କୃଷ୍ଣପ୍ରସାଦରେ ଶ୍ରୀ ଶନି ଦେବଙ୍କ ୫୨ତମ ବାର୍ଷିକ ଉତ୍ସବ: ନାମ ସଂକୀର୍ତ୍ତନ ଓ ପାଇକ ଆଖଡ଼ାରେ କମ୍ପିଲା ଗାଁ ଦାଣ୍ଡ

Tapas Ranjan Nanda Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ରସଦିଗାଁ ସ୍ଥିତ ଆରାଧ୍ଯ ଦେବ ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୫୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ: ବିଭିନ୍ନ ଅନୁଷ୍ଠାନରେ ଉଡିଲା ତ୍ରିରଙ୍ଗା

ଆଧ୍ୟାତ୍ମିକ ପରିବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଗ୍ରାମ ପରିକ୍ରମା ସମୟରେ ନାମ ସଂକୀର୍ତ୍ତନ ଏବଂ ପାରମ୍ପରିକ ପାଇକ ଆଖଡ଼ା ଖେଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନୀରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦିନ ତମାମ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାମଲେଙ୍କାରେ ଶ୍ରୀ ଶ୍ରୀ ଶନି ଦେବଙ୍କ ୮ମ ବାର୍ଷିକ ଉତ୍ସବ ଓ ନାମଯଜ୍ଞ ଅନୁଷ୍ଠିତ

ପରିଚାଳନା ଓ ସହଯୋଗ

ଗ୍ରାମ୍ୟ କମିଟି ସଭାପତି ଗୁରୁଚରଣ ବିଶ୍ବାଳ ଓ ସମ୍ପାଦକ ଦଇତାରୀ ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଗ୍ରାମର ଶୃଙ୍ଖଳା କମିଟି ଓ ଶ୍ରୀ ଶନିଶ୍ଚର ଟେମ୍ପୁଲ ଟ୍ରଷ୍ଟ ସଭାପତି ବୁଲାମଣୀ ତରେଇ, ସମ୍ପାଦକ ବୁଲୁ ବିଶ୍ବାଳ ଏବଂ ଉପସଭାପତି ଶେଷଦେବ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏହି ମହୋତ୍ସବରେ ବିଦେଶୀ ବିଶ୍ବାଳ, ବାବୁର ବିଶ୍ବାଳ, କେଳୁଚରଣ ବିଶ୍ବାଳ, କୁଞ୍ଜବିହାରୀ ବିଶ୍ବାଳ, ଟୁଲୁ ତରେଇ, ପ୍ରାଣନାଥ ବଳିୟାରସିଂ, ଅଜୟ ବିଶ୍ବାଳ, ଅମିନ ବିଶ୍ବାଳ, ହେମନ୍ତ ବିଶ୍ବାଳ, ମିଥୁନ ବିଶ୍ବାଳ ଏବଂ ପବିତ୍ର ବିଶ୍ବାଳଙ୍କ ସମେତ ଗ୍ରାମର ଆବାଳବୃଦ୍ଧବନିତା ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଅଧାପନ୍ତରିଆ କୃଷ୍ଣପ୍ରସାଦ ବ୍ରିଜ ସ୍ୱପ୍ନ: ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା, ଜବାବ ମାଗୁଛନ୍ତି ଜନତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp