ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପ୍ରଶାସନିକ ଅବହେଳାର ଏକ ଚରମ ସୀମା ଦେଖିବାକୁ ମିଳିଛି। ଖୋଦ୍ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଜଣେ ଅସହାୟ ବୃଦ୍ଧାଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ମିଳିବା ପରେ ମଧ୍ୟ ଦୁଇ ମାସ ହେଲା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ବ୍ରହ୍ମପୁର ଗ୍ରାମର ୯୦ ବର୍ଷୀୟା ବୃଦ୍ଧା କମା ବେହେରା ଏବେ ମଧ୍ୟ ମୁଠେ ଚାଉଳ ଓ ସରକାରୀ ଭତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ’ କଲେ ଅଧିକାରୀ

ପାଖାପାଖି ଦୁଇ ମାସ ପୂର୍ବେ କୃଷ୍ଣପ୍ରସାଦ ବ୍ଲକର ଏକ ପଞ୍ଚାୟତରେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଉପସ୍ଥିତ ଥିଲେ। ସେହି ସମୟରେ ବୃଦ୍ଧା କମା ବେହେରା ମନ୍ତ୍ରୀଙ୍କ ସମ୍ମୁଖରେ ନିଜର ଦୁଃଖ ଜଣାଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଦେଖି ମନ୍ତ୍ରୀ ତୁରନ୍ତ ତାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଡମ୍ବନାର ବିଷୟ, ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୃଦ୍ଧାଙ୍କ ପାଖରେ କୌଣସି ସହାୟତା ପହଞ୍ଚିନାହିଁ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଅସନ୍ତୋଷରେ ଅଞ୍ଚଳବାସୀ

ମନ୍ତ୍ରୀଙ୍କ ସ୍ପଷ୍ଟ ଆଦେଶ ସତ୍ତ୍ୱେ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କର ଏଭଳି ମନୋଭାବକୁ ନେଇ ବ୍ରହ୍ମପୁର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ଯେ, ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ କଥାକୁ ପ୍ରଶାସନିକ ଅଧିକାରୀମାନେ ଖାତିର କରୁନାହାନ୍ତି, ତେବେ ଜଣେ ସାଧାରଣ ନାଗରିକର ଗୁହାରି କିଏ ଶୁଣିବ? ବୟସର ସାୟାହ୍ନରେ ପହଞ୍ଚିଥିବା କମା ବେହେରା କେବେ ନ୍ୟାୟ ପାଇବେ ଏବଂ ପ୍ରଶାସନ କେବେ ନିଦରୁ ଉଠିବ, ତାହା ଏବେ ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର