କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବ କ୍ଲାସ ପ୍ରମୋସନ ପରୀକ୍ଷା : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ବ୍ୟବସ୍ଥା କରିବ ବୋର୍ଡ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ବି କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ। ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ […]

ଭୁବନେଶ୍ବର : ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ବି କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ। ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ ଅନୁସାରେ ପରୀକ୍ଷା କରିବେ ।

ଆହୁରି ପଢ଼ନ୍ତୁ: ଆଜିଠୁ ଭୀଷଣ କାଳବୈଶାଖୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ ବିିଜୁଳି ଘଡ଼ଘଡ଼ି ଆଶଙ୍କା

ସେହିପରି ପିଲାମାନଙ୍କର ପାଠ ପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ ।  ଅନ୍ୟପଟେ ଦୀର୍ଘ ୨ ବର୍ଷ ପରେ ସ୍କୁଲ ଦେଖିବେ ସାନ ପିଲା । ଦୁଇ ବର୍ଷର ବ୍ୟବଧାନ ପରେ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ । ଆସନ୍ତା ୧୪ ତାରିଖରେ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କୋଭିଡ ପାଇଁ ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଯାଇପାରୁନଥିଲେ ସାନ ପିଲା। ୨ ବର୍ଷ ହେଲା ଯେହେତୁ ସ୍କୁଲରେ ପାଠ ପଢ଼ାଯାଇ ନାହିଁ, ତେଣୁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସହଯୋଗ କରିବେ। ଦରକାର ପଡିଲେ ଖରାଛୁଟି ଅବଧି କମାଯାଇ ପାଠପଢାଯିବ ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ସହ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତା ୭ ତାରିଖ ଅର୍ଥାତ ସୋମବାରରୁ ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶ୍ରେଣୀର ପାଠ ପଢା ସ୍କୁଲରେ ଆରମ୍ଭ ହେବ। ଏଥି ସହିତ ୭ ତାରିଖରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏଥି ସହିତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲାଯିବ। ଅନ୍ୟପଟେ ଆସନ୍ତା ଫେବୃଆରୀ ୧୪ରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ।  ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ  ସୂଚନା ଦେଇଛନ୍ତି।

03 Feb 2022 By The Sakala

କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ହେବ କ୍ଲାସ ପ୍ରମୋସନ ପରୀକ୍ଷା : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ବ୍ୟବସ୍ଥା କରିବ ବୋର୍ଡ

ଭୁବନେଶ୍ବର : ରାଜ୍ୟରେ ସ୍କୁଲ, କଲେଜ ଖୋଲିବା ସହ ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର। କେଜିରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଏକାଦଶରୁ ଦ୍ୱାଦଶ ଯିବାକୁ ବି କ୍ଲାସ ପ୍ରମୋସନ ପରୀକ୍ଷା ହେବ । ଉଭୟ ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ମାର୍କ ଅନୁସାରେ କରାଯିବ । ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ। ଉଚ୍ଚଶିକ୍ଷା ଅନୁଷ୍ଠାନ ପୂର୍ବ ଗାଇଡଲାଇନ ଅନୁସାରେ ପରୀକ୍ଷା କରିବେ ।

ସେହିପରି ପିଲାମାନଙ୍କର ପାଠ ପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ ।  ଅନ୍ୟପଟେ ଦୀର୍ଘ ୨ ବର୍ଷ ପରେ ସ୍କୁଲ ଦେଖିବେ ସାନ ପିଲା । ଦୁଇ ବର୍ଷର ବ୍ୟବଧାନ ପରେ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ । ଆସନ୍ତା ୧୪ ତାରିଖରେ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କୋଭିଡ ପାଇଁ ଦୀର୍ଘ ୨ ବର୍ଷ ହେଲା ସ୍କୁଲ ଯାଇପାରୁନଥିଲେ ସାନ ପିଲା। ୨ ବର୍ଷ ହେଲା ଯେହେତୁ ସ୍କୁଲରେ ପାଠ ପଢ଼ାଯାଇ ନାହିଁ, ତେଣୁ ଶିକ୍ଷକମାନେ ପିଲା ଓ ଅଭିଭାବକଙ୍କୁ ସହଯୋଗ କରିବେ। ଦରକାର ପଡିଲେ ଖରାଛୁଟି ଅବଧି କମାଯାଇ ପାଠପଢାଯିବ ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ସହ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତା ୭ ତାରିଖ ଅର୍ଥାତ ସୋମବାରରୁ ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶ୍ରେଣୀର ପାଠ ପଢା ସ୍କୁଲରେ ଆରମ୍ଭ ହେବ। ଏଥି ସହିତ ୭ ତାରିଖରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏଥି ସହିତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲାଯିବ। ଅନ୍ୟପଟେ ଆସନ୍ତା ଫେବୃଆରୀ ୧୪ରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ।  ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ  ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର