ଆଜିଠୁ ଚନ୍ଦନ ଯାତ୍ରା : ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଚାହିଁ ବସିଛନ୍ତି ନରେନ୍ଦ୍ର, ନନ୍ଦା ଓ ଭଦ୍ରା

The Sakala Picture
Published On

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି। ତେବେ ଗୁରୁବାର ପୂଜାପଣ୍ଡା ସେବାୟତ ଚନ୍ଦନକୁଣ୍ଡ ସଂସ୍କାର କରିଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ […]

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି। ତେବେ ଗୁରୁବାର ପୂଜାପଣ୍ଡା ସେବାୟତ ଚନ୍ଦନକୁଣ୍ଡ ସଂସ୍କାର କରିଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ ଅଧିବାସ ନୀତି ସମ୍ପନ୍ନ ହୋଇଛି।

ଆହୁରି ପଢ଼ନ୍ତୁ: ସମୁଦ୍ରରୁ ଭାସି ଆସି ଅସ୍ତରଙ୍ଗ ବେଳାଭୂମିରେ ଲାଗିଲା ବିଶାଳ ସାମୁଦ୍ରିକ ବୁଏ...

ମହାପ୍ରଭୁଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ (ଶ୍ରୀଲୋକନାଥ, ଶ୍ରୀଯମେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର) ଜଳକ୍ରୀଡ଼ା କରିବେ। ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣୀ ଘର ଭୋଗ କରାଯାଇ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଧୂପ ସରିବ। ଅପରାହ୍ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ପରେ ଅପରାହ୍ଣ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ଚାପ ଖେଳି ସାରି ରାତି ୧୦ଟାରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଲଞ୍ଚ, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଚନ୍ଦନ ମଣ୍ଡପକୁ ରଙ୍ଗ କରାଯାଇଛି। ଚନ୍ଦନ ଚକଡ଼ାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶୁକ୍ରବାର ଚାପରେ କନା ପଡ଼ିବ ଓ ହଂସ ଲଗାଯିବ।

ଆହୁରି ପଢ଼ନ୍ତୁ: ମାନସିଂହ ସାହିତ୍ୟ ସଂସଦର 67 ତମ କବିତା ଆସର

ଗତକାଲି ପୂର୍ବାହ୍ନରେ ଠାକୁରଙ୍କ ରୁପା ସିଂହାସନ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ନିଆଯାଇଛି। ଏହି ସିଂହାସନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନୌକାରେ ଜଳକ୍ରୀଡ଼ା କରିବେ। ସେହିପରି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ମହାପ୍ରଭୁ ଚନ୍ଦନ ପୁଷ୍ପରିଣୀକୁ ଯିବା ଏବଂ ପୁଷ୍କରିଣୀ ନିକଟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପୁଲିସ ମୁତୟନ ରହିବେ। ସେହିପରି ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍‌‌ପାଟ, ପକେଟ୍‌‌ମାର କରିବା ସମ୍ଭାବନା ରହିଛି। ଏଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିଛି ପୁଲିସ।

10 May 2024 By The Sakala

ଆଜିଠୁ ଚନ୍ଦନ ଯାତ୍ରା : ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଚାହିଁ ବସିଛନ୍ତି ନରେନ୍ଦ୍ର, ନନ୍ଦା ଓ ଭଦ୍ରା

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କୁ ସ୍ୱାଗତ ଲାଗି ଅପେକ୍ଷାରତ ନରେନ୍ଦ୍ର ସରୋବର। ନନ୍ଦା ଓ ଭଦ୍ରା ଜଳକ୍ରୀଡ଼ା କରାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଚାହିଁ ରହିଛନ୍ତି। ତେବେ ଗୁରୁବାର ପୂଜାପଣ୍ଡା ସେବାୟତ ଚନ୍ଦନକୁଣ୍ଡ ସଂସ୍କାର କରିଥିବା ବେଳେ ଶ୍ରୀମନ୍ଦିରରେ ଚନ୍ଦନ ଅଧିବାସ ନୀତି ସମ୍ପନ୍ନ ହୋଇଛି।

ମହାପ୍ରଭୁଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ (ଶ୍ରୀଲୋକନାଥ, ଶ୍ରୀଯମେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀମାର୍କଣ୍ଡେଶ୍ୱର ଓ ଶ୍ରୀନୀଳକଣ୍ଠେଶ୍ୱର) ଜଳକ୍ରୀଡ଼ା କରିବେ। ତେଣୁ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଜଳକ୍ରୀଡ଼ା ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣୀ ଘର ଭୋଗ କରାଯାଇ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଧୂପ ସରିବ। ଅପରାହ୍ଣ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ପରେ ଅପରାହ୍ଣ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚମହାଦେବ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ଚାପ ଖେଳି ସାରି ରାତି ୧୦ଟାରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବା ଲାଗି ନିଷ୍ପତ୍ତି ହୋଇଛି। ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି।

ଚନ୍ଦନ ମଣ୍ଡପକୁ ରଙ୍ଗ କରାଯାଇଛି। ଚନ୍ଦନ ଚକଡ଼ାକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ନନ୍ଦା ଓ ଭଦ୍ରା ଚାପ ଏବଂ ବୈଜୟନ୍ତୀ ଡଙ୍ଗାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶୁକ୍ରବାର ଚାପରେ କନା ପଡ଼ିବ ଓ ହଂସ ଲଗାଯିବ।

ଗତକାଲି ପୂର୍ବାହ୍ନରେ ଠାକୁରଙ୍କ ରୁପା ସିଂହାସନ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ନିଆଯାଇଛି। ଏହି ସିଂହାସନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଧୁସୂଦନ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନୌକାରେ ଜଳକ୍ରୀଡ଼ା କରିବେ। ସେହିପରି ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ମହାପ୍ରଭୁ ଚନ୍ଦନ ପୁଷ୍ପରିଣୀକୁ ଯିବା ଏବଂ ପୁଷ୍କରିଣୀ ନିକଟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ପୁଲିସ ମୁତୟନ ରହିବେ। ସେହିପରି ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ଲୁଟ୍‌‌ପାଟ, ପକେଟ୍‌‌ମାର କରିବା ସମ୍ଭାବନା ରହିଛି। ଏଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର