ଶ୍ରୀକ୍ଷେତ୍ରର ମଠ ମାହାତ୍ମ୍ୟ: ମଠ ଗାଇବ ରୂପାନ୍ତରଣ କଥା…..

The Sakala Picture
Published On

  ସୁନୀଳାବ୍ଧିକୂଳେଽସିତାହାର୍ଯ୍ୟଚୂଳେ ସୁରତ୍ନପ୍ରସୂତେ ସ୍ଥିତଂ ଧାମ୍ନି ପୂତେ ସଭଦ୍ରାବଳାରିଂ ବିନଷ୍ଟାଖିଳାରିଂ ସନାଦପ୍ରମେୟଂ ଜଗନ୍ନାଥମୀଡେ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସନାତନ ଧର୍ମାବଲମ୍ବୀମାନଙ୍କର ପରମାରାଧ୍ୟ ଦେବତା ଓ ଅବତାରୀ ପୁରୁଷର ସାର୍ଥକ ବିଗ୍ରହ। ସେ ସର୍ବ ସମ୍ପ୍ରଦାୟ ମତବାଦ ସମନ୍ୱୟର ମହାନ ପ୍ରତୀକ। ସମଗ୍ର ଭାରତ ବର୍ଷରେ ପରମ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ର କେବଳ ମୁଖ୍ୟତୀର୍ଥ ରୂପେ ନୁହେଁ, ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହଙ୍କର ଶ୍ରୀମନ୍ଦିରରେ ଅବସ୍ଥିତ ଯୋଗୁଁ ଏକ ବିଶିଷ୍ଟ ପୁଣ୍ୟକ୍ଷେତ୍ର ରୂପେ ଅତ୍ୟନ୍ତ ସୁପରିଚିତ। ତେଣୁ ପ୍ରାଚୀନ […]

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ସୁନୀଳାବ୍ଧିକୂଳେଽସିତାହାର୍ଯ୍ୟଚୂଳେ
ସୁରତ୍ନପ୍ରସୂତେ ସ୍ଥିତଂ ଧାମ୍ନି ପୂତେ
ସଭଦ୍ରାବଳାରିଂ ବିନଷ୍ଟାଖିଳାରିଂ
ସନାଦପ୍ରମେୟଂ ଜଗନ୍ନାଥମୀଡେ

ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସନାତନ ଧର୍ମାବଲମ୍ବୀମାନଙ୍କର ପରମାରାଧ୍ୟ ଦେବତା ଓ ଅବତାରୀ ପୁରୁଷର ସାର୍ଥକ ବିଗ୍ରହ। ସେ ସର୍ବ ସମ୍ପ୍ରଦାୟ ମତବାଦ ସମନ୍ୱୟର ମହାନ ପ୍ରତୀକ। ସମଗ୍ର ଭାରତ ବର୍ଷରେ ପରମ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ର କେବଳ ମୁଖ୍ୟତୀର୍ଥ ରୂପେ ନୁହେଁ, ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହଙ୍କର ଶ୍ରୀମନ୍ଦିରରେ ଅବସ୍ଥିତ ଯୋଗୁଁ ଏକ ବିଶିଷ୍ଟ ପୁଣ୍ୟକ୍ଷେତ୍ର ରୂପେ ଅତ୍ୟନ୍ତ ସୁପରିଚିତ। ତେଣୁ ପ୍ରାଚୀନ ସମୟରୁ ଏଠାକୁ ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରସିଦ୍ଧ ସାଧକ, ଆଚାର୍ଯ୍ୟ, ସନ୍ଥ, ସାଧୁ, ପଣ୍ଡିତମାନେ ଏହି ପୁଣ୍ୟ କ୍ଷେତ୍ରରେ ସାମୟିକ ଅବସ୍ଥାନ କରୁଥିଲେ। ଆଦିଶଙ୍କର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ବିଷ୍ଣୁସ୍ୱାମୀ, ନାନକ, କବୀର, ଜୟଦେବ, ଶ୍ରୀଚୈତନ୍ୟ ଆଦି ବହୁ ଦର୍ଶକ ଶାସ୍ତ୍ରଜ୍ଞ ପଣ୍ଡିତମାନେ ବୈଦିକ ରୀତିରେ ନିଜ ନିଜର ଗବେଷଣାତ୍ମକ ମତବାଦ ସର୍ବସମ୍ମୁଖରେ ଉପସ୍ଥାପନା କରିବା ସଂଗେ ସଂଗେ ତାଙ୍କ ଶିଷ୍ୟ ଓ ପ୍ରଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ମଠମାନ ସୃଷ୍ଟି କରିଥିଲେ। ଶ୍ରୀନୀଳାଚଳ ଧାମରେ ଦୀର୍ଘ ଏକହଜାର ବର୍ଷ ପୂର୍ବରୁ ଓଡ଼ିଶାର ଧର୍ମ ଓ ସଂସ୍କୃତିର ଇତିହାସରେ ଏହି ମଠମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଅଦ୍ୟାବଧି ସନାତନ ଧର୍ମର ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟମାନଙ୍କର ଶତାଧିକ ମଠ ଏହି ପରମ ପବିତ୍ର ଶ୍ରୀକ୍ଷେତ୍ରରେ ବିଦ୍ୟମାନ।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ପୁରୀ ଜିଲ୍ଲା ଗେଜେଟିୟରର ଉଲ୍ଲେଖ ପ୍ରକାରେ ଶ୍ରୀଜଗନ୍ନାଥ ଧାମରେ ଶତାଧିକ ମଠ ସ୍ଥାପନର ମୂଳ ଉଦ୍ଦେଶ୍ୟ ଥିଲା ହିନ୍ଦୁ ଧର୍ମ ତଥା ଜଗନ୍ନାଥ ଚେତନା ଦର୍ଶନର ପ୍ରଚାର ଓ ପ୍ରସାର, ଜଗନ୍ନାଥ ଦର୍ଶନ ପାଇଁ ବିଦେଶାଗତ ସାଧୁ, ସନ୍ନ୍ୟାସୀ, ତୀର୍ଥଯାତ୍ରୀଙ୍କ ପାଇଁ ଆଶ୍ରୟ ପ୍ରଦାନ, ଗରୀବ, ମେଧାବୀ ଛାତ୍ରମାନଙ୍କ ରହଣୀ ଓ ପ୍ରସାଦିର ସୁବନ୍ଦୋବସ୍ତ ଇତ୍ୟାଦି। ଏଥିରୁ ଅନୁମିତ ହୁଏ ଯେ, ତତ୍‌କାଳୀନ ଧର୍ମ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ଆଦି କାର୍ଯ୍ୟରେ ଏହି ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ସହାୟତା କରୁଥିଲେ। ଓଡ଼ିଶା ତଥା ଭାରତର ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ଭାଷାଭାଷୀ ବ୍ୟକ୍ତିମାନଙ୍କ ମଧ୍ୟରେ ସୁମ୍ପର୍କ ସ୍ଥାପନ ଦିଗରେ ଶ୍ରୀକ୍ଷେତ୍ର ଧାମରେ ଥିବା ମଠମାନଙ୍କର ମୁଖ୍ୟ ଭୂମିକା ରହିଥିଲା। ସାଧୁ, ସନ୍ଥ, ତୀର୍ଥଯାତ୍ରୀ ଉକ୍ରଳକୁ ଆଗମନ ପୂର୍ବକ ଶ୍ରୀକ୍ଷେତ୍ରସ୍ଥିତ ମଠମାନଙ୍କରେ ଉତ୍ତମ ଆତିଥେୟତା ଗ୍ରହଣ କରି ଉକ୍ରଳ ତଥା ଜଗନ୍ନାଥ କ୍ଷେତ୍ରର ଭୂୟସୀ ପ୍ରଶଂସା କରୁଥିଲେ।

‘ପ୍ରାଚୀନ ଉକ୍ରଳ’ ପୁସ୍ତକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବଙ୍କ ସମୟରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ରେ ଅନେକ ମଠ ସ୍ଥାପିତ ହୋଇଥିଲା। ଏମାନଙ୍କ ମଠାଧାରୀମାନେ ପରମେଶ୍ୱରଙ୍କ ଭୋଗ ନିଯୋଗ ଯାତ୍ରୀମାନଙ୍କ କଥା ବୁଝିବା ଦାୟିତ୍ୱ ନ୍ୟସ୍ତ ଥିଲା। ସନ୍ନ୍ୟାସୀ ୫୨ ମଠ ମଧ୍ୟରେ ଆନ୍ଧ୍ରର୧୨ , ମହାରାଷ୍ଟ୍ରର ୮, ଦ୍ରାବିଡ଼ ୮, କନୌଜ ୫, ହେଙ୍ଗୁଳ ୩, ଓଡ଼ିଆ ୧୪, ଗୌଡ଼ୀୟ ୫, ଏକାଦଶୀ ୩, ମନୋଦଣ୍ଡୀ ୧୫, ତ୍ରିଦଣ୍ଡୀ ୭ ମଠ ରହିଥିଲା। ପରବର୍ତ୍ତୀ ସମୟରେ ଅନେକ ମଠ ସ୍ଥାପିତ ହୋଇ ଏହା ଶତାଧିକରେ ପହଞ୍ଚିଥିଲା।

ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ମଠମାନଙ୍କ ମଧ୍ୟରେ ଶ୍ରୀଶଙ୍କର ସମ୍ପ୍ରଦାୟର ଗୋବର୍ଦ୍ଧନ ମଠ, ଶଙ୍କରାନନ୍ଦ, ଗୋପାଳତୀର୍ଥ, ଶିବତୀର୍ଥ, ମହୀପ୍ରକାଶ ମଠ ଇତ୍ୟାଦି ଅନ୍ୟତମ। ସେହିପରି ଶ୍ରୀରାମାନୁଜ ସମ୍ପ୍ରଦାୟର ଏମାର, ରାଘବ ଦାସ, ଉତ୍ତରପାଶ୍ୱର୍, ଦକ୍ଷିଣ ପାଶ୍ୱର୍, ରେବାସା, କଟକୀ, ଭେଙ୍କଟାଚାରୀ, ପଣ୍ଡିତ, ସିଦ୍ଧ, ଜିୟରସ୍ୱାମୀ, ସମାଧି, ତ୍ରିମାଳୀ ମଠ। ଶ୍ରୀରାମାନନ୍ଦୀୀ ସମ୍ପ୍ରଦାୟର ବଡ଼ଛତା, ଛାଉଣୀ, ବଳରାମ କୋଟ, ସାନଛତା, ପାପୁଡ଼ିଆ, ବଳଗଣ୍ଡିଛତା, ଦଶାବତାର, କାପୁଡ଼ିଆ, ଘୁମୁସର, ନୂଆ ସୁନ୍ଦରରାମ, ନେବଳ ଦାସ, ବଡ଼ସନ୍ଥ, କୌଶଲ୍ୟା ଦାସ, ପଞ୍ଜାବୀ, ଜେଜେରାମ, ପୁରୁଣାନହର ଛତା ମଠ ଆଦି ଅନ୍ୟତମ। ପଞ୍ଚ ରାମାନନ୍ଦୀ ସମ୍ପ୍ରଦାୟର ଦିଗମ୍ବର ଆଖେଡ଼ା (ବଡ଼ଆଖେଡ଼ା), ନିର୍ମୋହୀ ଆଖେଡ଼ା, ହାତୀ ଆଖେଡ଼ା, ବାଘ ଆଖେଡ଼ା, ଖାକୀ ଆଖେଡ଼ା; ନିମ୍ବାର୍କ ସମ୍ପ୍ରଦାୟର ଶ୍ରୀରାଧାବଲ୍ଲଭ ମଠ, ରାମଜୀ, ଚିକିଟି, ଦୁଃଖିଶ୍ୟାମଛତା; ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟର ଶ୍ରୀଜଗନ୍ନାଥବଲ୍ଲଭ ମଠ, ଶ୍ରୀବିଷ୍ଣୁସ୍ୱାମୀ ଆଖେଡ଼ା; ବ୍ରହ୍ମ ମାଧ୍ୱ ଗୌରେଶ୍ୱର (ଗୌଡ଼ୀୟ) ସମ୍ପ୍ରଦାୟର ଶ୍ରୀରାଧାକାନ୍ତ ମଠ, ସିଦ୍ଧବକୁଳ ମଠ, ଗଙ୍ଗାମାତା ମଠ, କୁଞ୍ଜ, ସାନତରଳା, ବଡ଼ତରଳା, ରାଣୀ, ହରିଦାସ ଠାକୁର ସମାଧି ମଠ, ରାଧାଶ୍ୟାମ, ଗୋପାଳ ଜୀଉ, ରାଧାକିଶୋର ଜୀଉ, ଖଜୁରିଆ, କଣାସ, ସାତାସନ, ବିଶାଖା, ନନ୍ଦିନୀ, ହାବେଳୀ, ନାଗା, ସୁରଙ୍ଗୀ, ସଚ୍ଚୀନନ୍ଦନ ଦାସ, ପୌଣ୍ଣମାସୀ, ଗୋପାଳ ଗୋସାଇଁ ମଠ ଆଦି ଅନ୍ତର୍ଭୁକ୍ତ। ଅତିବଡ଼ି ସମ୍ପ୍ରଦାୟର ବଡ଼ ଓଡ଼ିଆ ମଠ, ସାତଲହଡ଼ି ମଠ, ପଦ୍ମଚରଣ ଦାସ, ଅନନ୍ତ ସମ୍ପ୍ରଦାୟର ହାତୀଗୁରୁଦେବ ମଠ, କବୀର ସମ୍ପ୍ରଦାୟର କବୀର ଚୌରାମଠ, ଉଦାସୀନ ସମ୍ପ୍ରଦାୟର ବାଉଳି ମଠ, ମଙ୍ଗ ମଠ, ସ୍ମାର୍ତ୍ତ ସମ୍ପ୍ରଦାୟର ଦର୍ପ ନାରାୟଣ ମଠ, ସୁନା ଗୋସ୍ୱାମୀ ମଠ, ଦଶନାମୀ ସମ୍ପ୍ରଦାୟର ଲକ୍ଷ୍ମୀଭଦ୍ର (ଲଙ୍ଗୁଳି) ମଠ, ମାଧବାଚାର୍ଯ୍ୟ ସମ୍ପ୍ରଦାୟର ସିଦ୍ଧ ବ୍ରହ୍ମଚାରୀ ମଠ, ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟର ମହାପ୍ରଭୁଜୀକୀ ବୈଠକ, ଉକ୍ରଳୀୟ ବୈଷ୍ଣବ ସମ୍ପ୍ରଦାୟର ଶିଶୁ ମଠ ଇତ୍ୟାଦି ଉଲ୍ଲେଖନୀୟ ଅଟେ।

ଐତିହାସିକମାନଙ୍କ ମତାନୁଯାୟୀ, ଶ୍ରୀକ୍ଷେତ୍ର ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରଥମେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠିତ ହୋଇଥିଲା। ଏହି ମଠ ବା ପୀଠର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ପଦ୍ମପାଦାଚାର୍ଯ୍ୟ। ଏହା ପୂର୍ବରୁ ପୁରୁଷୋତ୍ତମ କ୍ଷେତ୍ରରେ କେତେକ ପ୍ରାଚୀନ ଆଶ୍ରମ ଯଥା କଣ୍ଡୁ, ଭୃଗୁ, ମାର୍କଣ୍ଡେୟ, ଅଙ୍ଗୀରା ଆଶ୍ରମ ଆଦି ପ୍ରତିଷ୍ଠିତ ହୋଇଥିବା ଜଣାଯାଏ। ଶଙ୍କରାଚାର୍ଯ୍ୟଙ୍କ ପରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଆଚାର୍ଯ୍ୟ ରାମାନୁଜ ଶ୍ରୀକ୍ଷେତ୍ରରେ ଅବସ୍ଥାନ ପୂର୍ବକ ଶ୍ରୀମନ୍ଦିରରେ ଶ୍ରୀଲକ୍ଷ୍ମୀ ପୂଜାର ପ୍ରଚଳନ କରାଇବା ସଂଗେ ସଂଗେ ଶ୍ରୀସମ୍ପ୍ରଦାୟର ପ୍ରଚାର କରିଥିଲେ। ସେହି ସମୟରେ ସ୍ୱର୍ଗଦ୍ୱାର ନିକଟରେ ‘ରାମାନୁଜ କୋଟ’ ନାମରେ ଏକ ମଠ ସ୍ଥାପିତ ହୋଇଥିଲା। ପରେ ତାଙ୍କ ପ୍ରିୟ ଶିଷ୍ୟମାନଙ୍କ ଦ୍ୱାରା ରାମାନୁଜ ଓ ରାମାନନ୍ଦୀ ସମ୍ପ୍ରଦାୟର କେତେକ ମଠ ଶ୍ରୀକ୍ଷେତ୍ରରେ ସ୍ଥାପିତ ହୋଇଥିଲା।

ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଅନ୍ୟାନ୍ୟ ମଠ ସମେତ ରାଧାକାନ୍ତ, ବଡ଼ ଓଡ଼ିଆ, ସାତ ଲହଡ଼ି ଇତ୍ୟାଦି ମଠ ଶ୍ରୀଚୈତନ୍ୟ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭଳି ମହାମନୀଷୀଙ୍କ ଦ୍ୱାରା ସ୍ଥାପିତ ହୋଇଥିବାର ପ୍ରମାଣ ମିଳୁଛି। ବିଶେଷକରି ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ ବଡ଼ ଓଡ଼ିଆ ମଠରେ ଅବସ୍ଥାନ କରି ଓଡ଼ିଶାର ସାହିତ୍ୟ, ଧର୍ମ, ସଂସ୍କୃତିର ପ୍ରଚାରରେ ନିମଗ୍ନ ରହିଥିଲେ। ସେହିପରି କବି ଜୟଦେବ ଶ୍ରୀମନ୍ଦିର ସମ୍ମୁଖସ୍ଥିତ ବର୍ତ୍ତମାନର ରାଧାବଲ୍ଲଭ ମଠ ବିଜେସ୍ଥଳୀରେ ସାମୟିକ ଅବସ୍ଥାନ କରିଥିବାର ଜନଶ୍ରୁତି ରହିଛି। ଭୋଇ ବଂଶର ରାଜାମାନଙ୍କ ପୃଷ୍ଠପୋଷକତାରେ ସପ୍ତଦଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ଶେଷ ଭାଗ ମଧ୍ୟରେ ଅନେକ ନୂତନ ମଠ ସ୍ଥାପିତ ହୋଇ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି, ସେବାପୂଜା ଓ ଯାନିଯାତ୍ରାଦି ସହିତ ସଂଶ୍ଳିଷ୍ଟ ହୋଇଥିବାର ଜଣାଯାଏ। ତଦାନନ୍ତୀନ ରାଜା, ମହାରାଜା, ଜମିଦାର, ମରହଟ୍ଟା ଶାସନର ଉଚ୍ଚ ପଦାଧିକାରୀମାନେ ସେମାନଙ୍କ ପ୍ରଚଣ୍ଡ ଜ୍ଞାନ, ପାଣ୍ଡିତ୍ୟ ଓ ଧର୍ମ ପ୍ରଚାରରେ ବିମୁଗ୍ଧ ହୋଇ ବହୁ ପରିମାଣରେ ଅମୃତ ମଣୋହି ସମ୍ପତ୍ତି ତାହାଙ୍କ ମାରଫତରେ ଦାନ କରିଥିଲେ। ଏହିପରି ମଠାନୁଷ୍ଠାନଗୁଡ଼ିକ କ୍ରମେ କ୍ରମେ ସମ୍ପତ୍ତିଶାଳୀ ଓ ସମୃଦ୍ଧିଶାଳୀ ହୋଇଥିଲା।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପାସନାରେ ବିଭିନ୍ନ ମଠାନୁଷ୍ଠାନ ସ୍ୱତନ୍ତ୍ର ଭାବେ ଅଂଶ ଗ୍ରହଣ କରିଥିବାର ପରମ୍ପରା ବହୁ ପ୍ରାଚୀନ ସମୟରୁ ଚାଲି ଆସୁଅଛି। ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ତ୍ୱଲିପିରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ରୋଷଶାଳାରେ ତତ୍‌କାଳୀନ ଗଜପତି ମହାରାଜାମାନଙ୍କ ସମୟରେ ମୋଟ୍‌ ୮୯ ଗୋଟି ଚୁଲି ବିଭିନ୍ନ ମଠ ମାରଫତରେ ରହିଥିଲା। ଏପରିକି ଶ୍ରୀମନ୍ଦିର ପରିସରରେ କେତେକ ମଠକୁ ସରଘର, ରାଧାବଲ୍ଲଭ ମନ୍ଦିର, ପାଦପଦ୍ମ ସେବା ଇତ୍ୟାଦି ମିଳିଥିବା ଜଣାଯାଏ। ସେହିପରି କେତେକ ନିର୍ଦ୍ଦିଷ୍ଟ ମଠର ମଠାଧୀଶମାନଙ୍କୁ ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧାଯାଇ ସେବା କରିବାର ଅନୁମତି ଦିଆଯିବାର ପରମ୍ପରା ରହିଛି।

ଶ୍ରୀମନ୍ଦିରର ଆଧ୍ୟାତ୍ମିକ ଚେତନାର ଏକ ମୁଖ୍ୟ ଅଙ୍ଗ ରୂପେ ମଠଗୁଡ଼ିକ ପରିଗଣିତ ହେଉଥିଲେ। ମଠାଧୀଶମାନେ ତାଙ୍କର ପବିତ୍ର ଜୀବନଯାପନ ସମେତ ବ୍ରହ୍ମଚର୍ଯ୍ୟ ଧାରଣ, ଶାସ୍ତ୍ରାଲୋଚନା, ଧର୍ମୋପଦେଶ, ଦେବସେବା ଯୋଗୁଁ ସମାଜରେ ଆଦର୍ଶ ଗୁରୁ ରୂପେ ଅଭିହିତ ହେଉଥିଲେ। ମଠ ସଂସ୍କୃତି ଯୋଗୁଁ ସନାତନ ଧର୍ମ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ସମ୍ଭବ ହୋଇପାରିଛି।

୧୭ ମଠର ସୌନ୍ଦର୍ଯ୍ୟକରଣ
ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ପୂର୍ବରୁ ଏହା ପରିସରସ୍ଥ ୧୭ଟି ମଠ ମଙ୍ଗୁ ମଠ, ଛାଉଣୀ ମଠ, ବଡ଼ଛତା ମଠ, ଲଙ୍ଗୁଳି ମଠ, ନରସିଂହ ଆଚାରି ମଠ, ବଡ଼ ଆଖଡା ମଠ, ଉତ୍ତର ପାଶ୍ୱର୍ ମଠ, ଦକ୍ଷିଣ ପାଶ୍ୱର୍ ମଠ, ରେବେସା ମଠ, ତ୍ରିମାଳୀ ମଠ, ତୋରାଣୀ ଛତ୍ର ମଠ, ପଞ୍ଜାବୀ ମଠ, ରାଧାବଲ୍ଲଭୀ ମଠ, କଟକୀ ମଠ, ସାନଝାଡୁ ମଠ, ବଳରାମ କୋଟ, ଶଙ୍ଖଚକ୍ର ମଠର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି କାମ ଆଗେଇ ଚାଲିଛି। ଏହାଛଡା କପାଳମୋଚନ ମନ୍ଦିର, ଭଗବତୀ ଓ ବୁଢୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉଛି। ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଏହି କାମ ହେଉଛି ।

ବିଶ୍ୱ ଦେଖିବ ଉତ୍କଳୀୟ କଳା-ସ୍ଥାପତ୍ୟ
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ୧୭ ତାରିଖରେ ଭବ୍ୟ ଲୋକାର୍ପଣ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଯାହା କିଛି କାମ ବାକି ଅଛି, ତାକୁ ଶେଷ କରିବା ଲାଗି ଦିନରାତି ଏକ କରିଦେଇଛନ୍ତି ଶ୍ରମିକ, ତତ୍ୱାବଧାରକ। ପରିକ୍ରମା ପ୍ରକଳ୍ପ ସହ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟକୁ ଅତି ନିଖୁଣତାର ସହ ସମ୍ପନ୍ନ କରାଯାଉଛି। ପ୍ରକଳ୍ପ ପରିସରରେ ଥିବା ବିଭିନ୍ନ ମଠ ଏବଂ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ ଜାରି ରହିଛି। ଉତ୍କଳୀୟ କଳା, ସଂସ୍କୃତି ଓ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଝଲସିବ ଏହି ମଠ ଓ ମନ୍ଦିର। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲକ୍ଷ୍ୟରେ ଦ୍ରୁତଗତିରେ ଚାଲିଛି କାମ। ବଡ଼ଦେଉଳ ଚତୁଃପାଶ୍ୱର୍କୁ ଦିଆଯାଉଛି ନୂଆରୂପ ।

ମହାପ୍ରଭୁଙ୍କ ଉପାସନାରେ ମଠ
ବିଭିନ୍ନ ବୈଷ୍ଣବ ସମ୍ପ୍ରଦାୟର ଶତାଧିକ ମଠ ଏହି ପରମ ପବିତ୍ର ଶ୍ରୀକ୍ଷେତ୍ରରେ ବିଦ୍ୟମାନ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉପାସନାରେ ବିଭିନ୍ନ ମଠାନୁଷ୍ଠାନ ସ୍ୱତନ୍ତ୍ର ଭାବେ ଅଂଶଗ୍ରହଣ କରିଥିବାର ପରମ୍ପରା ବହୁ ପ୍ରାଚୀନ ସମୟରୁ ଚାଲିଆସୁଅଛି । ତନ୍ମଧ୍ୟରେ ଶ୍ରୀମନ୍ଦିରର ଅଣସର ପିଣ୍ଡି, ଜଗମୋହନ ଓ ନାଟମଣ୍ଡପକୁ ପ୍ରତ୍ୟହ ମାର୍ଜନ କରିବା ସେବା, ରଥଯାତ୍ରା ସମୟରେ ରତ୍ନସିଂହାସନ ମାର୍ଜନା, ତ୍ରିମୁଣ୍ଡି ଚାନ୍ଦୁଆ ଯୋଗାଇବା, ଦୈନିକ ମହାପ୍ରଭୁମାନଙ୍କ ଧୂପ ପୂଜା ସମୟରେ ଉପଚାର, ଚାମର ଓ ଆଲଟ ସେବା, ଅବକାଶ ସମୟରେ ମଶାଲ ଯୋଗାଇବା, ବଲ୍ଲଭ ସାମଗ୍ରୀ, ଖଟଣୀ ଭୋଗ କରାଇବା, ବିଭିନ୍ନ ପର୍ବପର୍ବାଣିରେ ଅନୁଷ୍ଠିତ ବେଶ ସାମଗ୍ରୀ ଯଥା ପଦ୍ମବେଶ, ଗଜାନନ ବେଶ, ନବାଙ୍କ ବେଶ ଯୋଗାଇବା, ମହନଭୋଗ କରାଇବା, ପନ୍ତୀ ଭୋଗ ଓ ଅନ୍ୟାନ୍ୟ ସେବା ପ୍ରଦାନ ଇତ୍ୟାଦି ଅନ୍ୟତମ ।

ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ଗୁରୁତ୍ୱ
ମଠଗୁଡ଼ିକର ଶହ ଶହ ବର୍ଷର ପୁରୁଣା ପ୍ଲାଷ୍ଟର ଛଡାଯାଇ ନୂଆ ଖଣ୍ଡେଲାଇଟ୍‌ ପଥର ଲଗାଯାଉଛି । ପ୍ରକଳ୍ପ ବାହାରେ ବିଭିନ୍ନ ସାଇଜରେ ପଥରକୁ ପ୍ରଥମେ କଟାଯାଉଛି । ପରେ ଶିଳ୍ପୀମାନେ ଲାଗିବାକୁ ଥିବା ସ୍ଥାନକୁ ଦେଖି ଏହାକୁ ବିଭିନ୍ନ ଆକୃତି ଦେଇ ଲଗାଉଛନ୍ତି । ଏଥିସହ ପଥରର ସିଂହ ମୂର୍ତ୍ତି, ଖଣ୍ଡେଲାଇଟ ପଥର ଚଟାଣ, ପ୍ରବେଶ ପଥ ଦ୍ୱାରକୁ ବର୍ମାଟିକ କାଠରେ ଆକର୍ଷଣୀୟ ଭାବେ ଲଗାଯାଉଛି । ସେହିପରି ମଠଗୁଡ଼ିକର ଯେଉଁଠି ଦୁର୍ବଳ ସ୍ଥାନ ରହିଛି ତାହାର ମଧ୍ୟ ମରାମତି କରାଯାଇ ସୁଦୃଢ଼ କରାଯାଉଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀ ଏବଂ ଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଉପରେ ଆଧାରିତ ଡିଜାଇନ ଅନୁସାରେ ନବୀକରଣ କାର୍ଯ୍ୟ ଚାଲିଛି । ଏହି ସୌନ୍ଦର୍ଯ୍ୟକରଣ କାମ ଶେଷ ହେଲେ ମଠଗୁଡିକ ଅତ୍ୟନ୍ତ ସୁନ୍ଦର ଦେଖାଯିବା ସହ ପରିକ୍ରମା ପ୍ରକଳ୍ପର ଶୋଭା ବର୍ଦ୍ଧନ କରିବ । ଏହାଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ନୂଆ ଅନୁଭୂତି ପାଇବେ। ଅପରପକ୍ଷେ ଠିକଣା ସମୟରେ ଯେପରି କାମ ସରିବ ସେଥିପାଇଁ ବିଭିନ୍ନ ସମୟରେ ଅଧିକାରୀମାନେ ବୁଲି ଅନୁଧ୍ୟାନ କରୁଛନ୍ତି । ‘୫-ଟି’ ତଥା ‘ମୋ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଅନେକଥର ମଠ ପୁନରୁଦ୍ଧାର କାମ ବୁଲି ଦେଖିଛନ୍ତି । ଏହି ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ନିର୍ମାଣକାରୀ ସଂସ୍ଥା ଓବିସିସି ଦ୍ରୁତଗତିରେ କାମ ଚଳାଇଛି ।

‘ପରିକ୍ରମା’ ଶୋଭା ବଢ଼ାଇବ ମଠ: ମହନ୍ତ ରାମାନୁଜ
ଏ ସମ୍ପର୍କରେ ଉତ୍ତର ପାଶ୍ୱର୍ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଛନ୍ତି, ମହାପ୍ରଭୁଙ୍କ କାମ ପାଇଁ ଆମେ ମଠ ଜାଗା ପ୍ରଦାନ କରିଛୁ । ପରିକ୍ରମା ପ୍ରକଳ୍ପ ମଧ୍ୟରେ ଥିବା ମଠଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏହା ସମ୍ପୂର୍ଣ୍ଣ ହେଲେ ମଠଗୁଡ଼ିକ ନୂଆରୂପରେ ଝଲସିବ । ଏଥିସହ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ଏବଂ ମଠ ସଂସ୍କୃତିକୁ ନେଇ ସେମାନେ ନୂଆ ଅନୁଭୂତି ସାଉଣ୍ଟିବେ ବୋଲି ମହନ୍ତ ଶ୍ରୀ ଦାସ ମତ ଦେଇଛନ୍ତି । ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମଠଗୁଡ଼ିକର ସୌନ୍ଦର୍ଯ୍ୟକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇ ଦ୍ରୁତଗତିରେ କାମ ଚାଲିଛି । ମଠଗୁଡ଼ିକର ଉନ୍ନତିକରଣ ସମ୍ପୂର୍ଣ୍ଣ ହେଲେ ପରିକ୍ରମା ପ୍ରକଳ୍ପର ଶୋଭା ଆହୁରି ବୃଦ୍ଧି ପାଇବ ।

ପ୍ରତିଶ୍ରୁତି ପୂରା କରୁଛନ୍ତି ରାଜ୍ୟ ସରକାର
ମେଘନାଦ ପାଚେରି କଡରୁ ୭୫ ମିଟର ପରିଧି ମଧ୍ୟରେ ତିଆରି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବଡ଼ଦେଉଳ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅନେକ ମଠ ଏବଂ ମନ୍ଦିରର ଜମି ଅଧିଗ୍ରହଣ ହୋଇଥିଲା । ପ୍ରାୟ ୧୭ଟି ମଠ ଓ ମନ୍ଦିରର ବିଜେସ୍ଥଳୀକୁ ସୁରକ୍ଷିତ ରଖି ଅନ୍ୟକାର୍ଯ୍ୟରେ ବ୍ୟବହୃତ ଓ ଅବ୍ୟବହୃତ ଅଂଶକୁ ଉଚ୍ଛେଦ କରାଯାଇଥିଲା। ଏହା ସହିତ ଏହି ମଠ, ମନ୍ଦିର ଜମିକୁ ଅଧିଗ୍ରହଣ କରିବା ବେଳେ ଏ ସବୁର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ସରକାରଙ୍କ ଘୋଷଣା ଏବେ କାର୍ଯ୍ୟକାରୀ ହୋଇଛି। ସେହି ଧାର୍ମିକ ପୀଠଗୁଡ଼ିକୁ ଦେଇଥିବା ପ୍ରତିଶ୍ରୁତି ଏବେ ପୂରଣ କରୁଛନ୍ତି ସରକାର । ଯେଉଁଥିପାଇଁ ପ୍ରକଳ୍ପ ପରିସର ମଠ ଏବଂ ମନ୍ଦିରର ପୁନରୁଦ୍ଧାର କାମ ଜାରି ରହିଛି ।

ଶ୍ରୀକ୍ଷେତ୍ରରେ ମଠ କାହିଁକି?
ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସନାତନ ଧର୍ମାବଲମ୍ବୀଙ୍କର ପରମ ଆରାଧ୍ୟ ଦେବତା । ସେ ସର୍ବ ସମ୍ପ୍ରଦାୟ ମତବାଦ ସମନ୍ୱୟର ମହାନ୍‌ ପ୍ରତୀକ । ପରମ ପାବନ ଭୂତି ଶ୍ରୀକ୍ଷେତ୍ର କେବଳ ମୁଖ୍ୟତୀର୍ଥ ରୂପେ ନୁହେଁ, ବିଶ୍ୱନିୟନ୍ତାଙ୍କ ବିଜେସ୍ଥଳୀ ବଡ଼ଦେଉଳ ଯୋଗୁ ପୁଣ୍ୟକ୍ଷେତ୍ର ରୂପେ ସୁପରିଚିତ । ତେଣୁ ଅତ୍ୟନ୍ତ ପ୍ରାଚୀନ ସମୟରୁ ଏଠାକୁ ଭାରତ ବର୍ଷର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରସିଦ୍ଧ ସାଧକ, ଆଚାର୍ଯ୍ୟ, ସନ୍ଥ, ସାଧୁ, ପଣ୍ଡିତମାନଙ୍କର ଆଗମନ ପୂର୍ବକ ଏହି ପୁଣ୍ୟ କ୍ଷେତ୍ରରେ ସାମୟିକ ଅବସ୍ଥାନ କରୁଥିଲେ । ଆଦିଶଙ୍କର, ରାମାନୁଜ, ବଲ୍ଲଭାଚାର୍ଯ୍ୟ, ବିଷ୍ଣୁସ୍ୱାମୀ, ନାନକ, କବୀର, ଜୟଦେବ, ଶ୍ରୀଚୈତନ୍ୟ ଆଦି ବହୁ ଦର୍ଶନ ଶାସ୍ତ୍ରଜ୍ଞ ପଣ୍ଡିତମାନେ ବୈଦିକ ରୀତିରେ ନିଜ ନିଜର ଗବେଷଣାତ୍ମକ ମତବାଦ ସର୍ବ ସମ୍ମୁଖରେ ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ତାଙ୍କର ଶିଷ୍ୟ ଓ ପ୍ରଶିଷ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ମଠ ମାନ ସୃଷ୍ଟି କରିଥିଲେ।

09 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର