ଚିଲିକା ବକ୍ଷରେ ବେଆଇନ ପାର୍କିଂ ନିର୍ମାଣ: ଜୀବିକା ହରାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟଜୀବୀ

Sakala Desk Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଚିଲିକା ହ୍ରଦର ସୁରକ୍ଷାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ହୋଇଛି ଯେ, ବେଆଇନ ଭାବେ ଚିଲିକା ଜଳରାଶିକୁ ପୋତି ସେଠାରେ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି। ଏଭଳି ବେଆଇନ କାର୍ଯ୍ୟ ସତ୍ତ୍ୱେ ବ୍ରହ୍ମଗିରି ତହସିଲଦାର ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (CDA) ନୀରବଦ୍ରଷ୍ଟା ସାଜିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପାର୍ବଣ ଋତୁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଅପରାଧୀଙ୍କ ଉପରେ ରହିବ କଡ଼ା ନଜର: କଟକ ଡିସିପି

ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଚିଲିକାର ପ୍ରାକୃତିକ ପରିବେଶକୁ ନଷ୍ଟ କରି ମାଟି ପୋତି ପାର୍କିଂ ତିଆରି କରିବା ଦ୍ୱାରା ଏହାର କୁପ୍ରଭାବ ଜୈବବିବିଧତା ଉପରେ ପଡୁଛି। ଏହା ଫଳରେ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭରଶୀଳ ଶତାଧିକ ମତ୍ସ୍ୟଜୀବୀ ପରିବାର ଏବେ ଜୀବିକା ହରାଇବାକୁ ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ପେଟ ପୋଷିବା ପାଇଁ ଅନେକ ମତ୍ସ୍ୟଜୀବୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାୟନ କରୁଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Illegal Parking Construction on ChilikaLake Threatens Fishermen's Livelihood

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ପରିବେଶ ସୁରକ୍ଷା ଆଇନ ଏବଂ ଚିଲିକା ସୁରକ୍ଷା ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏନେଇ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଓ ସଚେତନ ନାଗରିକମାନେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ତୁରନ୍ତ ଏହି ବେଆଇନ ନିର୍ମାଣ ବନ୍ଦ କରିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp