ଶ୍ରମ ବିଭାଗ ସ୍କାନର୍‌ରେ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସି; ଇପିଏଫ୍‌ ଓ ଇଏସ୍‌ଆଇ ନ ଥିଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ମାନବ ସମ୍ବଳ ପ୍ରଦାନକାରୀ ସଂସ୍ଥା(ମ୍ୟାନ୍‌‌ ପାୱାର ସର୍ଭିସ୍‌‌ ପ୍ରୋଭାଇଡର ଏଜେନ୍ସି)କୁ ଯାଞ୍ଚ ପରିସରଭୁକ୍ତ କରିବାକୁ ଯାଉଛି। ଏନେଇ ବିଭାଗୀୟ ସ୍ତରରେ ବଡ଼ ଯୋଜନା କରାଯାଉଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌‌) ଓ ରାଜ୍ୟ କର୍ମଚାରୀ ବିମା ନିଗମ(ଇଏସ୍‌‌ଆଇ) ଭଳି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ହେଉଥିବା ଶ୍ରମ ବିଭାଗର ସନ୍ଦେହ ହେଉଛି। ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି […]

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ମାନବ ସମ୍ବଳ ପ୍ରଦାନକାରୀ ସଂସ୍ଥା(ମ୍ୟାନ୍‌‌ ପାୱାର ସର୍ଭିସ୍‌‌ ପ୍ରୋଭାଇଡର ଏଜେନ୍ସି)କୁ ଯାଞ୍ଚ ପରିସରଭୁକ୍ତ କରିବାକୁ ଯାଉଛି। ଏନେଇ ବିଭାଗୀୟ ସ୍ତରରେ ବଡ଼ ଯୋଜନା କରାଯାଉଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌‌) ଓ ରାଜ୍ୟ କର୍ମଚାରୀ ବିମା ନିଗମ(ଇଏସ୍‌‌ଆଇ) ଭଳି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ହେଉଥିବା ଶ୍ରମ ବିଭାଗର ସନ୍ଦେହ ହେଉଛି। ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇ ଜିଲ୍ଲାରେ ତଦନ୍ତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କୁହାଯିବ ବୋଲି ଶ୍ରମ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଶ୍ରମ ବିଭାଗ, ଇଏସ୍‌‌ଆଇ ଓ ଇପିଏଫ୍‌‌ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି ଉଚ୍ଚସ୍ତରୀୟ କମିଟି ଜିଲ୍ଲା ଗସ୍ତ କରି ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିବେ। ସେହିଭଳି ସମ୍ପୃକ୍ତ ଜିଲ୍ଲାରେ ଥିବା ଏଜେନ୍ସିଗୁଡ଼ିକୁ ସ୍କାନରକୁ ଅଣାଯିବ। ପ୍ରାଥମିକ ପର୍ଯ୍ୟାୟରେ କେତେ ସଂଖ୍ୟକ ଏଜେନ୍ସି ଜିଲ୍ଲାରେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କ ଅଧୀନରେ ନିଯୁକ୍ତ ଥିବା କର୍ମଚାରୀମାନେ ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ସେହିଭଳି ମାସିକ ସର୍ବାଧିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନଙ୍କର ଇଏସ୍‌‌ଆଇ ରହିଛି କି ନାହିଁ ଓ ସମସ୍ତ କର୍ମଚାରୀମାନଙ୍କର ଇପିଏଫ୍‌‌ ଅଛି କି ନାହିଁ ତାହା ସଠିକ ଭାବେ ଯାଞ୍ଚ କରାଯିବ। ମାନବ ସମ୍ବଳ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯିବ। ମାନବ ସମ୍ବଳ ଅଧିକାରୀମାନେ କର୍ମଚାରୀଙ୍କ ଇପିଏଫ୍‌‌ ଓ ଇଏସ୍‌‌ଆଇ ସମ୍ପର୍କିତ ତଥ୍ୟ ଦେବେ। ଅନିୟମିତତା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସାଧାରଣତଃ କେତେକ ଏଜେନ୍ସିଗୁଡ଼ିକ ଟଙ୍କା ଫାଙ୍କିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କୁ ଅବ୍ୟବସ୍ଥିତ ଦରମା ପଇଠ ବ୍ୟବସ୍ଥା ଆପଣାଇଥାଆନ୍ତି। ନିୟମ ଅନୁଯାୟୀ ଉଭୟ ଇଏସ୍‌‌ଆଇ ଓ ଇପିଏଫ୍‌‌ ଖାତାକୁ ଉଭୟ କର୍ମଚାରୀ ଓ କମ୍ପାନୀ ଏକ ବୃହତ ଅଂଶ ପ୍ରଦାନ କରିବା କଥା। କିନ୍ତୁ ନିଯୁକ୍ତିଦାତାମାନେ ଏହି ଖର୍ଚ୍ଚରୁ ବଞ୍ଚିବା ପାଇଁ ବେଆଇନ ପନ୍ଥା ଆପଣାଇ ନେଇଛନ୍ତି। ଏଭଳି ବେଆଇନ କାର୍ଯ୍ୟକଳାପକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରମ ବିଭାଗ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଅନ୍ୟପକ୍ଷରେ ମାନବ ସମ୍ବଳ ପ୍ରଦାନକାରୀ ଏଜେନ୍ସିଗୁଡ଼ିକ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ନିଯୁକ୍ତପ୍ରଦାନକାରୀ କମ୍ପାନୀଠାରୁ ଅର୍ଥ ପାଉଛନ୍ତି। ମାତ୍ର ପ୍ରତିବଦଳରେ ସେମାନଙ୍କୁ ଇପିଏଫ୍‌‌ ଓ ଇଏସ୍‌‌ଆଇ ଭଳି ସୁବିଧା ମିଳୁନାହିଁ। ଏସମ୍ପର୍କରେ ପୁରୀ ଜିଲ୍ଲାରେ ଏଜେନ୍ସି ମାଧ୍ୟମରେ କାମ କରୁଥିବା ଜନୈକ କୁଶଳୀ ଶ୍ରମିକ କହିଛନ୍ତି ଯେ ପ୍ରଥମେ ପ୍ରଥମେ କମ୍ପାନୀ ଇଏସ୍‌‌ଆଇ ଓ ଇପିଏଫ୍‌‌ ଟଙ୍କା ଦାଖଲ କରୁଥିଲା। କିନ୍ତୁ ବର୍ତ୍ତମାନ ଟଙ୍କା ଆଉ ଜମା ହେଉନାହିଁ। ୬ ମାସ ହେବ ଟଙ୍କା ଜମା ହୋଇ ନ ଥିବା ଆମେ ଜାଣିବାକୁ ପାଇଛୁ। ଏଜେନ୍ସି ଏସମ୍ପର୍କରେ ଅବଗତ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

କେବଳ ଭୁବନେଶ୍ୱରରେ ୫୭ରୁ ଊର୍ଦ୍ଧ୍ବ ଏଜେନ୍ସି ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ଏମାନେ ନିଯୁକ୍ତି ଦେଉଛନ୍ତି। ତେବେ କର୍ମଚାରୀମାନେ କିଭଳି ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇବେ ତାହା ସରକାରଙ୍କର ଦାୟିତ୍ୱ। କମ୍ପାନୀଗୁଡ଼ିକ ଜାଣିଶୁଣି ବେଆଇନ କାର୍ଯ୍ୟକଳାପ କଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଜିଲ୍ଲାସ୍ତରରେ ସେଲ୍‌ ରହିଥିବା ବେଳେ ନିୟମିତ ଅନ୍ତରାଳରେ ଶ୍ରମ ବିଭାଗ ଚଢ଼ାଉ କରୁଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

12 May 2023 By The Sakala

ଶ୍ରମ ବିଭାଗ ସ୍କାନର୍‌ରେ ନିଯୁକ୍ତି ପ୍ରଦାନକାରୀ ଏଜେନ୍ସି; ଇପିଏଫ୍‌ ଓ ଇଏସ୍‌ଆଇ ନ ଥିଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ଶ୍ରମ ବିଭାଗ ମାନବ ସମ୍ବଳ ପ୍ରଦାନକାରୀ ସଂସ୍ଥା(ମ୍ୟାନ୍‌‌ ପାୱାର ସର୍ଭିସ୍‌‌ ପ୍ରୋଭାଇଡର ଏଜେନ୍ସି)କୁ ଯାଞ୍ଚ ପରିସରଭୁକ୍ତ କରିବାକୁ ଯାଉଛି। ଏନେଇ ବିଭାଗୀୟ ସ୍ତରରେ ବଡ଼ ଯୋଜନା କରାଯାଉଛି। କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌‌) ଓ ରାଜ୍ୟ କର୍ମଚାରୀ ବିମା ନିଗମ(ଇଏସ୍‌‌ଆଇ) ଭଳି ଆର୍ଥିକ ସୁରକ୍ଷା କ୍ଷେତ୍ରରେ ବଡ଼ ଧରଣର ଅନିୟମିତତା ହେଉଥିବା ଶ୍ରମ ବିଭାଗର ସନ୍ଦେହ ହେଉଛି। ସବୁ ଜିଲ୍ଲାର ଶ୍ରମ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇ ଜିଲ୍ଲାରେ ତଦନ୍ତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ କୁହାଯିବ ବୋଲି ଶ୍ରମ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ଶ୍ରମ ବିଭାଗ, ଇଏସ୍‌‌ଆଇ ଓ ଇପିଏଫ୍‌‌ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି ଉଚ୍ଚସ୍ତରୀୟ କମିଟି ଜିଲ୍ଲା ଗସ୍ତ କରି ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ରିପୋର୍ଟ ତଲବ କରିବେ। ସେହିଭଳି ସମ୍ପୃକ୍ତ ଜିଲ୍ଲାରେ ଥିବା ଏଜେନ୍ସିଗୁଡ଼ିକୁ ସ୍କାନରକୁ ଅଣାଯିବ। ପ୍ରାଥମିକ ପର୍ଯ୍ୟାୟରେ କେତେ ସଂଖ୍ୟକ ଏଜେନ୍ସି ଜିଲ୍ଲାରେ ସକ୍ରିୟ ରହିଛନ୍ତି ଏବଂ ସେମାନଙ୍କ ଅଧୀନରେ ନିଯୁକ୍ତ ଥିବା କର୍ମଚାରୀମାନେ ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି। ସେହିଭଳି ମାସିକ ସର୍ବାଧିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନଙ୍କର ଇଏସ୍‌‌ଆଇ ରହିଛି କି ନାହିଁ ଓ ସମସ୍ତ କର୍ମଚାରୀମାନଙ୍କର ଇପିଏଫ୍‌‌ ଅଛି କି ନାହିଁ ତାହା ସଠିକ ଭାବେ ଯାଞ୍ଚ କରାଯିବ। ମାନବ ସମ୍ବଳ ଅଧିକାରୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯିବ। ମାନବ ସମ୍ବଳ ଅଧିକାରୀମାନେ କର୍ମଚାରୀଙ୍କ ଇପିଏଫ୍‌‌ ଓ ଇଏସ୍‌‌ଆଇ ସମ୍ପର୍କିତ ତଥ୍ୟ ଦେବେ। ଅନିୟମିତତା ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ସାଧାରଣତଃ କେତେକ ଏଜେନ୍ସିଗୁଡ଼ିକ ଟଙ୍କା ଫାଙ୍କିବା ଉଦ୍ଦେଶ୍ୟରେ କର୍ମଚାରୀମାନଙ୍କୁ ଅବ୍ୟବସ୍ଥିତ ଦରମା ପଇଠ ବ୍ୟବସ୍ଥା ଆପଣାଇଥାଆନ୍ତି। ନିୟମ ଅନୁଯାୟୀ ଉଭୟ ଇଏସ୍‌‌ଆଇ ଓ ଇପିଏଫ୍‌‌ ଖାତାକୁ ଉଭୟ କର୍ମଚାରୀ ଓ କମ୍ପାନୀ ଏକ ବୃହତ ଅଂଶ ପ୍ରଦାନ କରିବା କଥା। କିନ୍ତୁ ନିଯୁକ୍ତିଦାତାମାନେ ଏହି ଖର୍ଚ୍ଚରୁ ବଞ୍ଚିବା ପାଇଁ ବେଆଇନ ପନ୍ଥା ଆପଣାଇ ନେଇଛନ୍ତି। ଏଭଳି ବେଆଇନ କାର୍ଯ୍ୟକଳାପକୁ କୌଣସି ପ୍ରକାରରେ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରମ ବିଭାଗ ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ମାନବ ସମ୍ବଳ ପ୍ରଦାନକାରୀ ଏଜେନ୍ସିଗୁଡ଼ିକ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇ ନିଯୁକ୍ତପ୍ରଦାନକାରୀ କମ୍ପାନୀଠାରୁ ଅର୍ଥ ପାଉଛନ୍ତି। ମାତ୍ର ପ୍ରତିବଦଳରେ ସେମାନଙ୍କୁ ଇପିଏଫ୍‌‌ ଓ ଇଏସ୍‌‌ଆଇ ଭଳି ସୁବିଧା ମିଳୁନାହିଁ। ଏସମ୍ପର୍କରେ ପୁରୀ ଜିଲ୍ଲାରେ ଏଜେନ୍ସି ମାଧ୍ୟମରେ କାମ କରୁଥିବା ଜନୈକ କୁଶଳୀ ଶ୍ରମିକ କହିଛନ୍ତି ଯେ ପ୍ରଥମେ ପ୍ରଥମେ କମ୍ପାନୀ ଇଏସ୍‌‌ଆଇ ଓ ଇପିଏଫ୍‌‌ ଟଙ୍କା ଦାଖଲ କରୁଥିଲା। କିନ୍ତୁ ବର୍ତ୍ତମାନ ଟଙ୍କା ଆଉ ଜମା ହେଉନାହିଁ। ୬ ମାସ ହେବ ଟଙ୍କା ଜମା ହୋଇ ନ ଥିବା ଆମେ ଜାଣିବାକୁ ପାଇଛୁ। ଏଜେନ୍ସି ଏସମ୍ପର୍କରେ ଅବଗତ ଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

କେବଳ ଭୁବନେଶ୍ୱରରେ ୫୭ରୁ ଊର୍ଦ୍ଧ୍ବ ଏଜେନ୍ସି ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ଏମାନେ ନିଯୁକ୍ତି ଦେଉଛନ୍ତି। ତେବେ କର୍ମଚାରୀମାନେ କିଭଳି ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇବେ ତାହା ସରକାରଙ୍କର ଦାୟିତ୍ୱ। କମ୍ପାନୀଗୁଡ଼ିକ ଜାଣିଶୁଣି ବେଆଇନ କାର୍ଯ୍ୟକଳାପ କଲେ ତାହାକୁ ଗ୍ରହଣ କରାଯିବ ନାହିଁ। ଜିଲ୍ଲାସ୍ତରରେ ସେଲ୍‌ ରହିଥିବା ବେଳେ ନିୟମିତ ଅନ୍ତରାଳରେ ଶ୍ରମ ବିଭାଗ ଚଢ଼ାଉ କରୁଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର