ବଡ଼ସାହି ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ଦମ୍ପତି: ପଞ୍ଚାୟତ ଭିନ୍ନ, ହେଲେ ଚିହ୍ନ ଗୋଟିଏ

The Sakala Picture
Published On

ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବୈଦ୍ୟୁତିକ/ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଆଗ୍ରହ ପାଲଟିଛି। ଏହିଭଳି ଏକ ରୋଚକ ଖବର ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଦେଖିବାକୁ ମିଳିଛି। ୩୦ଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶା ରଖି ଏକ ଦମ୍ପତ୍ତି ପୃଥକ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନରେ ଲଢୁଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ କେଟିଲ୍‍ […]

ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବୈଦ୍ୟୁତିକ/ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଆଗ୍ରହ ପାଲଟିଛି। ଏହିଭଳି ଏକ ରୋଚକ ଖବର ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଦେଖିବାକୁ ମିଳିଛି। ୩୦ଟି ପଞ୍ଚାୟତକୁ ନେଇ ଗଠିତ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶା ରଖି ଏକ ଦମ୍ପତ୍ତି ପୃଥକ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନରେ ଲଢୁଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ଯେ, ସ୍ୱାମୀ-ସ୍ତ୍ରୀ ଉଭୟେ କେଟିଲ୍‍ ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ସେମାନେ ହେଲେ ବଡ଼ସାହି ବ୍ଲକର ପୂର୍ବତନ ଅଧ୍ୟକ୍ଷ (୨୦୧୨-୧୭) ଚୈତନ୍ୟ ସୋରେନ ଓ ତାଙ୍କ ପତ୍ନୀ ତଥା କେନ୍ଦୁଡିହା ପଞ୍ଚାୟତର ପୂର୍ବତନ ସରପଞ୍ଚ (୨୦୧୭-୨୨) ଜ୍ୟୋତ୍ସାମୟୀ ମୁର୍ମୁ ଠାକୁର। ଉଭୟେ ବିଜୁ ଜନତା ଦଳରୁ ତଥା ସମର୍ଥନରେ ପୂର୍ବରୁ ଅଧ୍ୟକ୍ଷ ଓ ସରପଞ୍ଚ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଚଳିତ ଥର ବଡ଼ସାହି ବ୍ଲକ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଫଳରେ ପୁରୁଷ ଓ ମହିଳା ଉଭୟେ ପ୍ରାର୍ଥୀ ହୋଇପାରିବେ। ତେବେ ଏଥିପାଇଁ ସମିତିସଭ୍ୟ ଭାବେ ବିଜୟୀ ହେବାକୁ ପଡ଼ିବ। ୨୦୧୨-୧୭ମସିହାରେ ଚୈତନ୍ୟ ପ୍ରଥମେ ରାଜନୀତିରେ ପାଦ ଦେଇ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବିଜେଡି ଦଳ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ। ୨୦୧୭ ମସିହାରେ ନିଜର ପତ୍ନୀଙ୍କୁ ସେହି କେନ୍ଦୁଡିହା ପଞ୍ଚାୟତରୁ ସରପଞ୍ଚ ଭାବେ ମଧ୍ୟ ନିର୍ବାଚନ ଜିତାଇ ଥିଲେ। ତେବେ ଚଳିତ ଥର ଉଭୟେ ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ପୃଥକ ପଞ୍ଚାୟତରୁ ଅର୍ଥାତ ଚୈତନ୍ୟ ନିଜ ପଞ୍ଚାୟତ କେନ୍ଦୁଡ଼ିହାରୁ ଓ ଜ୍ୟୋତ୍ସ୍ନାମୟୀ ବଡ଼ସାହି ପଞ୍ଚାୟତରୁ ନିର୍ବାଚନ ଲଢୁଛନ୍ତି। ଉଭୟଙ୍କୁ କେଟିଲି ଚିହ୍ନ ମଧ୍ୟ ମିଳିଛିା ବଡ଼ସାହି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ତୁଙ୍ଗ ନେତୃବୃନ୍ଦ ଉପାଧ୍ୟକ୍ଷ ପଦବୀ ଆଶା ରଖି ସମିତିସଭ୍ୟ ନିର୍ବାଚନ ଲଢୁଛନ୍ତି। ଏଣୁ ଶେଷ ମୂହୁର୍ତ୍ତରେ ଦଳ ସେମାନଙ୍କୁ ସୁଯୋଗ ଦେବାକୁ ଯାଇ ଯଦି ଅଧ୍ୟକ୍ଷ ପଦରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବ ତେବେ ଜ୍ୟୋତ୍ସ୍ନାମୟୀ ଦାବିଦାର ଭାବେ ଉଭା ହେବେ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଜ୍ୟୋତ୍ସାମୟୀଙ୍କ ବିରୋଧରେ ଥିବା ଏକମାତ୍ର ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ମଧ୍ୟ ବିଜୟୀ ହେଲେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଜ୍ୟୋତ୍ସାମୟୀ ବଡ଼ସାହି ସମେତ ତାଳପଦା ସମିତିସଭ୍ୟା ଭାବେ ମଧ୍ୟ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ସେଠାରୁ ୨୦୧୭-୨୨ର ବ୍ଲକ ଅଧ୍ୟକ୍ଷା ତଥା ଛେଳିଆ-କ ପଞ୍ଚାୟତର ପ୍ରାକ୍ତନ ସମିତିସଭ୍ୟା ଲକ୍ଷ୍ମୀ ସିଂ ସମିତିସଭ୍ୟା ଭାବେ ନିର୍ବାଚନ ଲଢୁଛନ୍ତି। ସେ ବର୍ତ୍ତମାନ ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ଥିବାରୁ ସେ ମଧ୍ୟ ଅଧ୍ୟକ୍ଷା ଦୌଡ଼ରେ ରହିଛନ୍ତି। ଏଣୁ ଶେଷ ମୁହୂର୍ତ୍ତରେ ଜ୍ୟୋତ୍ସ୍ନାମୟୀ ସେଠାରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପରେ ସେ ବଡ଼ସାହିରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବଡ଼ସାହି ବ୍ଲକରେ ଦମ୍ପତ୍ତିଙ୍କ ପ୍ରତିଦ୍ୱନ୍ଦିତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

04 Feb 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର