ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଯୋଗାଣ  ଏବଂ ବର୍ଜ୍ୟଜଳ ପରିଚାଳନା ସେବା କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଗଣ୍ୟ ତାଲିମ୍ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଜଳ […]

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଯୋଗାଣ  ଏବଂ ବର୍ଜ୍ୟଜଳ ପରିଚାଳନା ସେବା କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଗଣ୍ୟ ତାଲିମ୍ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଏହି ଅବସରରେ ରାଜ୍ୟର ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ଏକ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ, ଜନସ୍ୱାସ୍ଥ୍ୟ କାରିଗରୀ ସଂସ୍ଥା, ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ୟ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜୀକୃତ ହେବ ଏବଂ ଓଡ଼ିଶା ଜଳ ନିଗମର ପ୍ରଶାସନିକ ନିୟନ୍ତ୍ରଣରେ କାର୍ୟ୍ୟ କରିବ । ଏହାର ନିଜସ୍ୱ ମେମୋରେଣ୍ଡମ୍‌ ଅଫ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ୱସ୍ତରୀୟ ସହଭାଗିତା ଦ୍ୱାରା ପରିଚାଳିତ ହେବ ।

13 Apr 2021 By The Sakala

ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଯୋଗାଣ  ଏବଂ ବର୍ଜ୍ୟଜଳ ପରିଚାଳନା ସେବା କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଗଣ୍ୟ ତାଲିମ୍ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ।

ଏହି ଅବସରରେ ରାଜ୍ୟର ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ଏକ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ, ଜନସ୍ୱାସ୍ଥ୍ୟ କାରିଗରୀ ସଂସ୍ଥା, ଓଡିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ୟ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା

ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜୀକୃତ ହେବ ଏବଂ ଓଡ଼ିଶା ଜଳ ନିଗମର ପ୍ରଶାସନିକ ନିୟନ୍ତ୍ରଣରେ କାର୍ୟ୍ୟ କରିବ । ଏହାର ନିଜସ୍ୱ ମେମୋରେଣ୍ଡମ୍‌ ଅଫ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ୱସ୍ତରୀୟ ସହଭାଗିତା ଦ୍ୱାରା ପରିଚାଳିତ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର