ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ, ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ ସୁପରହିଟ । ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି କେନ୍ଦ୍ରର ସାବାସୀ । ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସ କରିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି । ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା […]

ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ ସୁପରହିଟ । ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି କେନ୍ଦ୍ରର ସାବାସୀ । ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସ କରିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି । ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା ସହ ଆଗକୁ ଷ୍ଟାର୍ଟଅପ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ବନ୍ୟା ସ୍ଥିତି ସଙ୍ଗିନ: ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ, ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ

ଓଡ଼ିଶାକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ। ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ । ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ । ନବୀନ ପରିକଳ୍ପନାରେ ବଡ଼ ରାଜ୍ୟଙ୍କ ଗ୍ରୁପରେ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ହୋଇଛି ସାକାର। ଷ୍ଟାର୍ଟଅପରେ ଓଡ଼ିଶା ଆଗଉଛି । ଟପ ଫରଫର୍ମର ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା । ଯାହାକୁ ସ୍ବୀକୃତି ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି । ୩୩ଟି ବିଭିନ୍ନ ମାନଦଣ୍ଡ ନେଇ ଡିପିଆଇଆଇଟି ରାଜ୍ୟ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ ୨୦୨୨ରେ ଓଡ଼ିଶାର ଟପ୍ ପରଫର୍ମର  ହୋଇଛି । ବିଶେଷକରି ନୂଆ ଉଦ୍ୟୋଗୀମାନଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛି। ଉଦ୍ୟୋଗୀ ସଂଖ୍ୟା ବଢ଼ାଇବା ଆମର ଲକ୍ଷ୍ୟ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାୟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ରାତିରେ ପୁଣି ବଢିପାରେ ମହାନଦୀ ଜଳସ୍ତର, ହୀରାକୁଦରୁ ୨୨ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ଆଗକୁ ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ନୂଆ ଷ୍ଟାର୍ଟଅପ୍ ନୀତି ଆଣିବା ଉପରେ ବିଚାର କରାଯାଉଛି। ବିଶ୍ବସ୍ତରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭ୍ୟାସ, ଇଏସଜି ଏବଂ ମହିଳା ଉଦ୍ୟମିତାର ପ୍ରସାର ଉପରେ ସେଥିରେ ଫୋକସ କରାଯିବ । ଓଡ଼ିଶାରେ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ବାସ୍ଥ୍ୟ ସେବା, ଫିନଟେକ୍ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ସେଥିରୁ ୪୨% ସଂସ୍ଥାର ନେତୃତ୍ବ ନେଉଛନ୍ତି ମହିଳା । ୨୦୨୫ ସୁଦ୍ଧା ରାଜ୍ୟ ସରକାର ୫୦୦୦ ଷ୍ଟାର୍ଟଅପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା । ରାଜ୍ୟରେ ୨୭ ଇନକ୍ୟୁବେଟର ରହିଥିବା ବେଳେ ଚାରି ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ଓ-ହବ୍ ହେଉଛି ଦେଶର ଅନ୍ୟତମ ବୃହତ୍ତମ ଇନକ୍ୟୁବେଟର।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

ନୂଆ ଷ୍ଟାର୍ଟଅପଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ପ୍ରସ୍ତୁତ ଓଡ଼ିଶା ଷ୍ଟାର୍ଟ୍ଅପ୍ ନୀତି ଓଡିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିଛି। ଷ୍ଟାର୍ଟଅପରେ ଓଡ଼ିଶା ଟପ ଫରଫର୍ମର ଭାବେ ଦେଶରେ ଉଭା ପରେ  5T ଅଧ୍ୟକ୍ଷ ଖୁସିରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

17 Jan 2024 By The Sakala

ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ, ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ

ଭୁବନେଶ୍ବର: ଓଡ଼ିଶା ଷ୍ଟାର୍ଟଅପ ସୁପରହିଟ । ଷ୍ଟାର୍ଟଅପ କ୍ଷେତ୍ରରେ ଓଡ଼ିଶାକୁ ମିଳିଛି କେନ୍ଦ୍ରର ସାବାସୀ । ନୂଆ ଉଦ୍ୟୋଗୀଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଉଲ୍ଲେଖନୀୟ ସଫଳତା ହାସ କରିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ରାଜ୍ୟ ଷ୍ଟାର୍ଟଅପ ତାଲିକାର ତାଜା ରିପୋର୍ଟରେ ଓଡିଶା ଟପ ପରଫର୍ମର ଭାବେ ଉଭା ହୋଇଛି । ବିଭିନ୍ନ ମାନଦଣ୍ଡ ଆଧାରରେ ଓଡ଼ିଶା ବଡ଼ ବଡ଼ ରାଜ୍ୟ ମାନଙ୍କ ଗ୍ରୁପରେ ସ୍ଥାନ ପାଇଛି । ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ାଇବା ସହ ଆଗକୁ ଷ୍ଟାର୍ଟଅପ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ଓଡ଼ିଶାକୁ ପୁଣି କେନ୍ଦ୍ରର ସାର୍ଟିଫିକେଟ। ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ । ନୂଆ ଉଦ୍ୟୋଗୀଙ୍କ ପାଇଁ ଅନୁକୂଳ ପରିବେଶ ବଡ଼ କାରଣ । ନବୀନ ପରିକଳ୍ପନାରେ ବଡ଼ ରାଜ୍ୟଙ୍କ ଗ୍ରୁପରେ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ହୋଇଛି ସାକାର। ଷ୍ଟାର୍ଟଅପରେ ଓଡ଼ିଶା ଆଗଉଛି । ଟପ ଫରଫର୍ମର ଭାବେ ଦେଶରେ ଉଭା ହୋଇଛି ଓଡ଼ିଶା । ଯାହାକୁ ସ୍ବୀକୃତି ଦେଇଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ବଳିଷ୍ଠ ନୀତି, ନୂଆ ଉଦ୍ୟୋଗ ପାଇଁ ମାସିକିଆ ପ୍ରୋତ୍ସାହନ, ପୁଞ୍ଜି ବିନିଯୋଗର ରାସ୍ତା ସାଙ୍ଗକୁ ମାର୍କେଟିଙ୍ଗ ପାଇଁ ସ୍ବତନ୍ତ୍ର ଖସଡ଼ା ଷ୍ଟାର୍ଟଅପ୍ ଓଡ଼ିଶାକୁ ସାରା ଦେଶରେ ଅଗ୍ରଣୀ କରିପାରିଛି । ୩୩ଟି ବିଭିନ୍ନ ମାନଦଣ୍ଡ ନେଇ ଡିପିଆଇଆଇଟି ରାଜ୍ୟ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ ୨୦୨୨ରେ ଓଡ଼ିଶାର ଟପ୍ ପରଫର୍ମର  ହୋଇଛି । ବିଶେଷକରି ନୂଆ ଉଦ୍ୟୋଗୀମାନଙ୍କ ଲାଗି ଅନୁକୂଳ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଛି। ଉଦ୍ୟୋଗୀ ସଂଖ୍ୟା ବଢ଼ାଇବା ଆମର ଲକ୍ଷ୍ୟ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମକାର ରାୟ କହିଛନ୍ତି ।

ଆଗକୁ ଷ୍ଟାର୍ଟଅପ ଉଦ୍ୟୋଗୀମାନଙ୍କ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଏକ ନୂଆ ଷ୍ଟାର୍ଟଅପ୍ ନୀତି ଆଣିବା ଉପରେ ବିଚାର କରାଯାଉଛି। ବିଶ୍ବସ୍ତରରେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭ୍ୟାସ, ଇଏସଜି ଏବଂ ମହିଳା ଉଦ୍ୟମିତାର ପ୍ରସାର ଉପରେ ସେଥିରେ ଫୋକସ କରାଯିବ । ଓଡ଼ିଶାରେ ଏଗ୍ରିଟେକ୍, ଆଇଟି, ଏଆଇ, ସ୍ବାସ୍ଥ୍ୟ ସେବା, ଫିନଟେକ୍ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ରରେ ୧୮୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛି। ସେଥିରୁ ୪୨% ସଂସ୍ଥାର ନେତୃତ୍ବ ନେଉଛନ୍ତି ମହିଳା । ୨୦୨୫ ସୁଦ୍ଧା ରାଜ୍ୟ ସରକାର ୫୦୦୦ ଷ୍ଟାର୍ଟଅପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଓଡ଼ିଶା । ରାଜ୍ୟରେ ୨୭ ଇନକ୍ୟୁବେଟର ରହିଥିବା ବେଳେ ଚାରି ଲକ୍ଷ ବର୍ଗଫୁଟରେ ବ୍ୟାପିଥିବା ଓ-ହବ୍ ହେଉଛି ଦେଶର ଅନ୍ୟତମ ବୃହତ୍ତମ ଇନକ୍ୟୁବେଟର।

ନୂଆ ଷ୍ଟାର୍ଟଅପଙ୍କୁ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଜମି ଓ ବ୍ୟାଙ୍କ ଋଣ ସହାୟତା ପ୍ରଦାନ ନେଇ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ପ୍ରସ୍ତୁତ ଓଡ଼ିଶା ଷ୍ଟାର୍ଟ୍ଅପ୍ ନୀତି ଓଡିଶାକୁ ଷ୍ଟାର୍ଟଅପ୍ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିଛି। ଷ୍ଟାର୍ଟଅପରେ ଓଡ଼ିଶା ଟପ ଫରଫର୍ମର ଭାବେ ଦେଶରେ ଉଭା ପରେ  5T ଅଧ୍ୟକ୍ଷ ଖୁସିରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର