କୃଷ୍ଣପ୍ରସାଦରେ ପିଏମଜିଏସୱାଇ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା; ହାତ ମାରିଲେ ଉଠୁଛି ପିଚୁ

Sakala Desk Picture
Published On

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ସାମନ୍ତରାୟ ପୁର-ମଧୁର ନଈ-ଚିଲିକା ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କାମ ଶେଷ ହେବାର ମାତ୍ର କିଛି ଦିନ ମଧ୍ୟରେ ଏବଂ ବିଲ୍ ପାସ୍ ହେବା ପୂର୍ବରୁ ହିଁ ରାସ୍ତାର ପିଚୁ ଉଠିବାକୁ ଲାଗିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଭାଇରାଲ ହେଉଛି ଭିଡିଓ

ସାମନ୍ତରାୟ ପୁର ଗ୍ରାମର କିଛି ଯୁବକ ରାସ୍ତାରେ ବସି ହାତରେ ପିଚୁ ଟାଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ହାତରେ ଟାଣିଲେ ଦୁଇରୁ ତିନି ଫୁଟ ଲମ୍ବର ପିଚୁ ସ୍ତର ସହଜରେ ଉଠି ଆସୁଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଅଭିଯୋଗ ମୁତାବକ, ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପୂର୍ବରୁ କଣ୍ଟ୍ରାକ୍ଟର କିଛି ଲୋକଙ୍କ ଜରିଆରେ ତରବରିଆ ଭାବେ ଉଠିଥିବା ପିଚୁକୁ ମରାମତି କରି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନାହିଁ ସୂଚନା ଫଳକ

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତା କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା କୌଣସି ସ୍ଥାନରେ ସୂଚନା ଫଳକ ଲଗାଯାଇ ନାହିଁ। ନିୟମ ଅନୁଯାୟୀ ପ୍ରକଳ୍ପର ମୂଲ୍ୟ, କାର୍ଯ୍ୟାଦେଶ ଏବଂ ଠିକାଦାରଙ୍କ ସମ୍ପର୍କରେ ସୂଚନା ରହିବା କଥା, କିନ୍ତୁ ଏଠାରେ ତାହା ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି କାମ ଚାଲିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ଏବଂ ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ କରାଯିବା ସହ ସଂପୃକ୍ତ ଯନ୍ତ୍ରୀ ଓ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର