ଆଉ ୧୪ ଦିନ ରାଜ୍ୟରେ ଆଂଶିକ ଲକଡାଉନ: କୋହଳ ହେଲା ନିୟମ, ଦୋକାନ ବଜାର ଖୋଲିବା ସମୟ ଅବଧି ବୃଦ୍ଧି

The Sakala Picture
Published On

ଭୁବନେଶ୍ବର: ଗତ ଦେଢ ମାସ ହେବ ରାଜ୍ୟରେ ଲକଡାଉନ ଜାରି ରହିଛି। ୩ଟି ପର୍ଯ୍ୟାୟରେ ଏହି ଲକଡାଉନ କରାଯାଇଥିଲା। ୩ୟ ପର୍ଯ୍ୟାୟ ଲକଡାଉନରେ କରୋନା ସଂକ୍ରମଣର ଗ୍ରାଫ ଖସିଥିଲା। ରାଜ୍ୟବାସୀ ଏହି ଲକଡାଉନ ନିୟମକୁ ମାନିଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି। ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ରହିବ ବୋଲି ଘୋଷଣା କରିଛନ୍ତି। ହେଲେ ଏହି ଆଂଶିକ ଲକଡାଉନ ସମୟରେ ନିୟମକୁ କୋହଳ କରାଯାଇଛି। ସପ୍ତାହନ୍ତ ସଟଡାଉନ ଓ […]

ଭୁବନେଶ୍ବର: ଗତ ଦେଢ ମାସ ହେବ ରାଜ୍ୟରେ ଲକଡାଉନ ଜାରି ରହିଛି। ୩ଟି ପର୍ଯ୍ୟାୟରେ ଏହି ଲକଡାଉନ କରାଯାଇଥିଲା। ୩ୟ ପର୍ଯ୍ୟାୟ ଲକଡାଉନରେ କରୋନା ସଂକ୍ରମଣର ଗ୍ରାଫ ଖସିଥିଲା। ରାଜ୍ୟବାସୀ ଏହି ଲକଡାଉନ ନିୟମକୁ ମାନିଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି। ୧୭ ଜୁନରୁ ୧ ଜୁଲାଇ ଯାଏଁ ଆଂଶିକ ଲକଡାଉନ ରହିବ ବୋଲି ଘୋଷଣା କରିଛନ୍ତି। ହେଲେ ଏହି ଆଂଶିକ ଲକଡାଉନ ସମୟରେ ନିୟମକୁ କୋହଳ କରାଯାଇଛି। ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ପୂର୍ବ ପରି ଜାରି ରହିବ।

ଆହୁରି ପଢ଼ନ୍ତୁ: ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ: ଭଏସ୍ ନୋଟ୍ ଜରିଆରେ ମାଗିଲେ କୋଟି କୋଟି ଟଙ୍କା, ଘର ବାହାରେ ବଢିଲା ସୁରକ୍ଷା

ରାଜ୍ୟରେ କରୋନା ସଂକ୍ରମଣ ଖସୁଥିବାରୁ ଅନଲକ କରିବା ପାଇଁ ରାଜ୍ୟସରାକାର ସ୍ବତନ୍ତ୍ର ରଣନୀତି ଆପଣାଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାଗୁଡିକୁ ୨ ଭାଗରେ ବିଭକ୍ତ କରାଯାଇଛି। କାଟାଗୋରୀ ‘ଏ’ ଓ କାଟାଗୋରୀ ‘ବି’ ।

ଆହୁରି ପଢ଼ନ୍ତୁ: ଭଣଜା ବାହାଘରରେ ମାମୁଁଙ୍କ ଟଙ୍କା ବର୍ଷା; ଉପହାର ଦେଲେ ୮୧ ଲକ୍ଷ ଟଙ୍କା ସହ ୨୫ ଭରି ସୁନା

କାଟାଗୋରୀ ‘ଏ’ରେ ୧୭ଟି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡିକରେ ସକାଳ ୬ଟାରୁ ସନ୍ଧ୍ୟା ୫ଯାଏଁ ଖୋଲା ରହିବ ଦୋକାନ ବଜାର। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଆଦି ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ ଦୋକାନ ଖୋଲା ରହିବ। କେବଳ ମଲ୍, ଜିମ୍, ସେଲୁନ, ସ୍ପା ଆଦି ପୂର୍ବପରି ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ସେହିପରି କାଟାଗୋରୀ ‘ବି’ରେ ୧୩ ଉପକୂଳବର୍ତ୍ତୀ ଜିଲ୍ଲା ରହିଛି। ସେଗୁଡିକ ହେଲା ଅନୁଗୁଳ, ଭଦ୍ରକ, ବାଲେଶ୍ବର, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା , କେନ୍ଦୁଝର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ । ଏହି ଜିଲ୍ଲାଗୁଡିକରେ ପୂର୍ବରୁ ରହିଥିବା ଲକଡାଉନ ନିୟମକୁ ସାମାନ୍ୟ କୋହଳ କରାଯାଇଛି। ସକାଳ ୬ଟାରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା ରହିବ।

– କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ମିଠା ଦୋକାନ ଖୋଲା ରହିବ।

– ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ତେବେ ଲୋକମାନେ ଖାଦ୍ୟ ଜିନିଷ ଦୋକାନ ସାମ୍ନାରେ ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେଇ ପାରିବେ ।

–  ସକାଳ ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏହି ସମୟରେ ସାଇକେଲ ମଧ୍ୟ ଚଲାଇପାରିବେ । କିନ୍ତୁ ପାର୍କ ଖୋଲା ରହିବ ନାହିଁ ।

– ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ

-ଏହାକୁ ଛାଡି ଦେଲେ ପୂର୍ବରୁ ଥିବା ସମସ୍ତ ଲକଡାଉନ ନିୟମ ଜାରିରହିବ । ବାହାଘର ଭୋଜି ଉପରେ କଟକଣା ରହିବ । ଅନ୍ତିମ ସଂସ୍କାରରେ ବି କଟକଣା ରହିବ ।

– ସାରା ରାଜ୍ୟର ମନ୍ଦିର ବନ୍ଦ ରହିବ, ନୀତି ଚାଲିବ

– ଯାତ୍ରା, ସିନେମାହଲ, ସୁଇମିଂ ପୁଲ, ସେଲୁନ ଓ ଜିମ ଉପରେ କଟକଣା ଜାରି ରହିଛି।

-ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ ।

– ଯଦି ସଂକ୍ରମଣ ବୃଦ୍ଧି ପାଏ ଜିଲ୍ଲାପାଳ କଣ୍ଟେନମେଣ୍ଟ କରିପାରିବେ। ସମସ୍ତ ଦୋକାନ ବଜାର ଉପରେ କଟକଣା ଲଗାଇ ପରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp