାନକୁ ଆସୁଛନ୍ତି। ହେଲେ ଖରାରୁ ବଞ୍ଚିବାକୁ ତାଙ୍କର ସାହାରା ସେଇ ଗୋଟାଏ ଛତା। ସାଙ୍ଗରେ ଆଣିଥିବା ପାଣି ବି କିଛି ସମୟ ମଧ୍ୟରେ ଗରମ ହୋଇଯାଉଛି। ଏପରି ସମୟରେ ଦୋକାନରେ ବସିବା କଷ୍ଟ ହୋଇ ପଡୁଛି। ତେବେ ପେଟର ତାତି ପାଖରେ ହାର୍ମାନିଛି ଗ୍ରୀଷ୍ମର ତାତି। ପେଟ ଓ ଭୋକ ପାଇଁ ଖରା ସହ ଲଢିବାକୁ ପଡୁଛି ବୋଲି ସେ କହିଛନ୍ତି। ଦିନେ ଦୋକାନ ନ ଖୋଲିଲେ ଘର ଚଳିବାରେ ସମସ୍ୟା ହେଉଛି। ତା ଛଡ଼ା ଏହି ବେପାରରେ ଦିନକୁ ଦିନ ପ୍ରତିଯୋଗିତା ମଧ୍ୟ ବଢିଲାଣି। ରାତି ପାହିଲେ କିଛି ଉଠା ଦୋକାନୀ ମଧ୍ୟ ମନ୍ଦିର ବାହାରେ ଫୁଲ ଓ ଭୋଗ ବିକ୍ରି କରୁଛନ୍ତି। ହେଲେ ଖରା ଯୋଗୁଁ ସେମାନେ ବି ଶୀଘ୍ର ପଲାଉଛନ୍ତି। କିନ୍ତୁ ତାଙ୍କୁ ଗ୍ରାହକଙ୍କ ଅପେକ୍ଷାରେ ଦୋକାନ ଖୋଲି ବସି ରହିବାକୁ ପଡୁଛି ବୋଲି ଅନ୍ୟଜଣେ ବେପାରୀ ଗଣେଶ କହିଛନ୍ତି।