ଏସ୍‍ସିବି ମେଡିକାଲରେ ନୂଆ ବ୍ୟବସ୍ଥା : ରୋଗୀ ପିଛା ଗୋଟିଏ ଆଟେଣ୍ଡାଣ୍ଟ ପାସ୍‍

The Sakala Picture
Published On

କଟକ : ୱାର୍ଡ ଭିତରକୁ ଆଉ କେହି ମନଇଚ୍ଛା ପ୍ରବେଶ କରିପାରିବେ ନାହିଁ। ପ୍ରତ୍ୟେକ ରୋଗୀ ପିଛା ମିଳିବ ଗୋଟିଏ ଆଟେଣ୍ଡାଣ୍ଟ ପାସ୍‍। ୱାର୍ଡ଼ ଭିତରେ ଜଣେ ରୋଗୀଙ୍କ ପାଖକୁ ଜଣେ ଆଟେଣ୍ଟାଣ୍ଡ ହିଁ ଯିବା ଆସିବା କରିପାରିବ। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ଅନୁମତିକ୍ରମେ ଜଣେ ରୋଗୀଙ୍କୁ ଦୁଇଟି ଆଟେଣ୍ଡାଣ୍ଟ ପାସ୍‍ ଦିଆଯିବ। ଯେଉଁ ରୋଗୀଙ୍କ ପାଇଁ ଦୁଇଜଣ ଆଟେଣ୍ଡାଣ୍ଟ ଆବଶ୍ୟକ ବୋଲି ଅନୁଭବ ହେବ ସେ ଦିଗରେ ଦୁଇଟି ପାସ୍‍ ବ୍ୟବସ୍ଥା ହେବ। ଏସ୍‍ସିବି ମେଡ଼ିକାଲରେ ଏଭଳି ନୂତନ […]

କଟକ : ୱାର୍ଡ ଭିତରକୁ ଆଉ କେହି ମନଇଚ୍ଛା ପ୍ରବେଶ କରିପାରିବେ ନାହିଁ। ପ୍ରତ୍ୟେକ ରୋଗୀ ପିଛା ମିଳିବ ଗୋଟିଏ ଆଟେଣ୍ଡାଣ୍ଟ ପାସ୍‍। ୱାର୍ଡ଼ ଭିତରେ ଜଣେ ରୋଗୀଙ୍କ ପାଖକୁ ଜଣେ ଆଟେଣ୍ଟାଣ୍ଡ ହିଁ ଯିବା ଆସିବା କରିପାରିବ। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ଅନୁମତିକ୍ରମେ ଜଣେ ରୋଗୀଙ୍କୁ ଦୁଇଟି ଆଟେଣ୍ଡାଣ୍ଟ ପାସ୍‍ ଦିଆଯିବ। ଯେଉଁ ରୋଗୀଙ୍କ ପାଇଁ ଦୁଇଜଣ ଆଟେଣ୍ଡାଣ୍ଟ ଆବଶ୍ୟକ ବୋଲି ଅନୁଭବ ହେବ ସେ ଦିଗରେ ଦୁଇଟି ପାସ୍‍ ବ୍ୟବସ୍ଥା ହେବ। ଏସ୍‍ସିବି ମେଡ଼ିକାଲରେ ଏଭଳି ନୂତନ ବ୍ୟବସ୍ଥା ଆରମ୍ଭ ହୋଇଛି। ସୋମବାର ଠାରୁ ମେଡ଼ିସିନି ବିଭାଗରେ ପ୍ରଥମଥର ନିମନ୍ତେ ଏହି ବ୍ୟବସ୍ଥା ଲାଗୁ କରାଯିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ୱାର୍ଡ଼ଗୁଡ଼ିକରେ ଏହା ଲାଗୁ ହେବ ବୋଲି ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ମେଡ଼ିକାଲ ଭିତରୁ ଅନେକ ଦଲାଲ ଗିରଫ ହେଉଛନ୍ତି। ଯେଉଁମାନେ ୱାର୍ଡ଼ ଭିତରୁ ମଧ୍ୟ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ଫୁସୁଲାଇ ଘରୋଇ ହସ୍ପିଟାଲକୁ ନେଇ ଯାଉଛନ୍ତି। ଦଲାଲଙ୍କ ଦୌରାତ୍ମ୍ୟକୁ କମାଇବା ପାଇଁ ନୂତନ ପାସ୍‍ ବ୍ୟବସ୍ଥା ବେଶ ଉପଯୋଗୀ ହେବ। ଏତଦବ୍ୟତୀତ ଅଯଥାରେ ଜଣେ ଜଣେ ରୋଗୀ ପାଖରେ ୫/୬ ଆଟେଣ୍ଡାଣ୍ଟ ଘେରି ରହନ୍ତି। ଏସବୁ ସମସ୍ୟାର ସମାଧାନ କରିବା ଦିଗରେ ନୂତନ ପାସ୍‍ ବ୍ୟବସ୍ଥା ହୋଇଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି। ଅନ୍ୟପକ୍ଷରେ ୱାର୍ଡରୁ ହେଉଥିବା ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି। ସୋମବାରଠାରୁ ଏସ୍‍ସିବିର ସମସ୍ତ ୱାର୍ଡରେ ଏହା ଲାଗୁ କରାଯିବ। ପୂର୍ବରୁ ଏସ୍‍ସିବି ମେଡ଼ିକାଲ ଅର୍ଥୋପେଡ଼ିକ ବିଭାଗ, ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଦିନ ପୁଣି ୪ ନୂଆ ବିଭାଗ ଯୋଡ଼ି ହୋଇଥିଲା।

ଆହୁରି ପଢ଼ନ୍ତୁ: ଧର୍ମାନ୍ତରୀକରଣକୁ ନେଇ ତେଜିଲା ବିବାଦ: ୩ଦିନ ଧରି ରାସ୍ତାରେ ପଡ଼ିରହିଛି ଦାଦନ ଶ୍ରମିକଙ୍କ ଶବ, ଗାଁରେ ଉତ୍ତେଜନା

ଏହି ବିଭାଗଗୁଡ଼ିକ ହେଲା, କାର୍ଡ଼ିଓଲୋଜି, କାର୍ଡିଓ ଥୋରାସିସ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‍), ସର୍ଜରୀ ଓ ମେଡ଼ିସିନ ବିଭାଗ। ଏବେ ସମସ୍ତ ୱାର୍ଡ଼ରେ ଏହି ବ୍ୟବସ୍ଥା ହେବ ବୋଲି ପ୍ରଶାସନିକ ଅଧିକାରୀ ଡ. ରାଉତ ଜଣାଇଛନ୍ତି। ମେଡ଼ିକାଲ କର୍ତ୍ତୃପକ୍ଷ ଗତ ଫେବୃୟାରୀ ମାସରେ ପରୀକ୍ଷାମୂଳକ ଭାବେ ଅର୍ଥୋପେଡ଼ିକ ବିଭାଗରେ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଥିଲେ। ଯେଉଁଥିରେ ଅର୍ଥୋପେଡ଼ିକ ୱାର୍ଡ଼ର କେଉଁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ ତାହା ଉକ୍ତ ୱାର୍ଡ଼ର ନର୍ସ ଜଣାଇବେ ଓ ରକ୍ତ ନମୁନା ମଧ୍ୟ ସଂଗ୍ରହ କରିବେ। ମେଡ଼ିକାଲ ଦ୍ୱାରା ନିଯୁକ୍ତ ହୋଇଥିବା ଆଟେଣ୍ଡାଣ୍ଟ ଉକ୍ତ ନମୁନା ସବୁ ନେଇ ନିଦାନ କେନ୍ଦ୍ରରେ ଦାଖଲ କରିବେ। ନିର୍ଦ୍ଧାରିତ ସମୟରେ ଆଟେଣ୍ଡାଣ୍ଟ ହିଁ ନମୁନା ରିପୋର୍ଟ ଆଣି ୱାର୍ଡ଼ରେ ଦାୟିତ୍ୱରେ ଥିବା ନର୍ସଙ୍କୁ ପ୍ରଦାନ କରିବେ। ଏ କ୍ଷେତ୍ରରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ନିଦାନ କେନ୍ଦ୍ରକୁ ଯାଇ ପୂର୍ବରୁ ଯେଉଁ ସମସ୍ୟା ଭୋଗୁ୍‍ଥିଲେ ତାହା ଦୂର ହୋଇଥିଲା। ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କୁ ରକ୍ତ ନମୁନା ଧରି ଆଉ ନିଦାନ କେନ୍ଦ୍ର ଆଗରେ ଧାଡ଼ି ଲଗାଇବାକୁ ପଡ଼ିବ ନାହିଁ। ଅର୍ଥୋପେଡ଼ିକ ୱାର୍ଡରେ ଏହି ବ୍ୟବସ୍ଥା ସଫଳ ହେବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ୱାର୍ଡଗୁଡ଼ିକରେ ଏହା ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ରେଷ୍ଟୁରାଣ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର