୧୧ରୁ ବଢ଼ିବ ବର୍ଷା: ଆଜି ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଦକ୍ଷିଣ ପାକିସ୍ତାନରୁ ବାହାରି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାସହିତ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି। ଏହି ସବୁ କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୧୧ ତାରିଖରୁ ବିସ୍ତୃତ ବର୍ଷା ସାଙ୍ଗକୁ ଏହାର ପ୍ରକୋପ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଜୁଲାଇ ମାସରେ ମୌସୁମୀ ମିଜାଯ ଭଲ ରହିବା […]

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଦକ୍ଷିଣ ପାକିସ୍ତାନରୁ ବାହାରି ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାସହିତ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି। ଏହି ସବୁ କାରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହି ବର୍ଷା ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ୧୧ ତାରିଖରୁ ବିସ୍ତୃତ ବର୍ଷା ସାଙ୍ଗକୁ ଏହାର ପ୍ରକୋପ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଜୁଲାଇ ମାସରେ ମୌସୁମୀ ମିଜାଯ ଭଲ ରହିବା କାରଣରୁ ଚଳିତ ମାସରେ ସ୍ୱାଭାବିକଠାରୁ ୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଯାହାକି ଗତ ଜୁନ୍‍ ମାସରେ ରହିଥିବା ନିଅଣ୍ଟିଆ ବର୍ଷାକୁ କିଛି ପରିମାଣରେ ଭରଣା କରିବାକୁ ସହାୟକ ହୋଇଛି।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ଗତ ୭ ଦିନ ମଧ୍ୟରେ ରାଜ୍ୟରେ ୮୪.୩୩ ମିମି ବର୍ଷା ହୋଇଛି। ଯାହାକି ସ୍ୱାଭାବିକ ବର୍ଷା ୬୯.୭ ମିମି ତୁଳନାରେ ୨୫ ପ୍ରତିଶତ ଅଧିକ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଟୁଇଟ କରି ସୂଚନା ଦେଇଛନ୍ତି। ଏହି ୭ ଦିନରେ ୭ ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ହୋଇଥିବା ବେଳେ ୧୦ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ, ୧୧ ଜିଲ୍ଲାରେ ସ୍ୱାଭାବିକ ଓ ୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେହିପରି ଜୁନ୍‍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୧୫.୭ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକଠାରୁ ୨୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହିତ ନବରଙ୍ଗପୁର, ବଲାଙ୍ଗୀର, ରାୟଗଡ଼ା, ନୟାଗଡ଼, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଶନିବାର ଓ ରବିବାର ବର୍ଷାର ପ୍ରକୋପ ସାମାନ୍ୟ କମିବା ସହିତ ୧୧ ତାରିଖରୁ ପୁଣି ବର୍ଷାର ପ୍ରୋକ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ନୟାଗଡ଼ରେ ସର୍ବାଧିକ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଢେଙ୍କାନାଳରେ ୩୮.୨, ଖୋର୍ଦ୍ଧାରେ ୩୦, ଭୁବନେଶ୍ୱର ୨୨, ଗୋପାଳପୁର ୨୦ ଓ ସମ୍ବଲପୁରରେ ୧୯ ମିମି ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ବଜ୍ରପାତ ନେଲା ଦୁଇ ଜଣଙ୍କ ଜୀବନ, ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର