ନୂଆବର୍ଷ ପାଇଁ ପୁରୀରେ ଜମୁଛି ଭିଡ଼, ହୋଟେଲରେ ନାହିଁ ଜାଗା….

The Sakala Picture
Published On

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ନୂଆବର୍ଷ ପାଇଁ ପୁରୀକୁ ଛୁଟୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ନୂଆବର୍ଷକୁ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସହରରେ ଥିବା ସମସ୍ତ ହୋଟେଲ ଗୁଡ଼ିକ ଏବେଠାରୁ ବୁକ୍ ହୋଇଗଲାଣି। ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏବେ ଠାରୁ ନୂଆବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁ ହୋଟେଲ ଗୁଡିକର ରୁମ ବୁକିଂ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କ […]

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ନୂଆବର୍ଷ ପାଇଁ ପୁରୀକୁ ଛୁଟୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ନୂଆବର୍ଷକୁ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସହରରେ ଥିବା ସମସ୍ତ ହୋଟେଲ ଗୁଡ଼ିକ ଏବେଠାରୁ ବୁକ୍ ହୋଇଗଲାଣି। ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏବେ ଠାରୁ ନୂଆବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁ ହୋଟେଲ ଗୁଡିକର ରୁମ ବୁକିଂ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କ ଯେପରି କିଛି ଅସୁବିଧା ନହୁଏ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରିଛି ହୋଟେଲ ସଂଘ। ସେହିପରି ପର୍ଯ୍ୟଟନ ଋତୁକୁ ନଜରରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେଠାରୁ ଝଟକିଲାଣି ସହର। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷ ଛୁଟି କାଟିବା ଲକ୍ଷ୍ୟ ଥିବାରୁ ପୁରୀକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି। ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ରଥଖଳାରେ ଶୋକର ଛାୟା: ତାଳଧ୍ୱଜ ରଥ ନିର୍ମାଣକାରୀ ଭୋଇ ସେବାୟତଙ୍କ ହୃଦଘାତରେ ମୃତ୍ୟୁ

28 Dec 2023 By The Sakala

ନୂଆବର୍ଷ ପାଇଁ ପୁରୀରେ ଜମୁଛି ଭିଡ଼, ହୋଟେଲରେ ନାହିଁ ଜାଗା….

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି। ନୂଆବର୍ଷ ପାଇଁ ପୁରୀକୁ ଛୁଟୁଛନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ। ନୂଆବର୍ଷକୁ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ସହରରେ ଥିବା ସମସ୍ତ ହୋଟେଲ ଗୁଡ଼ିକ ଏବେଠାରୁ ବୁକ୍ ହୋଇଗଲାଣି। ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଏବେ ଠାରୁ ନୂଆବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସବୁ ହୋଟେଲ ଗୁଡିକର ରୁମ ବୁକିଂ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କ ଯେପରି କିଛି ଅସୁବିଧା ନହୁଏ ସେ ଦିଗରେ ବ୍ୟବସ୍ଥା ଗ୍ରହଣ କରିଛି ହୋଟେଲ ସଂଘ। ସେହିପରି ପର୍ଯ୍ୟଟନ ଋତୁକୁ ନଜରରେ ରଖି ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏବେଠାରୁ ଝଟକିଲାଣି ସହର। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ନୂଆ ବର୍ଷ ଛୁଟି କାଟିବା ଲକ୍ଷ୍ୟ ଥିବାରୁ ପୁରୀକୁ ପର୍ଯ୍ୟଟକ ଅଧିକ ପସନ୍ଦ କରୁଛନ୍ତି। ପରିବାର ସହିତ ସମୁଦ୍ର ସ୍ନାନ ଏବଂ ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ ପାଇଁ ପର୍ଯ୍ୟଟକ ମାନେ ଭିଡ଼ ଜମାଇଛନ୍ତି। ନୂଆବର୍ଷକୁ ନେଇ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଥିବା ବେଳେ ପୁରୀ ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ, ସାତପଡ଼ା ଆଦିରେ ମଧ୍ୟ ଭିଡ଼ ବୃଦ୍ଧି ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର