ମାଧ୍ୟମିକ ଶିକ୍ଷକ ନିଯୁକ୍ତି ପାଇଁ ବାଟ ଖୋଲିଲା, ସମସ୍ତ ମାମଲାକୁ ଖାରଜ କଲେ ହାଇକୋର୍ଟ

The Sakala Picture
Published On

କଟକ: ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଏକାଧିକ ମାମଲା ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ଫଳରେ ବିଭିନ୍ନ ବିଦ୍ୟାଳୟରେ ଠିକା ଭିତ୍ତିରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ନେଇ ପଥ ପରିଷ୍କାର ହୋଇଛି। ଅବେଦନକାରୀ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଅବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏଗୁଡିକୁ ଖାରଜ […]

କଟକ: ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଏକାଧିକ ମାମଲା ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି। ଫଳରେ ବିଭିନ୍ନ ବିଦ୍ୟାଳୟରେ ଠିକା ଭିତ୍ତିରେ ମାଧ୍ୟମିକ ଶିକ୍ଷକ ନିଯୁକ୍ତି ନେଇ ପଥ ପରିଷ୍କାର ହୋଇଛି। ଅବେଦନକାରୀ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଅବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏଗୁଡିକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ହେଲେ ଫଳାଫଳ ଅଦାଲତଙ୍କ ଅନୁମତି ବିନା ପ୍ରକାଶ ପାଇପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏବେ ମାମଲା ଖାରଜ ହୋଇଯିବାରୁ ରାଜ୍ୟ ସରକାର ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଶେଷ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ମାମଲାରୁ ପ୍ରକାଶ ଯେ ରାଜ୍ୟର ବିଭିନ୍ନ ଜିଲ୍ଲା ୱାରୀ ଖାଲି ପଡ଼ିଥିବା ମାଧ୍ୟମିକ ସ୍କୁଲ ଶିକ୍ଷକ ପଦବୀରେ ଠିକା ଭିତ୍ତିରେ ଶିକ୍ଷକ ନିଯୁକ୍ତି ପାଇଁ ଗତ ୨୦୨୧ ଡିସେମ୍ବର ୧୪ରେ ଏକ ବିଜ୍ଞପ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ଟିଜିଟି ଆର୍ଟସ, ଟିଜିଟି (ପିସିଏମ ଓ ସିବିଜେଡ) ସହ ହିନ୍ଦୀ,ସଂସ୍କୃତ, ତେଲୁଗୁ, ପିଇଟି ନିଯୁକ୍ତି ନିମିତ୍ତ ବିଜ୍ଞପ୍ତି ବାହାରିଥିଲା। ଯେଉଁଥିରେ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା ସହ ବୟସ,ସଂରକ୍ଷଣ ଆଦି ସର୍ତ୍ତ ଉଲ୍ଲେଖ ଥିଲା। କିନ୍ତୁ ଏହା ଓଡ଼ିଶା ରିଜରଭେସନ ଅଫ ଭାକାନ୍ସି ଆକ୍ଟ(ଓଆରଭି) ଅନୁସାରେ ହୋଇନଥିବା, ତଥା କମ୍ପ୍ୟୁଟର ବେସଡ ଟେଷ୍ଟ(ସିବିଟି) ପାଇଁ ପାସ ମାର୍କ ଆଗୁଆ ଧାର୍ଯ୍ୟ କରାଯାଇ ନଥିବା ଏବଂ ସିବିଟି ପାଇଁ ଏକ କଳାତାଲିକାଭୁକ୍ତ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦେବାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ଏହି ମାମଲା ଦାୟର କରିଥିଲେ। ଆବେଦନକାରୀ ଉଲ୍ଲେଖ କରିଥିଲେ କି ସରକାର ମନ୍ଦ ଉଦ୍ଦେଶ୍ୟ ରଖି ସିବିଟିରେ ଉତ୍ତୀର୍ଣ୍ଣ ପାଇଁ କୌଣସି ମାର୍କ ଧାର୍ଯ୍ୟ କରିନାହାଁନ୍ତି।ସେହିପରି ସାମାଜିକ ସଂରକ୍ଷଣ ୫୦ପ୍ରତିଶତରୁ ଅଧିକ ରହିଥିବା ହେତୁ ଏହି ବିଜ୍ଞପ୍ତି ବେଆଇନ ଓ ଏହାକୁ ଖାରଜ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଥିଲେ। ଅନ୍ୟପଟରେ ସରକାରୀ ଓକିଲ ଦର୍ଶାଇଥିଲେ କି ଆବେଦନକାରୀ ସିବିଟିରେ ଅଂଶଗ୍ରହଣ କରି ଅକୃତକାର୍ଯ୍ୟ ହେଲା ପରେ ଏହି ମାମଲା ଦାୟର କରିଛନ୍ତି। ସେମାନେ ନିଯୁକ୍ତି ବିଜ୍ଞପ୍ତିରେ ସଂରକ୍ଷଣ ସମ୍ପର୍କରେ ଅବଗତ ଥିଲେ। ଏଣୁ ସେମାନେ ଚାହିଁଥିଲେ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଚ୍ୟାଲେଞ୍ଜ କରିପାରିଥାନ୍ତେ। ତେବେ ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାମଲାଟିକୁ ଖାରଜ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

22 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର