ପୁଣି ଲଜ୍ଜା: ରାଜଧାନୀରେ ଘରେ ପଶି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

Deviprasad Mohanty Picture
Published On

ଭୁବନେଶ୍ୱର: କଳିଙ୍ଗନଗର ଅଞ୍ଚଳରେ ରହୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବାପାମାଆ ନ ଥିବା ବେଳେ ଜଣେ ଅଭିଯୁକ୍ତ ଘରେ ପଶି ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଛି। ଏନେଇ ନାବାଳିକାର ବାପା ଆଜି ମହିଳା ଥାନାରେ ଏତଲା ଦେବାପରେ ପୁଲିସ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ପତ୍ନୀ ଓ ୧୧ ବର୍ଷୀୟା ନାବାଳିକା ଝିଅ ସହ ଭରତପୁର ଥାନା ଅଧୀନସ୍ଥ କଳିଙ୍ଗନଗର ଅଞ୍ଚଳରେ ରହୁଛନ୍ତି। ଗତ ୪ ତାରିଖ ଦିନ ବାପାମାଆ କାମ କରିବାକୁ ବାହାରକୁ ଯାଇଥିବା ବେଳେ ନାବାଳିକା ଜଣକ ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଜାଣିବା ପରେ ନାବାଳିକାର ବାପା ଆଜି ମହିଳା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ ଦଫା ୬୫(୨) ବିଏନ୍‌ଏସ୍‌ ଓ ୬ ପୋକ୍‌ସୋ ଆକ୍ଟ ଲଗାଇ ମାମଲା ରୁଜୁ କରିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର