ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି

The Sakala Picture
Published On

ଭୁବନେଶ୍ବର: ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି ।  ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ। ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ  ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ। ଜି. ଉଦୟଗିରିର ବିଧାୟକ […]

ଭୁବନେଶ୍ବର: ସାଲୁଗା ପ୍ରଧାନ ହେଲେ ବିଧାନସଭାର ନୂଆ ଉପବାଚସ୍ପତି ।  ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ମୋସନ ଆଣିଥିଲେ ମୁଖ୍ୟମନ୍ତ୍ରୀ। ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହମ ମାଝୀ ଓ କଂଗ୍ରେସ ଦଳ ପକ୍ଷରୁ ଦାଶରଥି ଗମାଙ୍ଗ  ଶୁଭେଚ୍ଛା ଜଣାଇଥିଲେ। ବିଧାନସଭାର ଗର୍ବ ଗାରିମା ବଜାୟ ରଖି ଗୃହର ସୁପରିଚାଳନା ପାଇଁ ଆଶା ରଖିଥିଲେ ଉଭୟ ଦଳ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନାଯୋଗ୍ୟ, ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର