ରାଜ୍ଯରେ ଆସନ୍ତା ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ, ସମସ୍ତ ଅଧ୍ୟକ୍ଷଙ୍କୁ ଜାରି ହେଲା ଚିଠି

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ଆସନ୍ତା ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ । ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଚିଠି । ସବୁ ଅଧ୍ୟକ୍ଷଙ୍କୁ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି। ପୂର୍ବରୁ ଶ୍ରେଣୀଗୃହରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛି । ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯିବ । ଏହି ସମୟରେ ପିଲାଙ୍କ ସହ ରହିବେ ଅଭିଭାବକ । ନଭେମ୍ବର […]

ଭୁବନେଶ୍ୱର: ରାଜ୍ଯରେ ଆସନ୍ତା ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ । ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଚିଠି । ସବୁ ଅଧ୍ୟକ୍ଷଙ୍କୁ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ପୂର୍ବରୁ ଶ୍ରେଣୀଗୃହରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛି । ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯିବ । ଏହି ସମୟରେ ପିଲାଙ୍କ ସହ ରହିବେ ଅଭିଭାବକ । ନଭେମ୍ବର ପହିଲାରୁ ୟୁନିଫର୍ମରେ ଆସିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ମିଳିବ ଅସ୍ଥାୟୀ ପରିଚୟପତ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଆହୁରି ପଢ଼ନ୍ତୁ: ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ବିଧାନସଭା ଘେରଉ କରିବ ବିଜେଡି, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ । ରାଗିଂ ଫ୍ରି କ୍ୟାମ୍ପସ ଉପରେ ଗୁରୁତ୍ୱ ଦିଆଯାଉଛି । ଶ୍ରେଣୀକକ୍ଷ ସହ ହଷ୍ଟେଲ ଉପରେ ମଧ୍ୟ ନଜର ରଖିବେ ଅଧ୍ୟାପକ । ଶ୍ରେଣୀକକ୍ଷରୁ ହଷ୍ଟେଲ ଯାଏ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ ହେବ । ଶ୍ରେଣୀକକ୍ଷ, ହଷ୍ଟେଲ ଓ ପରିବେଶ ଠିକ୍ ଅଛି କି ନାହିଁ ସେ ରିପୋର୍ଟ ଦେବେ ଡିଇଓ । ଏନେଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କ ସହ ଗତ ୧୬ ତାରିଖରେ ଆଲୋଚନା ହୋଇଥିଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର