ଓଡ଼ିଶାରୁ ଲୋନ୍ ଆପ୍ରେ ଠକେଇ, ଚୀନରେ ବସିଛି ମାଷ୍ଟର ମାଇଣ୍ଡ
ଭୁବନେଶ୍ୱର : ଓଡ଼ିଶାରୁ ଠକେଇ ହେଉଥିବା ଲୋନ୍ ଆପ୍ର ଚେର ଚୀନ୍କୁ ଲମ୍ବିଛି। ଏହି ଠକେଇର ମାଷ୍ଟରମାଇଣ୍ଡ୍ ଚୀନ୍ରେ ରହି ଓଡ଼ିଶାରେ ଚଲାଉଥିଲେ ରାକେଟ୍। ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଚୀନ୍ର ଲିଙ୍କ୍ ମିଳିଥିଲା। ଏହି ଲୋନ୍ ଆପ୍ ଠକେଇର ମାମଷ୍ଟମାଇଣ୍ଡ ଲିଉ ୟୁ ଜିଏ ଏବଂ ଅନ୍ୟ ସହଯୋଗୀକୁ ଗିରଫ ପାଇଁ ଇଓଡବ୍ଲ୍ୟୁ ତଦନ୍ତକୁ ଜୋରଦାର କରିଛି। ହେଲେ ଲିଉ ୟୁ ଚାଇନା ଫେରାର ହୋଇଯାଇଥିବାରୁ ଗିରଫ କରିବା […]
ଭୁବନେଶ୍ୱର : ଓଡ଼ିଶାରୁ ଠକେଇ ହେଉଥିବା ଲୋନ୍ ଆପ୍ର ଚେର ଚୀନ୍କୁ ଲମ୍ବିଛି। ଏହି ଠକେଇର ମାଷ୍ଟରମାଇଣ୍ଡ୍ ଚୀନ୍ରେ ରହି ଓଡ଼ିଶାରେ ଚଲାଉଥିଲେ ରାକେଟ୍। ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଚୀନ୍ର ଲିଙ୍କ୍ ମିଳିଥିଲା। ଏହି ଲୋନ୍ ଆପ୍ ଠକେଇର ମାମଷ୍ଟମାଇଣ୍ଡ ଲିଉ ୟୁ ଜିଏ ଏବଂ ଅନ୍ୟ ସହଯୋଗୀକୁ ଗିରଫ ପାଇଁ ଇଓଡବ୍ଲ୍ୟୁ ତଦନ୍ତକୁ ଜୋରଦାର କରିଛି। ହେଲେ ଲିଉ ୟୁ ଚାଇନା ଫେରାର ହୋଇଯାଇଥିବାରୁ ଗିରଫ କରିବା ଅସମ୍ଭବ ହୋଇପଡ଼ିଛି। ତେଣୁ ଲିଉ ୟୁ ଜିଏ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। କ୍ରାଇମବ୍ରାଞ୍ଚର ଆବେଦନ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ ବିଭାଗ ଏହି ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି। ଭାରତର ସମସ୍ତ ବିମାନବନ୍ଦରରେ ଲିଉ ୟୁ ଜିଏଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ତେଣୁ ଲିଉ ୟୁ ଜିଏ ଏବଂ ତାର ଚାଇନା ସହଯୋଗୀଙ୍କୁ ଧରିବା ପାଇଁ କ୍ରାଇମ୍ବ୍ରାଞ୍ଚ ଇଣ୍ଟରପୋଲ୍, ସିବିଆଇର ସହଯୋଗ ନେବ। ଖୁବ୍ ଶୀଘ୍ର ଏନେଇ ଦୁଇ ତଦନ୍ତ ସଂସ୍ଥାକୁ ଚିଠି ଲେଖିବ କ୍ରାଇମ୍ବ୍ରାଞ୍ଚ।
ଏନେଇ କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ଯେ, ଲୋନ୍ ଆପ୍ର ମାଷ୍ଟରମାଇଣ୍ଡ୍ ଲିଉ ୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବାଙ୍ଗାଲୁରୁ ଆସିଥିଲେ। ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ। ଲିଉ ୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡିକ ଖୋଲିଥିଲେ। ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍ ଆପ୍ ଖୋଲିଥିଲେ। ଆଉ ସେହି ଆପ୍ ଗୁଡ଼ିକୁ ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ କରୁଥିଲେ। ଏହି ରାକେଟ୍ ଚାଇନାରୁ ଅପରେଟ୍ ହେଉଥିଲା। ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର। ବିଭିନ୍ନ ସ୍ପେଶାଲ୍ ମିଡିଆ ମାଧ୍ୟମରେ ବିଜ୍ଞାପନ ଦେଇ ଋଣ ନେବା ପାଇଁ ଅଫର ଦିଆଯାଉଥିଲା। ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିଲେ। ଋଣ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା।
ଏହାର ସୁଯୋଗ ନେଇ ଚୀନ୍ ଠକମାନ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ ସମସ୍ତ ତଥ୍ୟ ନେଇଯାଉଥିଲେ। ଏହାସହ ଋଣ ନେଉଥିବା ବ୍ୟକ୍ତିଙ୍କ ପାନ୍କାର୍ଡ, ଆଧାରକାର୍ଡ ଏବଂ ଫୋନ୍ରେ ଥିବା ଅନ୍ୟନ ବ୍ୟକ୍ତିଗତ ତଥ୍ୟ ମଧ୍ୟ ହ୍ୟାକ୍ କରି ନେଇଯାଇଥାନ୍ତି। ଆପ୍କୁ ଇନ୍ଷ୍ଟଲ୍ କରିବାର କିଛି ସମୟ ପରେ ଆକାଉଣ୍ଟରୁ ଟଙ୍କା ପଳାଇ ଆସୁଥିଲା। ଋଣ ନେବାର ୬ରୁ ୭ ଦିନ ପରେ ଲୋନ୍ ଆପ୍ ମାଧ୍ୟମରେ ଫୋନ୍ କଲ କରୁଥିଲେ ଠକ ସଂସ୍ଥା। ଫୋନ୍ କରିଥିବା ବ୍ୟକ୍ତି ଋଣ ଟଙ୍କାର ଦୁଇରୁ ତିନି ଗୁଣା ସୁଧ ମାଗୁଥିଲେ। ଟଙ୍କା ପୈଠ ନକଲେ ସେମାନେ ହ୍ୟାକ୍ କରି ନେଇଥିବା ସମ୍ପର୍କୀୟଙ୍କ ନମ୍ବରକୁ ଋଣ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଅଶ୍ଲୀଳ ମେସେଜ୍ ପଠାଇଥାନ୍ତି। ଏହାସହ ସେମାନେ ଅଭଦ୍ର ଭାଷାରେ ଗାଳି ଦେବା ସହିତ ହ୍ୱାଟ୍ସଆପ୍ ଗ୍ରୁପ୍ କରି ଋଣ ନେଇଥିବା ବ୍ୟକ୍ତିଙ୍କ ଫଟୋ ଏବଂ ଭିଡ଼ିଓକୁ ଅଶ୍ଲୀଳ କରି ଗ୍ରୁପ୍ରେ ଛାଡ଼ି ବଦନାମ କରନ୍ତି। ଏହିଭଳି ଋଣ ନେଇଥିବା ଆନ୍ଧ୍ରର ୬ଜଣ ବ୍ୟକ୍ତି ସେମାନଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଛନ୍ତି। ଏପରିକି ଅନେକ ମଧ୍ୟ ଆତ୍ମହତ୍ୟାରୁ ଅଳ୍ପକେ ବର୍ତ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଠକାମିର ଶିକାର ହୋଇଥିବା ଓଡ଼ିଶାରେ ୧୦୦ରୁ ଊର୍ଦ୍ଧ୍ବ ପିଟିସନ୍ ଇଓଡବ୍ଲ୍ୟୁ ନିକଟରେ ଦାଖଲ ହୋଇଥିଲା। ଅଭିଯୋଗକୁ ଆଧାର କରି ୩ ମାସ ଭିତରେ ୫ ଜଣଙ୍କୁ ଗିରଫ କରାଯାଇଛି।