‘ଓଡ଼ିଶା ହେବ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶପଥ’

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ହେବ ଦକ୍ଷିଣପୂର୍ବ ଏସିଆର ପ୍ରବେଶ ଦ୍ୱାର। ରାଜ୍ୟରେ ସମ୍ପ୍ରତି ୩ଟି ବନ୍ଦର ରହିଛି ଓ ଆଉ ୪ଟି ନୂଆ ବନ୍ଦର ସ୍ଥାପନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ସରିଛି। ସେହିପରି ୮ଟି ବନ୍ଦର ନିମନ୍ତେ ଭିତ୍ତିଭୂମି ରହିଛି। ୪୮୦ କିଲୋମିଟର ଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଆଶୀର୍ବାଦ ହୋଇଛି ଏବଂ ଏହାର ଭରପୁର ଉପଯୋଗ କରାଯାଇ ଓଡ଼ିଶାକୁ ସମୃଦ୍ଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। […]

ଭୁବନେଶ୍ୱର : ଓଡ଼ିଶା ହେବ ଦକ୍ଷିଣପୂର୍ବ ଏସିଆର ପ୍ରବେଶ ଦ୍ୱାର। ରାଜ୍ୟରେ ସମ୍ପ୍ରତି ୩ଟି ବନ୍ଦର ରହିଛି ଓ ଆଉ ୪ଟି ନୂଆ ବନ୍ଦର ସ୍ଥାପନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ସରିଛି। ସେହିପରି ୮ଟି ବନ୍ଦର ନିମନ୍ତେ ଭିତ୍ତିଭୂମି ରହିଛି। ୪୮୦ କିଲୋମିଟର ଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଆଶୀର୍ବାଦ ହୋଇଛି ଏବଂ ଏହାର ଭରପୁର ଉପଯୋଗ କରାଯାଇ ଓଡ଼ିଶାକୁ ସମୃଦ୍ଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ

ବୁଧବାର ଅନୁଷ୍ଠିତ ସାଗରମାଳା ପ୍ରକଳ୍ପ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୌବାଣିଜ୍ୟରେ ଓଡ଼ିଶାର ଗୌରବମୟ ଇତିହାସ ରହିଛି। ରାଜ୍ୟର ଥିବା ଭିତ୍ତିଭୂମିକୁ ବିକଶିତ କରି ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ପଥ ରୂପେ ପ୍ରସ୍ତୁତ କରାଯିବ। ପାରାଦୀପ ବନ୍ଦରକୁ ବାଦ୍‍ ରାଜ୍ୟରେ ଏକାଧିକ ବନ୍ଦର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ମାସ ଗୁଡିକରେ ରାଜ୍ୟ ମାରିଟାଇମ୍‍ ବୋର୍ଡ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ସାଗରମାଳା ପ୍ରକଳ୍ପ ଗୁଡିକ ଯେପରି ନିର୍ଦ୍ଧାରିତ ସମୟରେ ସରିବ ସେ ନେଇ ବିଭାଗ ଗୁଡିକ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ, ଜୁନ୍ ୧୮ରେ ଭୋଟ୍

ସାଗରମାଳା ପ୍ରକଳ୍ପ ଦ୍ୱାରା ସାରା ଦେଶର ବିଭିନ୍ନ ବନ୍ଦରଗୁଡିକର ବିକାଶ କରାଯିବ। ବନ୍ଦର ଗୁଡିକର ଆଧୁନିକୀକରଣ, ବନ୍ଦର ସଂଯୋଗୀକରଣ, ବନ୍ଦର ଭିତ୍ତିକ ଶିଳ୍ପାୟନ ଏବଂ ଉପକୂଳୀୟ ଗୋଷ୍ଠୀ ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପର ପ୍ରାୟ ୫୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସାଗରମାଳା ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳପଥ ପରିବହନ ଓ ଭିତ୍ତିଭୂମି ସୁଦୃଢ ହେବ। ଏହି ପ୍ରକଳ୍ପର ସଫଳତା କେନ୍ଦ୍ର-ରାଜ୍ୟ ସହ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଉପରେ ନିର୍ଭର କରିଥାଏ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ବିଭାଗ ଗୁଡିକ କାର୍ଯ୍ୟ କରିବେ। ଅନୁରୂପ ଭାବେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ମଧୁସଦନ ପାଢୀ ବୈଠକରେ ପ୍ରକଳ୍ପ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନା କରିଥିଲେ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୩ଟି ବନ୍ଦର କାର୍ଯ୍ୟକ୍ଷମ ଅଛି। ଏଗୁଡିକ ହେଉଛି-ପାରାଦୀପ, ଧାମରା ଏବଂ ଗୋପାଳପୁର। ସେହିପରି ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ାର ନଦୀଭିତ୍ତିକ ବନ୍ଦର ଓ ଜଟାଧାର ମୁହାଣକୁ ବନ୍ଦର ରୂପେ ପ୍ରସ୍ତୁତ କରାଯାଉଛି। ଏହାକୁ ବାଦ୍‍ ଦେଲେ ରାଜ୍ୟର ଆଉ ୮ଟି ସ୍ଥାନରେ ବନ୍ଦର ଉନ୍ନତିକରଣ ଯୋଜନା କରାଯାଇଛି।

ସେହିପରି ଏହି କାର୍ଯ୍ୟକ୍ରମ ଜରିଆରେ ୧୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ ବିଭାଗ ଜଡିତ ରହିଛନ୍ତି। ଏହା ବ୍ୟତୀତ ରୋ ପାକ୍ସ ଜେଟି ଏବଂ ଆନୁଷଙ୍ଗିକ ଭିତ୍ତିଭୂମି, ବାଣିଜ୍ୟ ବିଭାଗର ୨ ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଗୁଡିକ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଏବଂ ବାଲୁଗାଁରେ କରାଯିବ। ଇଡକୋ ସିଏମଡି ସଞ୍ଜୟ ସିଂ ଧାମରା, ଗୋପାଳପୁର ଏବଂ ସୁବର୍ଣ୍ଣରେଖାରେ ୩ ଲଜିଷ୍ଟିକ୍‍ ପାର୍କ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଥିଲେ। ଏଗୁଡିକ ସାଗରମାଳା ମଧ୍ୟରେ ସାମିଲ କରିବା ପାଇଁ ରାଜ୍ୟ ପକ୍ଷରୁ ଦାବି କରାଯିବ। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ।

08 Apr 2021 By The Sakala

‘ଓଡ଼ିଶା ହେବ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶପଥ’

ଭୁବନେଶ୍ୱର : ଓଡ଼ିଶା ହେବ ଦକ୍ଷିଣପୂର୍ବ ଏସିଆର ପ୍ରବେଶ ଦ୍ୱାର। ରାଜ୍ୟରେ ସମ୍ପ୍ରତି ୩ଟି ବନ୍ଦର ରହିଛି ଓ ଆଉ ୪ଟି ନୂଆ ବନ୍ଦର ସ୍ଥାପନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ସରିଛି। ସେହିପରି ୮ଟି ବନ୍ଦର ନିମନ୍ତେ ଭିତ୍ତିଭୂମି ରହିଛି। ୪୮୦ କିଲୋମିଟର ଦୀର୍ଘ ଉପକୂଳ ଓଡ଼ିଶା ପାଇଁ ଆଶୀର୍ବାଦ ହୋଇଛି ଏବଂ ଏହାର ଭରପୁର ଉପଯୋଗ କରାଯାଇ ଓଡ଼ିଶାକୁ ସମୃଦ୍ଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୁଧବାର ଅନୁଷ୍ଠିତ ସାଗରମାଳା ପ୍ରକଳ୍ପ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୌବାଣିଜ୍ୟରେ ଓଡ଼ିଶାର ଗୌରବମୟ ଇତିହାସ ରହିଛି। ରାଜ୍ୟର ଥିବା ଭିତ୍ତିଭୂମିକୁ ବିକଶିତ କରି ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆର ପ୍ରବେଶ ପଥ ରୂପେ ପ୍ରସ୍ତୁତ କରାଯିବ। ପାରାଦୀପ ବନ୍ଦରକୁ ବାଦ୍‍ ରାଜ୍ୟରେ ଏକାଧିକ ବନ୍ଦର ପ୍ରତିଷ୍ଠା ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆଗାମୀ ମାସ ଗୁଡିକରେ ରାଜ୍ୟ ମାରିଟାଇମ୍‍ ବୋର୍ଡ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ସାଗରମାଳା ପ୍ରକଳ୍ପ ଗୁଡିକ ଯେପରି ନିର୍ଦ୍ଧାରିତ ସମୟରେ ସରିବ ସେ ନେଇ ବିଭାଗ ଗୁଡିକ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସାଗରମାଳା ପ୍ରକଳ୍ପ ଦ୍ୱାରା ସାରା ଦେଶର ବିଭିନ୍ନ ବନ୍ଦରଗୁଡିକର ବିକାଶ କରାଯିବ। ବନ୍ଦର ଗୁଡିକର ଆଧୁନିକୀକରଣ, ବନ୍ଦର ସଂଯୋଗୀକରଣ, ବନ୍ଦର ଭିତ୍ତିକ ଶିଳ୍ପାୟନ ଏବଂ ଉପକୂଳୀୟ ଗୋଷ୍ଠୀ ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପର ପ୍ରାୟ ୫୦ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ଜଣାପଡ଼ିଛି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସାଗରମାଳା ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳପଥ ପରିବହନ ଓ ଭିତ୍ତିଭୂମି ସୁଦୃଢ ହେବ। ଏହି ପ୍ରକଳ୍ପର ସଫଳତା କେନ୍ଦ୍ର-ରାଜ୍ୟ ସହ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଉପରେ ନିର୍ଭର କରିଥାଏ। ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ବିଭାଗ ଗୁଡିକ କାର୍ଯ୍ୟ କରିବେ। ଅନୁରୂପ ଭାବେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ମଧୁସଦନ ପାଢୀ ବୈଠକରେ ପ୍ରକଳ୍ପ ସଂକ୍ରାନ୍ତ ତଥ୍ୟ ଉପସ୍ଥାପନା କରିଥିଲେ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୩ଟି ବନ୍ଦର କାର୍ଯ୍ୟକ୍ଷମ ଅଛି। ଏଗୁଡିକ ହେଉଛି-ପାରାଦୀପ, ଧାମରା ଏବଂ ଗୋପାଳପୁର। ସେହିପରି ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ାର ନଦୀଭିତ୍ତିକ ବନ୍ଦର ଓ ଜଟାଧାର ମୁହାଣକୁ ବନ୍ଦର ରୂପେ ପ୍ରସ୍ତୁତ କରାଯାଉଛି। ଏହାକୁ ବାଦ୍‍ ଦେଲେ ରାଜ୍ୟର ଆଉ ୮ଟି ସ୍ଥାନରେ ବନ୍ଦର ଉନ୍ନତିକରଣ ଯୋଜନା କରାଯାଇଛି।

ସେହିପରି ଏହି କାର୍ଯ୍ୟକ୍ରମ ଜରିଆରେ ୧୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁସମ୍ପଦ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ ବିଭାଗ ଜଡିତ ରହିଛନ୍ତି। ଏହା ବ୍ୟତୀତ ରୋ ପାକ୍ସ ଜେଟି ଏବଂ ଆନୁଷଙ୍ଗିକ ଭିତ୍ତିଭୂମି, ବାଣିଜ୍ୟ ବିଭାଗର ୨ ପ୍ରକଳ୍ପ କାର୍ଯ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଗୁଡିକ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଏବଂ ବାଲୁଗାଁରେ କରାଯିବ। ଇଡକୋ ସିଏମଡି ସଞ୍ଜୟ ସିଂ ଧାମରା, ଗୋପାଳପୁର ଏବଂ ସୁବର୍ଣ୍ଣରେଖାରେ ୩ ଲଜିଷ୍ଟିକ୍‍ ପାର୍କ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଥିଲେ। ଏଗୁଡିକ ସାଗରମାଳା ମଧ୍ୟରେ ସାମିଲ କରିବା ପାଇଁ ରାଜ୍ୟ ପକ୍ଷରୁ ଦାବି କରାଯିବ। ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର