ପଞ୍ଚାୟତ ନିର୍ବାଚନ : ସରପଞ୍ଚ ପଦ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ

The Sakala Picture
Published On

ଜଳେଶ୍ଵର : ଜଳେଶ୍ଵର ବ୍ଲକ ଅଧିନସ୍ଥ ଗୋପିମୋହନପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ ହେଉଥିବା ଜଣାପଡ଼ିଛି।ଯାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅଧିକ ରୋଚକ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।୯ ନମ୍ବର ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ଏହି ପଞ୍ଚାୟତ ଅଧିନରେ ୧୩ ଟି ଓ୍ବାର୍ଡ ରହିଛି। ଏହାର ମୋଟ ଭୋଟର ସଙ୍ଖ୍ୟା ୪୪୦୦ ପାଖାପାଖି ହେବ ବୋଲି କୁହାଯାଇଛି। ଚଳିତ ନିର୍ବାଚନରେ ଉଭୟ ସରପଞ୍ଚ ଓ ସମିତି […]

ଜଳେଶ୍ଵର : ଜଳେଶ୍ଵର ବ୍ଲକ ଅଧିନସ୍ଥ ଗୋପିମୋହନପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ ହେଉଥିବା ଜଣାପଡ଼ିଛି।ଯାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅଧିକ ରୋଚକ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।୯ ନମ୍ବର ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ଏହି ପଞ୍ଚାୟତ ଅଧିନରେ ୧୩ ଟି ଓ୍ବାର୍ଡ ରହିଛି। ଏହାର ମୋଟ ଭୋଟର ସଙ୍ଖ୍ୟା ୪୪୦୦ ପାଖାପାଖି ହେବ ବୋଲି କୁହାଯାଇଛି। ଚଳିତ ନିର୍ବାଚନରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ କେବଳ ମହିଳା ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ବର୍ତମାନର ସରପଞ୍ଚ ରବିନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସାଗରବାଳା,ଗତ ୨୦୧୭ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ହରିଶ୍ଚନ୍ଦ୍ର ପରିଡ଼ାଙ୍କ ପତ୍ନୀ ବୀଣାପାଣି ପରିଡ଼ା ଓ ସରପଞ୍ଚ ରବିନ୍ଦ୍ରଙ୍କ ପୁତୁରା ସୁରେଶ ଜେନାଙ୍କ ପତ୍ନୀ ଅଞ୍ଜଳି।ତେବେ ସାଗରବାଳାଙ୍କ ନିଜ ପୁତୁରା ବୋହୂ ଅଞ୍ଜଳି ହୋଇ ଥିବାବେଳେ ଉଭୟ ସମ୍ପର୍କରେ ଶାଶୁ ବୋହୂ ଅଟନ୍ତି।ଏହା ପଞ୍ଚାୟତର ନିର୍ବାଚନ ବାତାବରଣକୁ ଅଧିକ ଉଷ୍ମ କରିଛି।ଶାଶୁ ନାଁ ବୋହୂ ଅଥବା ତୃତୀୟ ପ୍ରାର୍ଥୀ ବୀଣାପାଣି ନିର୍ବାଚନରେ ଜିତାପଟ ମାରିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଆହତ, ଗୋଡ଼ରେ ବାଜିଛି ଗୁଳି

ଅନ୍ୟପକ୍ଷରେ ସମିତି ସଭ୍ୟ ପଦବୀ ପାଇଁ ମଧ୍ୟ ମୋଟ ପାଞ୍ଚ ଜଣ ପ୍ରାର୍ଥୀ ନିର୍ବାଚିତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।ଗତ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ନିର୍ମଳ ରାଜ ଙ୍କ ପତ୍ନୀ ଆରତୀ,କଂଗ୍ରେସ ନେତା ଅନୁପ ପରିଡ଼ାଙ୍କ ପତ୍ନୀ ବିଷ୍ଣୁପ୍ରିୟା ପରିଡା,ବନ୍ଦିତା ଚନ୍ଦ,ସବିତାରାଣୀ ପାତ୍ର ଓ ସୁମିତ୍ରା ଦେ ପ୍ରାର୍ଥୀ ଭାବେ ଲଢୁଛନ୍ତି।କିଏ ଅଧିକ ଭୋଟରଙ୍କ ସମର୍ଥନ ପାଇ ନିର୍ବାଚନ ଜିତିବା ତାକୁ ନେଇ ସବୁ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା,ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାକୁ ସମସ୍ତ ପ୍ରାର୍ଥୀ ଅଗ୍ରାଧିକାର ଦେଉଥିବା କୁହାଯାଇଛି। ସାକ୍ଷରତା ଓ ସମ୍ବଦନଶୀଳତା ଦୃଷ୍ଟିରୁ ଏହି ପଞ୍ଚାୟତ ସମୁଦାୟ ଜଳେଶ୍ଵର ବ୍ଲକରେ ଏକ ସ୍ବତନ୍ତ୍ର ପରିଚୟ ଥିବାରୁ ଏଠାରୁ କିଏ ସରପଞ୍ଚ,କିଏ ସମିତି ସଭ୍ୟ ଭାବେ ବିଜୟୀ ହେବା ଓ କେଉଁ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏଠାରୁ ଅଧିକ ଭୋଟ ପାଇବେ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

31 Jan 2022 By The Sakala

ପଞ୍ଚାୟତ ନିର୍ବାଚନ : ସରପଞ୍ଚ ପଦ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ

ଜଳେଶ୍ଵର : ଜଳେଶ୍ଵର ବ୍ଲକ ଅଧିନସ୍ଥ ଗୋପିମୋହନପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଶାଶୁ ଓ ବୋହୂ ମଧ୍ୟରେ ଲଢେଇ ହେଉଥିବା ଜଣାପଡ଼ିଛି।ଯାହା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅଧିକ ରୋଚକ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।୯ ନମ୍ବର ଜିଲ୍ଲା ପରିଷଦ ଜୋନ ଅଧିନରେ ଆସୁଥିବା ଏହି ପଞ୍ଚାୟତ ଅଧିନରେ ୧୩ ଟି ଓ୍ବାର୍ଡ ରହିଛି। ଏହାର ମୋଟ ଭୋଟର ସଙ୍ଖ୍ୟା ୪୪୦୦ ପାଖାପାଖି ହେବ ବୋଲି କୁହାଯାଇଛି। ଚଳିତ ନିର୍ବାଚନରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ କେବଳ ମହିଳା ଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ୩ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ବର୍ତମାନର ସରପଞ୍ଚ ରବିନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସାଗରବାଳା,ଗତ ୨୦୧୭ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ହରିଶ୍ଚନ୍ଦ୍ର ପରିଡ଼ାଙ୍କ ପତ୍ନୀ ବୀଣାପାଣି ପରିଡ଼ା ଓ ସରପଞ୍ଚ ରବିନ୍ଦ୍ରଙ୍କ ପୁତୁରା ସୁରେଶ ଜେନାଙ୍କ ପତ୍ନୀ ଅଞ୍ଜଳି।ତେବେ ସାଗରବାଳାଙ୍କ ନିଜ ପୁତୁରା ବୋହୂ ଅଞ୍ଜଳି ହୋଇ ଥିବାବେଳେ ଉଭୟ ସମ୍ପର୍କରେ ଶାଶୁ ବୋହୂ ଅଟନ୍ତି।ଏହା ପଞ୍ଚାୟତର ନିର୍ବାଚନ ବାତାବରଣକୁ ଅଧିକ ଉଷ୍ମ କରିଛି।ଶାଶୁ ନାଁ ବୋହୂ ଅଥବା ତୃତୀୟ ପ୍ରାର୍ଥୀ ବୀଣାପାଣି ନିର୍ବାଚନରେ ଜିତାପଟ ମାରିବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ସମିତି ସଭ୍ୟ ପଦବୀ ପାଇଁ ମଧ୍ୟ ମୋଟ ପାଞ୍ଚ ଜଣ ପ୍ରାର୍ଥୀ ନିର୍ବାଚିତ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।ଗତ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ନିର୍ମଳ ରାଜ ଙ୍କ ପତ୍ନୀ ଆରତୀ,କଂଗ୍ରେସ ନେତା ଅନୁପ ପରିଡ଼ାଙ୍କ ପତ୍ନୀ ବିଷ୍ଣୁପ୍ରିୟା ପରିଡା,ବନ୍ଦିତା ଚନ୍ଦ,ସବିତାରାଣୀ ପାତ୍ର ଓ ସୁମିତ୍ରା ଦେ ପ୍ରାର୍ଥୀ ଭାବେ ଲଢୁଛନ୍ତି।କିଏ ଅଧିକ ଭୋଟରଙ୍କ ସମର୍ଥନ ପାଇ ନିର୍ବାଚନ ଜିତିବା ତାକୁ ନେଇ ସବୁ ପ୍ରାର୍ଥୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା,ପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବାକୁ ସମସ୍ତ ପ୍ରାର୍ଥୀ ଅଗ୍ରାଧିକାର ଦେଉଥିବା କୁହାଯାଇଛି। ସାକ୍ଷରତା ଓ ସମ୍ବଦନଶୀଳତା ଦୃଷ୍ଟିରୁ ଏହି ପଞ୍ଚାୟତ ସମୁଦାୟ ଜଳେଶ୍ଵର ବ୍ଲକରେ ଏକ ସ୍ବତନ୍ତ୍ର ପରିଚୟ ଥିବାରୁ ଏଠାରୁ କିଏ ସରପଞ୍ଚ,କିଏ ସମିତି ସଭ୍ୟ ଭାବେ ବିଜୟୀ ହେବା ଓ କେଉଁ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏଠାରୁ ଅଧିକ ଭୋଟ ପାଇବେ ତାକୁ ନେଇ ଅଙ୍କ କଷା ଆରମ୍ଭ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର