ଶ୍ରୀଜଗନ୍ନାଥ ସଂସ୍କୃତିରେ କ୍ରୀଡ଼ାନୈପୁଣ୍ୟ

The Sakala Picture
Published On

ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ, ଚନ୍ଦନ କାଠିରେ କୋଠି, ସୀତା ସଂଗେ ଖେଳିଲେ ହସ୍ତେ କଉଡ଼ି ମୁଠି/ ସାତମୁଠା ଜୁଆ ଖେଳିଣ, ରାମ ହୋଇଲେ ଧନ୍ଦା, ଦରହାସେ ସୀତା ବୋଇଲେ ପ୍ରଭୁ ରହିଲ ବନ୍ଧା…। କାର୍ତ୍ତିକ ମାସରେ ରାଇଦାମୋଦର ବ୍ରତ ପାଳୁଥିବା ହବିଷ୍ୟାଳୀମାନେ ବୃନ୍ଦାବତୀ ମୂଳେ ପୂଜା କଲାବେଳେ ବୋଲୁଥିବା ଉପରୋକ୍ତ ପଂକ୍ତିଟି କେବଳ ଆନନ୍ଦାଶ୍ରିତ କଳ୍ପନାବିଳାସ ନୁହେଁ। ଏହି ସରଳ ସାବଲୀଳ ପଦକେତୋଟିରେ ସନ୍ନିବେଶିତ ହୋଇଛି ଅବତାରୀ ଶ୍ରୀଜଗନ୍ନାଥଙ୍କ କ୍ରୀଡ଼ାକୌତୁକ ଲୀଳାର ଗଭୀର ତତ୍ତ୍ୱ। ଆମ ସାଧାରଣ […]

ଶୁଦ୍ଧ ସୁବର୍ଣ୍ଣର ମଣ୍ଡପ, ଚନ୍ଦନ କାଠିରେ କୋଠି, ସୀତା ସଂଗେ ଖେଳିଲେ ହସ୍ତେ କଉଡ଼ି ମୁଠି/ ସାତମୁଠା ଜୁଆ ଖେଳିଣ, ରାମ ହୋଇଲେ ଧନ୍ଦା, ଦରହାସେ ସୀତା ବୋଇଲେ ପ୍ରଭୁ ରହିଲ ବନ୍ଧା…।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

କାର୍ତ୍ତିକ ମାସରେ ରାଇଦାମୋଦର ବ୍ରତ ପାଳୁଥିବା ହବିଷ୍ୟାଳୀମାନେ ବୃନ୍ଦାବତୀ ମୂଳେ ପୂଜା କଲାବେଳେ ବୋଲୁଥିବା ଉପରୋକ୍ତ ପଂକ୍ତିଟି କେବଳ ଆନନ୍ଦାଶ୍ରିତ କଳ୍ପନାବିଳାସ ନୁହେଁ। ଏହି ସରଳ ସାବଲୀଳ ପଦକେତୋଟିରେ ସନ୍ନିବେଶିତ ହୋଇଛି ଅବତାରୀ ଶ୍ରୀଜଗନ୍ନାଥଙ୍କ କ୍ରୀଡ଼ାକୌତୁକ ଲୀଳାର ଗଭୀର ତତ୍ତ୍ୱ। ଆମ ସାଧାରଣ ମସ୍ତିଷ୍କରେ ପ୍ରଶ୍ନଟିଏ ଉଠିପାରେ କ’ଣ ପ୍ରଭୁ ମଧ୍ୟ ଖେଳନ୍ତି? ନା ଏହା ଖାଲି କବିର କଳ୍ପନା? ଏହାର ଅତି ସରଳ ଉତ୍ତରଟି ହେଲା ମଣିଷ ଜୀବନରେ ଯାହାସବୁ ସତ୍ୟ, ସେ ସବୁ ପ୍ରତିଫଳିତ ହୋଇଛି ଜଗନ୍ନାଥ ସଂସ୍କୃତିରେ। ମଣିଷର ଦିନଚର୍ଯ୍ୟାରେ ଯାହାସବୁ ଘଟେ, ଜଗନ୍ନାଥଙ୍କ ନିକଟରେ ସେ ସବୁ ସଂଘଟିତ ହୋଇଥାଏ। ଖାଇବା, ଶୋଇବା, ହସିବା, ଖେଳିବା ପ୍ରଭୃତି ସମସ୍ତ ମାନବୀୟ କାର୍ଯ୍ୟ ଜଗନ୍ନାଥ ମଧ୍ୟ କରିଥା’ନ୍ତି। ଏପରିକି ନବକଳେବରରେ ଜଗତକୁ ବାର୍ତ୍ତା ଦିଅନ୍ତି- ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ’। ମଣିଷ ଯଦି ବ୍ୟସ୍ତବହୁଳ ଜୀବନକୁ ଟିକେ ଚାପମୁକ୍ତ କରିବା ପାଇଁ ଖେଳକୁଦ କରିପାରେ ତେବେ ଲୋକମାନଙ୍କର ଦେବତା ବା ତାହା ନ କରିବେ କାହିଁକି? ବିଶ୍ୱ ନିୟନ୍ତା ପାଳନ କର୍ତ୍ତା ପ୍ରଭୁ ବେଳେ ବେଳେ ବିନୋଦିଆ ଲୀଳା କରନ୍ତି। ସୃଷ୍ଟି ପାଳନ କରିବାର ଚାପରୁ ସାମୟିକ ବିନୋଦନ ପାଇଁ ପ୍ରଭୁ ମଧ୍ୟ ମନୋରଞ୍ଜନ କରନ୍ତି। ନୃତ୍ୟ ସଙ୍ଗୀତ ଜଗନ୍ନାଥଙ୍କର ଯେତିକି ପ୍ରିୟ, କ୍ରୀଡ଼ା ମଧ୍ୟ ସେତିକି ପ୍ରିୟ। ତା’ ମଧ୍ୟରେ ସବୁଠାରୁ ପ୍ରିୟ ହେଉଛି ପଶା ଖେଳ ବା ଦ୍ୟୁତକ୍ରୀଡ଼ା।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

ତେଣୁ ପ୍ରତିବର୍ଷ କୁମାର ପୂର୍ଣ୍ଣିମା ପରଦିନ ଶ୍ରୀଜଗନ୍ନାଥ ମାତା ଲକ୍ଷ୍ମୀଠାକୁରାଣୀଙ୍କ ସହିତ ପଶା ଖେଳନ୍ତି। ଲକ୍ଷ୍ମୀ ଠାକୁରାଣୀ ପଶା ଖେଳରେ ଅତ୍ୟନ୍ତ କୁଶଳିନୀ। ଶ୍ରୀଜଗନ୍ନାଥ ପଶା ଖେଳରେ ଲକ୍ଷ୍ମୀଙ୍କଠାରୁ ହାରିଯାଇ ସାତଦିନ ପର୍ଯ୍ୟନ୍ତ ବନ୍ଧା ପଡ଼ନ୍ତି ଲକ୍ଷ୍ମୀଙ୍କ ମନ୍ଦିରରେ। ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ‘ମାଧବ’ ଲକ୍ଷ୍ମୀଙ୍କ ମନ୍ଦିରରେ ୭ଦିନ ବନ୍ଧା ରହନ୍ତି। ମାଧବଙ୍କୁ ‘ବାଳ ପୁରୁଷୋତ୍ତମ’ ବୋଲି ମଧ୍ୟ କୁହାଯାଏ। ସେଠାରେ ସମସ୍ତ ନୀତିକାନ୍ତି ଚାଲେ। ୭ଦିନ ପରେ ମାଧବ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ପ୍ରତିବର୍ଷ ଶ୍ରୀମନ୍ଦିରରେ ଏହି ଦ୍ୟୁତକ୍ରୀଡ଼ା ଉତ୍ସବଟି ବେଶ୍‌‌ ଉତ୍ସାହର ସହିତ ପାଳିତ ହୁଏ। ତ୍ରେତୟା ଯୁଗରେ ଯେ ସୀତା, ଦ୍ୱାପର ଯୁଗରେ ସେ ରୁକ୍ମିଣୀ ଓ କଳିଯୁଗରେ ସେ ଲକ୍ଷ୍ମୀ। ତ୍ରେତୟାଯୁଗରେ ରାମାବତାରରେ ସୀତାମାତାଙ୍କ ସହିତ ପଶାଖେଳରେ ପ୍ରଭୁ ହାରି ଯାଇଥିଲେ, ଯାହା ଉପରବର୍ଣ୍ଣିତ ହବିଷ୍ୟାଳୀମାନଙ୍କର ନିତ୍ୟ ପୂଜାର ଅଙ୍ଗ ହୋଇସାରିଛି। ସୀତାଙ୍କ ସହିତ ଦ୍ୟୁତ୍ରକୀଡ଼ାରେ ପୂର୍ବରୁ ଛଅ ଥର ହାରି ପ୍ରଭୁ ପାଦୁକାଠାରୁ ମୁକୁଟ ପର୍ଯ୍ୟନ୍ତ ବନ୍ଧା ଦେଇ ସାରିଥିଲେ। ସପ୍ତମ ମୁଠା ବା ପାଳିରେ ନିଜେ ବନ୍ଧା ରହିଲେ। ସେହିପରି ଅଯୋଧ୍ୟାର ସୁଦ୍ଧାନ୍ତ ପ୍ରାଙ୍ଗଣରେ କନ୍ଦୁକ କ୍ରୀଡ଼ାରେ ପ୍ରଭୁ ଶ୍ରୀରାମ ଭରତଙ୍କଠାରୁ ବାରମ୍ବାର ହାରି ଯିବାର କଥା ରାମାୟଣରେ ବର୍ଣ୍ଣନା କରାଯାଇଛି।

ଦ୍ୱାପର ଯୁଗରେ ଯଦୁପତି ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସହିତ ପଶାଖେଳି ହାରିଯିବା ଅବସ୍ଥାରେ ଥିବା ବେଳେ ଘୋରଜଳରେ ଗଜରାଜ କୁମ୍ଭୀର କବଳରେ ପଡ଼ି ବିକଳରେ ଡାକଦେଲା। ପ୍ରଭୁ ଅଭୟ ବରଦ ହସ୍ତକୁ ଟେକି ଦେଇ ‘ରକ୍ଷାକଲି ରକ୍ଷାକଲି’ ବୋଲି କହିଦେଲେ। ଭାଗବତରେ ଅଛି- ‘ଖେଳର ତାନ ମାନ ବେଳେ ଗଜ ଡାକିଲା ଘୋର ଜଳେ, ଦାନ ପଡ଼ିଛି ପଞ୍ଚୁଆତି, ତା’କୁ ରଖିଲ ଯଦୁପତି।’ ବିସ୍ମିତ ହୋଇ ରୁକ୍ମିଣୀ କହିଲେ- ‘ମାୟାଧର, ହାରଯିବେ ବୋଲି ଏକି ମାୟା?’ ପ୍ରଭୁ ଶ୍ରୀକୃଷ୍ଣ ଘଟଣାଟି ରୁକ୍ମିଣୀଙ୍କୁ ବୁଝାଇ ଦେଲେ ଏବଂ ଗରୁଡ଼ ପୃଷ୍ଠରେ ବସି ସେ ସ୍ଥାନକୁ ଯାଇ କଥାର ସତ୍ୟାସତ୍ୟ ପ୍ରତ୍ୟକ୍ଷ କରାଇଲେ। ପୁନଶ୍ଚ ଗୋପରେ ଥିବାବେଳେ ଗୋପାଳ ବାଳକଙ୍କ ସହିତ ଲଉଡ଼ି ଖେଳ, ବାଡ଼ିଖେଳ ପ୍ରଭୃତିର ବର୍ଣ୍ଣନା ବୈଷ୍ଣବ କବିମାନେ ଅତି ମଞ୍ଜୁଳ ଭାବେ ନିମ୍ନପ୍ରକାରେ ବର୍ଣ୍ଣନା କରିଛନ୍ତି –

ପୋଏ ସଜାଡ଼ି କାଛଟା ଭିଡ଼ି ଧାଡ଼ିକି ଧାଡ଼ି ଆଗେ ଦଉଡ଼ି ଯୋଡ଼ିକି ଯୋଡ଼ି ବୁଲାନ୍ତି ବାଡ଼ି ତନୁକୁ ଆଡ଼ି ଯେ / କେହୁ ଘଉଡ଼ି ନିଅଇ ତଡ଼ି କେହୁ ବାହୁଡ଼ି ମାରଇ ଓଡ଼ି, ବାହାକୁ ମୋଡ଼ି ଛାଡ଼ଇ ରଡ଼ି ଶିରକୁ ଝାଡ଼ି ଯେ। କେ ମାଲ ବିନ୍ଧାଣରେ ଯାଉଛି ଗଡ଼ି ଯେ / କେ କାହାରେ ପୁଣି ବସଇ ମାଡ଼ି ଯେ/ କେ ମୋଡ଼ାମୋଡ଼ି କେ ଭିଡ଼ାଭିଡ଼ି କେ ଜଡ଼ାଜଡ଼ି କେ ଛଡ଼ାଛଡ଼ି କେ ପଡ଼ାପଡ଼ି କୋଡ଼ାକୋଡ଼ି କେ ହୁଡ଼ାହୁଡ଼ି ଯେ। (ବିଦଗ୍ଧ ଚିନ୍ତାମଣି)

ସେହିପରି ଗୋପୀଙ୍କ ସହିତ ‘ବୋହୂବୋହୂକା’ ଖେଳର ବର୍ଣ୍ଣନା କରିବାକୁ ଯାଇ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଛନ୍ତି –

‘କୁମାରକୁମାରୀ ମେଳେ ଖେଳିବା ବିଧିରେ ବର ମୁହିଁ କନ୍ୟା ସେହି ହୋଇଛି ବିଧିରେ / ଦୂତି ଗୋ କହିବୁ ସହୀ କି ସେଦିନର ସନମାନ ମନରେ ନାହିଁ କି…।

କ୍ରୀଡ଼ାପ୍ରିୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱବିଖ୍ୟାତ ଘୋଷଯାତ୍ରାରେ ରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ସମୟରେ ଅନେକ ପ୍ରବୀଣ କ୍ରୀଡ଼ାବିତ୍‌‌ ଚକ୍ରବନାଟି, ଅଗ୍ନିବନାଟି, ଶୂନ୍ୟବନାଟି ପ୍ରଭୃତି ସ୍ୱ ସ୍ୱ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥା’ନ୍ତି। ରଥ ଉପରେ ଘୋଷ ଘଣ୍ଟୁଆମାନଙ୍କର ଘଣ୍ଟବାଦନ ଶୈଳୀ ମଧ୍ୟ ଏକ କ୍ରୀଡ଼ା। ଏ ଘଣ୍ଟ ଘୋଷ ସମସ୍ତଙ୍କ ଦ୍ୱାରା ହେବ ନାହିଁ। ଏମାନେ ଭୂବୃତ୍ତି ପାଇ କଟକର ଭଟ୍ଟି ମୁଣ୍ଡାରେ ରହିଛନ୍ତି।

ଗ୍ରୀଷ୍ମ ଋତୁରେ ଜଳକ୍ରୀଡ଼ା ଅତ୍ୟନ୍ତ ପ୍ରୀତିପ୍ରଦ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ଓ ନୌକାବିହାର କରନ୍ତି। ଏକ ସୁସଜ୍ଜିତ ବିମାନରେ ଶ୍ରୀମନ୍ଦିରରୁ ବାହାରି ଚନ୍ଦନ ପୁଷ୍କରିଣୀ ବା ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାତ୍ରା କରନ୍ତି। ସେଠାରେ ରସରାଜ ଜଗନ୍ନାଥ ଚନ୍ଦନ କୁଣ୍ଡରେ କିଛି ସମୟ କ୍ରୀଡ଼ା କରନ୍ତି। ରସିକ ଶେଖର ଜଗନ୍ନାଥ ତା’ପରେ ସୁସଜ୍ଜିତ ନୌକାରେ ବସି ପୁଷ୍କରିଣୀରେ ନୌକାବିହାର କରନ୍ତି। ଶ୍ରୀମନ୍ଦିରରେ ଅନେକ ମଣ୍ଡପ ରହିଛି। ତନ୍ମଧ୍ୟରୁ ଗୋଟିଏ ‘ଜଳକ୍ରୀଡ଼ା ମଣ୍ଡପ’। ଏହା ନୃସିଂହ ମନ୍ଦିର ପଛ ପାଖରେ ପଶ୍ଚିମ ଦିଗରେ ରହିଛି। ଏହି ମଣ୍ଡପରେ ଶ୍ରୀଜଗନ୍ନାଥ ଭିତର ଚନ୍ଦନ ଯାତ୍ରା ସମୟରେ ଜଳକ୍ରୀଡ଼ା କରନ୍ତି। ଦ୍ୱାପର ଯୁଗରେ କୃଷ୍ଣାବତାରରେ ପ୍ରଭୁ ଜଳକ୍ରୀଡ଼ା ତଥା ନାବକେଳି କରିଥିବାର ଶାସ୍ତ୍ରୀୟ ପ୍ରମାଣ ରହିଛି। ରାଧାରାଣୀ କହିଛନ୍ତି- ‘ମୋ ସ୍ନାନଜଳ ପାଟରେ, ଭାସିଲି ବୋଲି ପ୍ଳବନ୍ତି ହଟରେ ଗୋ, ଛଡ଼ା କୁସୁମ ଲଭିଲଟରେ, ସଜନୀ ଗୋ’…। ସେହି ରସରାଜ ଜଗନ୍ନାଥ ଦାରୁବ୍ରହ୍ମ ଭାବରେ ନୀଳାଚଳରେ ଲୀଳା ବିସ୍ତାର କରିଛନ୍ତି। ଏହି ସନ୍ତରଣ ବା ନୌକା ବିହାରକୁ ଜଳକ୍ରୀଡ଼ା କୁହାଯାଏ। ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌‌ରେ ସନ୍ତରଣ, ନୌକାଚାଳନାର ଏହା ଆଧାର ବୋଲି କେତେକ ଗବେଷକ ମତ ଦିଅନ୍ତି।

ଶ୍ରୀଜଗନ୍ନାଥ ମନ୍ଦିରରେ ଅନ୍ୟ ଏକ ପ୍ରମୁଖ ଉତ୍ସବ ହେଉଛି ଝୁଲଣଯାତ୍ରା, ଯେଉଁଥିରୁ ଆମ ରଜ ଦୋଳି ଖେଳ ବା ସର୍କସର ଦୋଳି କ୍ରୀଡ଼ା ଅନୁପ୍ରାଣିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀରୁ ଏହି ଝୁଲଣ ଆରମ୍ଭ ହୋଇ ଶ୍ରାବଣ ପୂର୍ଣ୍ଣିମାରେ ଉଦ୍‌‌ଯାପିତ ହୁଏ। ଏହି ପାଞ୍ଚଦିନ ଜଗନ୍ନାଥ ମହାପ୍ରଭୁ ଦୋଳିରେ ବସି ଝୁଲଣ ମଣ୍ଡପରେ ଝୁଲନ୍ତି। ସେହି ସମୟରେ ‘ଗୋଟିପୁଅ’ ନୃତ୍ୟ ପରିବେଷଣ କରାଯାଏ। ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ଗୋଟିପୁଅ ନୃତ୍ୟ ପରମ୍ପରା ଆରମ୍ଭ ହୋଇଥିଲା। ପୁରୀର ଜାଗା ଆଖଡ଼ା ବା ବ୍ୟାୟାମ ଶାଳାଗୁଡ଼ିକ ଗୋଟିପୁଅ ନର୍ତ୍ତକୀମାନଙ୍କୁ ତାଲିମ ଶିବିର ବା ଶିଶୁ ପ୍ରଶିକ୍ଷଣ କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିଲା। ଗୋଟିପୁଅ ନୃତ୍ୟରେ କଠିନ ଅଙ୍ଗଭଙ୍ଗୀ କରି ନୃତ୍ୟ କରିବାକୁ ପଡ଼ିଥାଏ। ଗୋଟିପୁଅମାନେ ସେମାନଙ୍କ ଶରୀରକୁ ବିଭିନ୍ନ କୋଣରେ ବଙ୍କା ରଖି ଦୀର୍ଘ ସମୟ ଧରି ରହିପାରନ୍ତି। ସମୟ ସମୟରେ ଗୋଟିପୁଅମାନେ ଗୋଟିଏ କଂସା ପାତ୍ର ବା ଥାଳି ଉପରେ କଷ୍ଟକର ନୃତ୍ୟ ପରିବେଷଣ କରନ୍ତି। ଜଣକ ଉପରେ ଜଣେ ଠିଆ ହୋଇ ମଧ୍ୟ ନୃତ୍ୟ କରନ୍ତି। ଅଲିମ୍ପିକ୍‌‌ସ୍‌‌ର ‘ଜିମ୍ନାଷ୍ଟିକ୍‌‌’ କିମ୍ବା କୌଣସି ସର୍କସର ‘ହ୍ୟୁମାନ୍‌‌ ପିରାମିଡ୍‌‌’ ବା ‘ଷ୍ଟଣ୍ଟ‘(ଦୁଃସାହସିକ କ୍ରୀଡ଼ା)ର ଏହି ଗୋଟିପୁଅ ନୃତ୍ୟ ସହିତ ସାମଞ୍ଜସ୍ୟ ରହିଛି।

ଯବନମାନଙ୍କ ଆକ୍ରମଣରୁ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କୁ ସୁରକ୍ଷା ପାଇଁ ଗଜପତି ରାମଚନ୍ଦ୍ର ଦେବ ଜାଗା ଆଖଡ଼ାର ପରିକଳ୍ପନା କରିଥିଲେ। ଏଠାରେ କୁସ୍ତି ଯୁଦ୍ଧ, ମୁଦଗର ଚାଳନା, ବିଭିନ୍ନ ଶାରୀରିକ ବ୍ୟାୟାମ(ଅଧୁନା ଜିମ୍‌‌ନାସିୟମ ପରି) ଆଦି ତାଲିମ୍‌‌ ଓ ଅଭ୍ୟାସ କରାଯାଉଥିଲା। ଆଧୁନିକ କ୍ରୀଡ଼ାରେ ଏହା ରେସ୍‌‌ଲିଂ ବା କୁସ୍ତି କ୍ରୀଡ଼ା, ୱେଟ୍‌‌ ଲିଫ୍‌‌ଟିଂ ଆଦି ନାମରେ ପରିଚିତ ହୋଇଛି। ଏଠାରେ ପ୍ରଦର୍ଶିତ ଆଉ ଏକ କଠିନ କ୍ରୀଡ଼ା ହେଉଛି ‘ମାଲଖମ୍ବ’। ଏହି ଖମ୍ବ ଉପରେ ଚଢ଼ି କ୍ରୀଡ଼ାବିତ୍‌‌ମାନେ ଏହି କଷ୍ଟକର କ୍ରୀଡ଼ାକୁ ପ୍ରଦର୍ଶନ କରନ୍ତି। ଏହାକୁ ଦେଖିଲେ ଆଧୁନିକ ‘ଜିମ୍‌‌ନାଷ୍ଟିକ୍‌‌’ ଓ ‘ବାଉଁଶରାଣୀ’ ଖେଳ ଭଳି ମନେ ହେବ। ଏ ଦିଗରେ ଅଧିକ ଗବେଷଣା ହେବା ଆବଶ୍ୟକ। ସେହିପରି ବିଭିନ୍ନ ସାହିଯାତରେ ଯେଉଁ ନାଗା ମେଢ଼ ବାହାରନ୍ତି, ସେଥିରେ ସଦସ୍ୟମାନେ ଜଣେ ଜଣେ ବିଶେଷ କ୍ରୀଡ଼ାବିତ୍‌‌। ଏହି ମେଢ଼ରେ ସମର କଳା ସହିତ କ୍ରୀଡ଼ା ମଧ୍ୟ ପ୍ରଦର୍ଶିତ ହୁଏ।

ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି। ଏହି ସଂସ୍କୃତିରେ ସାହିତ୍ୟ, ସଙ୍ଗୀତ, ନୃତ୍ୟକଳା, କ୍ରୀଡ଼ା ନୈପୁଣ୍ୟ ସବୁ ପ୍ରଚ୍ଛନ୍ନ ଭାବରେ ରହିଛି। ତେଣୁ ଏ ସଂସ୍କୃତି ବିଶ୍ୱବିଖ୍ୟାତ। ତେଣୁ ବିଶ୍ୱ ଦରବାରରେ ଉତ୍କଳ ତଥା ଏହାର ସଂସ୍କୃତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି।
‘ଜୟ ଜଗନ୍ନାଥ’।

ଡ. ଅଭିମନ୍ୟୁ ବରାଳ
ପୁରୀ, ମୋ: ୯୯୩୭୮୩୫୨୩୦

17 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର