ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାର ନିର୍ବାଚନୀ ପ୍ରତିଶୃତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀ ମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି । ୨୦୨୪ ନିର୍ବାଚନ ସମୟରେ ବିଜେପିର ତାର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ପ୍ରତିଶୃତି ଦେଇଥିଲା । କିନ୍ତୁ ବାସ୍ତବ ସ୍ଥିତି  ହେଉଛି ଯେ ରାଜ୍ୟରେ ଥିବା ମଣ୍ଡି ଗୁଡିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଯାଇଛି । ରାଜ୍ୟ ସରକାରଙ୍କ ଏପରି ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ସମାଧାନ ଲାଗି ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରଥମରେ ସେ ଚିଠିରେ କଟନୀ ଛଟନୀ ନେଇ ଉଲ୍ଲେଖ କରିଛନ୍ତି । ଅନ୍ନଦାତା ମାନଙ୍କଠାରୁ ବିନା କୌଣସି ଅସୁବିଧାରେ ଧାନ ସଂଗ୍ରହ କରିବାକୁ ସରକାର ପ୍ରତିଶୃତି ଦେଇଥିବାବେଳେ ଆର୍ଦ୍ରତା ଓ ନିମ୍ନ ମାନର ଧାନ ଆଦି ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରାଯାଉଛି । ଅନେକ ଜିଲ୍ଲାରେ ଏଭଳି ଶୋଷଣ ଚାଷୀ ମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି । 

ଆହୁରି ପଢ଼ନ୍ତୁ: ଲୋକସଭାରୁ ୮ ବିରୋଧୀ ସାଂସଦ ନିଲମ୍ବିତ: ଚୀନ୍ ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

ସେହିପରି ୨ ନମ୍ବର ପଏଣ୍ଟରେ ସେ ଉଲ୍ଲେଖ କରିଛନ୍ତି ଇନପୁଟ ସବ୍‌ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ କରିବା ପ୍ରସଙ୍ଗ । ରାଜ୍ୟର ସବୁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ । କିନ୍ତୁ ଏହି ସବ୍‌ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ନିଚ୍ଛକ ଉଦାହରଣ । ଏହି ସିଲିଙ୍ଗ୍‌ ଅଧିକ ଉତ୍ପାଦନ କରୁଥିବା ଚାଷୀ ମାନଙ୍କ ପାଇଁ ଦଣ୍ଡ ସ୍ୱରୂପ ଏବଂ ଏହା ବିଜେପି ସଂକଳ୍ପ ପତ୍ରର ବିରୁଦ୍ଧାଚରଣ କରୁଛି । ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍‌ ସବ୍‌ସିଡି ଦେବା ପାଇଁ ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ନିକଟରେ କେନ୍ଦ୍ର ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଓଡିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନ ଦେବା ଏକ ପ୍ରତାରଣା ନୁହେ କି  ବୋଲି ସେ ପ୍ରଶ୍ନ କରିଛନ୍ତି । ତୃତୀୟ ପଏଣ୍ଟରେ ନବୀନ ମଣ୍ଡିଗୁଡିକର ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ।

ଆହୁରି ପଢ଼ନ୍ତୁ: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଧାନ ମଣ୍ଡି ମାନଙ୍କରେ ସଂଗ୍ରହ ପ୍ରକ୍ରିୟା ଆଶ୍ଚର୍ଯ୍ୟଜନକ ଭାବରେ ମନ୍ଥର ଗତିରେ ଚାଲିଛି । ତେଣୁ ଧାନକୁ କାକର ଓ ଚୋରିରୁ ରକ୍ଷା କରିବା ପାଇଁ ଚାଷୀ ମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି । ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀ ମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି । ବିଜେପି ନିର୍ବାଚନୀ ଇସ୍ଥାହାରର ଦୁଇ ନମ୍ବର ପଏଣ୍ଟରେ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ଦେବା ପାଇଁ କୁହା ଯାଇଥିଲା । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଚାଷୀ ମାନଙ୍କୁ ସେମାନଙ୍କର ହକ୍‌ ପାଇବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗୁଛି। ଏହା ବିଜେପିର ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ନୁହେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଅଭାବୀ ବିକ୍ରିକୁ ନେଇ ସେ ଚତୁର୍ଥ ପଏଣ୍ଟରେ ସେ ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ  ଚାଷୀମାନେ କିପରି  ଅସାଧୁ ବ୍ୟବସାୟୀ ଓ ମିଲର ମାନଙ୍କ ଶୋଷଣର ଶିକାର  ହେଉଛନ୍ତି ବୋଲି ଉଦବେଗ ପ୍ରକାଶ କରିଛନ୍ତି । ଚାଷୀକୁ ତାର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍‌ ଦରରେ ଧାନ ବିକିବାକୁ ପଡୁଛି । ଓଡିଶାର ଚାଷୀ କାହାର ଦୟା ଚାହାନ୍ତି ନାହିଁ । ସେମାନେ ବିଜେପିର ନିର୍ବାଚନ ପ୍ରତିଶୃତି  ମୁତାବକ ସେମାନଙ୍କ ହକ୍ ଚାହାନ୍ତି ବୋଲି ନବୀନ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ, ବିଦ୍ୟୁତ ସଂଯୋଗ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ

ମଣ୍ଡି ସମସ୍ୟାର ସମାଧାନ ଲାଗି ନବୀନ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ପ୍ରଥମେ କଟନୀ ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାଡ ନିୟୋଜିତ  କରାଯାଉ ଏବଂ ଦୋଷୀ ମିଲ୍‌ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଦ୍ବିତୀୟରେ ଇନପୁଟ୍‌ ସବ୍‌ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଉ। ତୃତୀୟରେ, ବିଜେପିର ନିର୍ବାଚନ ପ୍ରତିଶୃତି ଅନୁଯାୟୀ ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ । ଚତୁର୍ଥରେ, ୭୨ ଘଣ୍ଟା ମଧ୍ୟରେ ମଣ୍ଡି ଗୁଡିକରେ ଖୋଲାରେ ପଡିଥିବା ସବୁ ଧାନ ଗୁଡିକୁ ଶତ ପ୍ରତିଶତ ଉଠାଯିବାକୁ ନବୀନ ଦାବି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp