ଦୂରହେଲା ଦୀପାବଳି ଓ ପୟାଶ୍ରାଦ୍ଧ ତାରିଖ ଦ୍ବନ୍ଦ୍ବ , ୨୦ରେ ପାଳନ କରିବାକୁ ସ୍ପଷ୍ଟ କଲା ମୁକ୍ତି ମଣ୍ଡପ ପଣ୍ଡିତ ସଭା...

୨୦ ତାରିଖକୁ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତି ମଣ୍ଡପର ଦାବି..

Deviprasad Mohanty Picture
Published On

ପୁରୀ: ବାରମ୍ବାର ପଞ୍ଜିକା ସମୀକରଣ ବୈଠକ ବସୁଛି। ପର୍ବପର୍ବାଣୀର ତିଥି ବାରରେ ଯେପରି ସମାନତା ରହିବ ତାଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ତିଥି ବାରରେ ଭିନ୍ନତା ରହୁଥିବାରୁ ଲୋକେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ କେବେ ପାଳିବେ ଦୀପାବଳି ? କେବେ ଦେବେ ପୟାଶ୍ରାଦ୍ଧ? ପାଞ୍ଜିରେ ଭିନ୍ନଭିନ୍ନ ମତ ଯୋଗୁଁ ଏବେ ଜନସାଧାରଣଙ୍କ ମଧ୍ୟରେ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କିଛି ପାଞ୍ଜିରେ ଦୀପାବଳି ୨୦ ତାରିଖରେ ଆଉ କିଛି ପାଞ୍ଜିରେ ୨୧ ତାରିଖରେ ପାଳନ ନେଇ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଏହାରି ମଧ୍ଯରେ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ମୁକ୍ତି ମଣ୍ଡପ ପଣ୍ଡିତ ସଭା। ୨୦ ତାରିଖ ଦୀପାବଳିରେ ହେବ ପୟାଶ୍ରାଦ୍ଧ। ଏ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପ୍ରେସମିଟ୍କରି ସୂଚନା ଦିଆଯାଇଛି। ଅମବାସ୍ୟା ଦିନ ୩ଟା ୨୩ ମିନିଟ ପରଠୁ ପୟାଶ୍ରାଦ୍ଧ। ୨୦ ୨୧ ତାରିଖକୁ ନେଇ ଦ୍ବନ୍ଦ୍ବ ଥିଲା। ୨୦ ତାରିଖକୁ ସରକାରୀ ଛୁଟି ଘୋଷଣା ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଦାବି କରିଛି। ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଅନ୍ୟପକ୍ଷରେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସଭାପତି ଆଦିତ୍ୟ ମିଶ୍ର ପୂର୍ବରୁ କହିିଥିଲେ ଯେ, ୨୦ ତାରିଖ ଦିନ ୩ଟା ୪୫ ବେଳେ ଚତୁର୍ଦ୍ଦଶୀ ସରୁଛି। ଅମାବାସ୍ୟା ରାତିରେ ପାଳନ ହେବା କଥା। ତେଣୁ ଯେଉଁଟା ଚାଲିଲା ରାତି ରହିଲା। ତା ପରଦିନ ୫ଟା ୧୫ ବେଳକୁ ସୂର୍ଯ୍ୟାସ୍ତ ହୋଇ ଆଉ ମାତ୍ର କିଛି ସମୟ ଅମାବାସ୍ୟା ରହୁଛି। ତେଣୁ ସେଦିନ ଅମାବାସ୍ୟା କିଭଳି ପାଳନ ହେବ ବୋଲି ସେ ପ୍ରଶ୍ନ କରିଥିଲେ। ସମସ୍ତ ନିଯୋଗ ସହିତ ସ୍ଥିର କରାଯାଇ ୫ଟି ପାଞ୍ଜିରେ କଥାକୁ ସ୍ୱୀକୃତି ଦିଆଯାଇଛି। ତେଣୁ ଓଡ଼ିଶାବାସୀ ଏହିଦିନ ପାଳନ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର