ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ

The Sakala Picture
Published On

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ […]

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷମା ସରିଥିଲା । ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲେ । ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରାଯାଇଥିଲା । କିନ୍ତୁ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା । ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ପରବର୍ତ୍ତୀ ସମୟରେ ଦେଶରେ କୋଭିଡର ଦ୍ୱିତୀୟ ଲହରୀ ପ୍ରବାହିତ ହୋଇଥିଲା । ସଂକ୍ରମଣ ସଂଖ୍ୟା ପିକରେ ପହଁଚିଥିଲା । ରାଜ୍ୟ ସରକାର ଦେଶରେ ତାଲାବନ୍ଦ ଘୋଷଣା କରିଥିଲେ । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ଯନ୍ତ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଥିବାବେଳେ, ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ, ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆସା ପ୍ରକଟ କରିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

26 Aug 2021 By The Sakala

ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ସମୟରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ । ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି । ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ ।

ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ଆସନ । ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷମା ସରିଥିଲା । ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ପ୍ରାର୍ଥୀ ଘୋଷଣା କରିଥିଲେ । ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରାଯାଇଥିଲା । କିନ୍ତୁ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା । ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ ।

ପରବର୍ତ୍ତୀ ସମୟରେ ଦେଶରେ କୋଭିଡର ଦ୍ୱିତୀୟ ଲହରୀ ପ୍ରବାହିତ ହୋଇଥିଲା । ସଂକ୍ରମଣ ସଂଖ୍ୟା ପିକରେ ପହଁଚିଥିଲା । ରାଜ୍ୟ ସରକାର ଦେଶରେ ତାଲାବନ୍ଦ ଘୋଷଣା କରିଥିଲେ । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ଯନ୍ତ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା । କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଥିବାବେଳେ, ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ, ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆସା ପ୍ରକଟ କରିଛି ।

https://www.thesakala.in/latest-odisha-news/puri/pipili-by-election-date-to-be-declared-soon/article-4916
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର