ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

The Sakala Picture
Published On

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି । ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଐତିହ୍ୟ […]

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀ ମହାପାତ୍ର ଆଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ:  କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଐତିହ୍ୟ ସଂପର୍ଣ୍ଣ ତୀର୍ଥ ପୁଷ୍କରଣୀ ଗୁଡିକର ଉନ୍ନତିକରଣ, ମୋଚିସାହି ସ୍ଥିତ ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଓ ବଡଦାଣ୍ଡ ସ୍ଥିତ ମ୍ୟୁନିସପାଲଟି ମାର୍କେଟ କମ୍ପ୍ଲେକ୍ସ, ଜେଲ ରୋଡ ସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠର ଉନ୍ନତିକରଣ, ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁପଟ୍ଟନାୟକ ଇନଣ୍ଡୋର ଷ୍ଟାଡିୟମ୍ ଏବଂ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ କାର୍ଯ୍ଯ ତ୍ୱରାନିତ୍ୱ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଏହା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅବଢ଼ା ଯୋଜନା ଅନ୍ତର୍ଗତ ଜଗନ୍ନାଥବଲ୍ଲଭ ପାର୍କିଂ ସ୍ଥଳୀ, ପ୍ରାୟ ୧୯୦ କୋଟି ଟଙ୍କା ଅଟକଳରେ ନିର୍ମାଣଧୀନ ଶ୍ରୀ ସେତୁ ପ୍ରକଳ୍ପ, ପ୍ରାୟ ୧୩୩ କୋଟି ଟଙ୍କା ଅଟକଳରେ ମୂଶା ନଦୀର ଦୁଇ ପର୍ୟ୍ୟାୟ ସଂପ୍ରସାରଣ କାର୍ୟ୍ୟ, ୧୮୦ କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ସମଙ୍ଗସ୍ଥିତ ପ୍ରଦର୍ଶନୀ ତଥା ପାର୍କିଂ ଏରିନା, ହବିଷ୍ୟାଳୀ ଆଶ୍ରୟସ୍ଥଳୀ- ବୃନ୍ଦାବତୀ ନିବାସ, ନିର୍ମାଣଧିନ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିଦର୍ଶନ କରି ଅଧିକାରୀମାନଙ୍କ ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଚିଲିକାରେ ମାଛ ବଂଶ ନେଇ ଦ୍ୱନ୍ଦ୍ୱ: ସରକାରୀ ରିପୋର୍ଟରେ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଅନୁଭବରେ ହ୍ରାସ

ପ୍ରକଳ୍ପଗୁଡିକର ଅଗ୍ରଗତି ସଂପର୍କରେ ଅବଗତ ହେବା ସହ କାର୍ୟ୍ୟ ତ୍ୱରାନିତ୍ୱ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ କାର୍ୟ୍ୟକ୍ରମ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ସିଡିଏମଓ ଡା. ସୁଜାତା ମିଶ୍ର, ଓବିସିସି ଜିଏମ ପ୍ରଭାତ କୁମାର ପାଣିଗ୍ରାହୀ ଏବଂ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର