ସ୍କୁଟି ଉପରେ ଚଢି ଗଲା ଟିପର, ମା’- ଝିଅ ମୃତ

The Sakala Picture
Published On

ଧର୍ମଶାଳା/ଚଡେଇଧରା: ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ଯନ୍ତା। ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା ଜନିତ ମୃତ୍ୟୁ। ଏହି କ୍ରମରେ ଆଜି ସନ୍ଧ୍ୟାରେ ବରଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଏକ ଟିପର ଟ୍ରକ୍ ସ୍କୁଟିକୁ ଧକ୍କା ଦେଇ ତା’  ଉପେର ଚଢିଯାଇଥିଲା। ଫଳରେ ସ୍କୁଟିରେ ଯାଉଥିବା ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ସୁକିନ୍ଦା ବଡ ଦାଣ୍ଡ ଅଞ୍ଚଳର […]

ଧର୍ମଶାଳା/ଚଡେଇଧରା: ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁ ଯନ୍ତା। ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା ଜନିତ ମୃତ୍ୟୁ। ଏହି କ୍ରମରେ ଆଜି ସନ୍ଧ୍ୟାରେ ବରଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଏକ ଟିପର ଟ୍ରକ୍ ସ୍କୁଟିକୁ ଧକ୍କା ଦେଇ ତା’  ଉପେର ଚଢିଯାଇଥିଲା। ଫଳରେ ସ୍କୁଟିରେ ଯାଉଥିବା ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ସୁକିନ୍ଦା ବଡ ଦାଣ୍ଡ ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀ ଙ୍କ ପତ୍ନୀ ଶ୍ରୀତିକା(୪୫) ଓ ବଡ଼ ଝିଅ ସୋନାଲି (୨୬) ।

ଆହୁରି ପଢ଼ନ୍ତୁ: ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ପଙ୍କଜ

ସୂଚନା ଅନୁଯାୟୀ, ମାଆ- ଝିଅ କେନ୍ଦ୍ରାପଡା ସ୍ଥିତ ଅଜା ଘରକୁ ଯାଇ ସେଠାରୁ ଉଭୟ ସ୍କୁଟି  ( ଓଡି୬ଜି/୭୯୨୯) ରେ ସୁକିନ୍ଦା ସ୍ଥିତ ଘରକୁ ଫେରୁଥିଲେ। ଆଜି ଅପରାହ୍ନରେ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥର ବରଡା ଛକ ନିକଟରେ ବାଇକ୍ ପଛକୁ ଏକ ଟିପର ଟ୍ରକ୍ (ଓଆର ୧୬ ଡି /୬୪୦୮) ଧକ୍କା ଦେଇ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଜେନାପୁର ପୁଲିସ ଓ ଚଡେଇଧରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଆମ୍ବୁଲାନ୍ସ ରେ ବଡଚଣା ମେଡିକାଲ ପଠାଇଥିଲେ। ପୁଲିସ ଟ୍ରକକୁ ଜବତ କରିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।  ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଡ୍ରାଇଭର ଧରା ପଡିଲେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବ ବୋଲି ପୁଲିସ ପକ୍ଷରୁ ଜଣାଯାଇଛି। ମୃତ ଶ୍ରୀତିକା ବ୍ଲକରେ ଏମବିକେ ଥିବା ବେଳେ ସୋନାଲି ପଞ୍ଜାବ ନେସନାଲ୍ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ଯରତ ଥିଲେ। ଉଭୟଙ୍କ ମୃତ୍ୟୁରେ ସୁକିନ୍ଦା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର