ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା: ୧୦ ବର୍ଷ ପରେ ମିଳିଲା ନ୍ୟାୟ

The Sakala Picture
Published On

ପୁରୀ: ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା । ୧୦ ବର୍ଷ ପରେ ମିଳିଲା ନ୍ୟାୟ। ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ୨୦୧୨ ମସିହାରେ କଣାସ ଚାଣ୍ଡପଡା ଅଞ୍ଚଳର ମାନସ ବଳିୟାରସିଂଙ୍କୁ ଏକ ଚାକୁଣ୍ଡା ଗଛ ବିବାଦକୁ ନେଇ ହତ୍ୟା କରିଥିଲେ ଅଭିଯୁକ୍ତ । ତାଙ୍କ ଦାଦା ଓ ସ୍ତ୍ରୀ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସେତେବେଳେ ସଙ୍ଘବଧ ହତ୍ୟାକାଣ୍ଡ ମାମଲା ବେଶ […]

ପୁରୀ: ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା । ୧୦ ବର୍ଷ ପରେ ମିଳିଲା ନ୍ୟାୟ। ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ୨୦୧୨ ମସିହାରେ କଣାସ ଚାଣ୍ଡପଡା ଅଞ୍ଚଳର ମାନସ ବଳିୟାରସିଂଙ୍କୁ ଏକ ଚାକୁଣ୍ଡା ଗଛ ବିବାଦକୁ ନେଇ ହତ୍ୟା କରିଥିଲେ ଅଭିଯୁକ୍ତ । ତାଙ୍କ ଦାଦା ଓ ସ୍ତ୍ରୀ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସେତେବେଳେ ସଙ୍ଘବଧ ହତ୍ୟାକାଣ୍ଡ ମାମଲା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ମାମଲାର ବିଚାରକରି ଆଜି ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦଣ୍ଡିତ କରିଛନ୍ତି । ମାମଲାରେ ପୋଲିସ ସମେତ ଅନ୍ୟ ୨୪ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଜଜ ରାଜକିଶୋର ଲେଙ୍କା ଭାରତୀୟ ପିଙ୍ଗଳ କୋଡ଼ ୩୦୨ ଦଫାରେ ରାୟ ଶୁଣାଇଛନ୍ତି । ତେବେ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବର୍ତମାନ ଏହି ମାମଲାରେ ଅନ୍ୟ ୧୯ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନେ ଆଜୀବନ କାରାଦଣ୍ଡ ଭୋଗିବେ।

ଆହୁରି ପଢ଼ନ୍ତୁ: ଚିଲିକାରେ ପ୍ରହସନ ପାଲଟିଛି ବୋଟ୍ ଆମ୍ବୁଲାନ୍ସ ସେବା, ଖତ ଖାଉଛି ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି, ଦୁର୍ଦ୍ଦଶାରେ ଦ୍ୱୀପାଞ୍ଚଳବାସୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର