ବିଦେଶରେ ବଢୁଛି ଓଡ଼ିଶା ଉତ୍ପାଦିତ ସାମଗ୍ରୀର ଚାହିଦା, ବିଦେଶ ଯିବ ଓଡ଼ିଶାର ହଳଦୀ ଓ ଅଦା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍‍ ଭଲ ଚାହିଦା ରହିଛି। ତେବେ ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ। ତେବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ। ଏଥିପାଇଁ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ କରିବ। ଓଡ଼ିଶାରେ ଏହାର ପରୀକ୍ଷାମୂଳକ ଉପଯୋଗ ଆରମ୍ଭ ହେବ। […]

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍‍ ଭଲ ଚାହିଦା ରହିଛି। ତେବେ ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ। ତେବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ। ଏଥିପାଇଁ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ କରିବ। ଓଡ଼ିଶାରେ ଏହାର ପରୀକ୍ଷାମୂଳକ ଉପଯୋଗ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ଏହା ପୂର୍ବରୁ ଚଳିତ ମାସ ୨୯ ତାରିଖରେ ଏଏମ୍‍ଡି ପ୍ରକଳ୍ପ ପରାମର୍ଶଦାତା ରାଘବେନ୍ଦ୍ର ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ସିଂ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ ସେ ଚାଷୀଙ୍କ ସହିତ ନାବାର୍ଡ, ଉଦ୍ୟାନ କୃଷି, ଗବେଷକ, ବ୍ୟବସାୟୀ, ବେସରକାରୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଶେଷ ଦୁଇ ଦିନ ଶ୍ରୀ ସିଂ କଟକ ଓ ଭୁବନେଶ୍ୱରରେ ଥିବା ହୋଲ୍‍ସେଲର୍‍, ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ଯୋଜନାରେ ମୁଖ୍ୟତଃ ହଳଦୀ ଓ ଅଦାକୁ ବିଦେଶରେ ପହଞ୍ଚାଇବା ପାଇଁ ଭ୍ୟାଲୁ ଚେନ୍‍ ସୃଷ୍ଟି କରାଯିବ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ବିଦେଶକୁ ରପ୍ତାନୀ ଯୋଗ୍ୟ ଫସଲର ଭ୍ୟାଲୁ ଚେନ୍‍ ସୃଷ୍ଟି କରିବା ଲକ୍ଷ୍ୟରେ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ପକ୍ଷରୁ ବାର୍ଷିକ ରଣନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶା ସମେତ ଆଉ ଦୁଇଟି ରାଜ୍ୟକୁ ଏଥିରେ ସାମିଲ କରାଯାଇଛି। ବିଦେଶକୁ ରପ୍ତାନୀ ଯୋଗ୍ୟ ଦୁଇଟି ଫସଲର ଗୁଣବତ୍ତା ବୃଦ୍ଧି ସହିତ ଉଚ୍ଚ ମାନର ପ୍ୟାକେଜିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ହଳଦୀ ଏବଂ ଅଦାର ରପ୍ତାନୀ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ବର୍ତ୍ତମାନ କିପରି ଭିତ୍ତିଭୂମି ରହିଛି ଏବଂ ଆଗକୁ ଆଉ କ’ଣ ପଦକ୍ଷେପ ନେବା ଜରୁରୀ ତାହା ଶ୍ରୀ ସିଂହ ଗସ୍ତ ସମୟରେ ଅନୁଧ୍ୟାନ କରିବେ। ଉତ୍ପାଦନ ସହିତ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବ୍ୟବସାୟୀକରଣ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

ସୂଚନାଯୋଗ୍ୟ ଯେ ମାଛ, ସାମୁଦ୍ରିକ ଉତ୍ପାଦ, ପନି ପରିବା, ଫଳ ଆଦି ବିଦେଶକୁ ରପ୍ତାନୀ କରାଯାଉଛି। ଏଥିରୁ ସରକାର ବିଦେଶୀ ରାଜସ୍ୱ ପାଉଛନ୍ତି। ତେବେ ପରିବର୍ତ୍ତିତ ସମୟ ଏବଂ ପ୍ରତିଯୋଗିତାମୂଳକ ବଜାରରେ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ହେଉଛି। ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ଏହି ଅଭାବକୁ ପୂରଣ କରିବା ସହିତ ଓଡ଼ିଶାର ଉତ୍ପାଦନ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି।

28 Aug 2022 By The Sakala

ବିଦେଶରେ ବଢୁଛି ଓଡ଼ିଶା ଉତ୍ପାଦିତ ସାମଗ୍ରୀର ଚାହିଦା, ବିଦେଶ ଯିବ ଓଡ଼ିଶାର ହଳଦୀ ଓ ଅଦା

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍‍ ଭଲ ଚାହିଦା ରହିଛି। ତେବେ ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ। ତେବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ। ଏଥିପାଇଁ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ସ୍ୱତନ୍ତ୍ର ରଣନୀତି କାର୍ଯ୍ୟକାରୀ କରିବ। ଓଡ଼ିଶାରେ ଏହାର ପରୀକ୍ଷାମୂଳକ ଉପଯୋଗ ଆରମ୍ଭ ହେବ।

ଏହା ପୂର୍ବରୁ ଚଳିତ ମାସ ୨୯ ତାରିଖରେ ଏଏମ୍‍ଡି ପ୍ରକଳ୍ପ ପରାମର୍ଶଦାତା ରାଘବେନ୍ଦ୍ର ସିଂ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ସିଂ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହି ସମୟରେ ସେ ଚାଷୀଙ୍କ ସହିତ ନାବାର୍ଡ, ଉଦ୍ୟାନ କୃଷି, ଗବେଷକ, ବ୍ୟବସାୟୀ, ବେସରକାରୀ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଶେଷ ଦୁଇ ଦିନ ଶ୍ରୀ ସିଂ କଟକ ଓ ଭୁବନେଶ୍ୱରରେ ଥିବା ହୋଲ୍‍ସେଲର୍‍, ଖାଦ୍ୟ ପ୍ରକ୍ରିୟାକରଣରେ ନିୟୋଜିତ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ଯୋଜନାରେ ମୁଖ୍ୟତଃ ହଳଦୀ ଓ ଅଦାକୁ ବିଦେଶରେ ପହଞ୍ଚାଇବା ପାଇଁ ଭ୍ୟାଲୁ ଚେନ୍‍ ସୃଷ୍ଟି କରାଯିବ।

ବିଦେଶକୁ ରପ୍ତାନୀ ଯୋଗ୍ୟ ଫସଲର ଭ୍ୟାଲୁ ଚେନ୍‍ ସୃଷ୍ଟି କରିବା ଲକ୍ଷ୍ୟରେ ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ପକ୍ଷରୁ ବାର୍ଷିକ ରଣନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶା ସମେତ ଆଉ ଦୁଇଟି ରାଜ୍ୟକୁ ଏଥିରେ ସାମିଲ କରାଯାଇଛି। ବିଦେଶକୁ ରପ୍ତାନୀ ଯୋଗ୍ୟ ଦୁଇଟି ଫସଲର ଗୁଣବତ୍ତା ବୃଦ୍ଧି ସହିତ ଉଚ୍ଚ ମାନର ପ୍ୟାକେଜିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ହଳଦୀ ଏବଂ ଅଦାର ରପ୍ତାନୀ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ବର୍ତ୍ତମାନ କିପରି ଭିତ୍ତିଭୂମି ରହିଛି ଏବଂ ଆଗକୁ ଆଉ କ’ଣ ପଦକ୍ଷେପ ନେବା ଜରୁରୀ ତାହା ଶ୍ରୀ ସିଂହ ଗସ୍ତ ସମୟରେ ଅନୁଧ୍ୟାନ କରିବେ। ଉତ୍ପାଦନ ସହିତ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବ୍ୟବସାୟୀକରଣ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ମାଛ, ସାମୁଦ୍ରିକ ଉତ୍ପାଦ, ପନି ପରିବା, ଫଳ ଆଦି ବିଦେଶକୁ ରପ୍ତାନୀ କରାଯାଉଛି। ଏଥିରୁ ସରକାର ବିଦେଶୀ ରାଜସ୍ୱ ପାଉଛନ୍ତି। ତେବେ ପରିବର୍ତ୍ତିତ ସମୟ ଏବଂ ପ୍ରତିଯୋଗିତାମୂଳକ ବଜାରରେ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ହେଉଛି। ଇଣ୍ଡୋ-ଜର୍ମାନ୍‍ କୋଅପରେସନ୍‍ ଅନ୍‍ ଏଗ୍ରିକଲ୍‍ଚରାଲ ମାର୍କେଟ୍‍ ଡେଭଲପମେଣ୍ଟ (ଏଏମ୍‍ଡି) ଏହି ଅଭାବକୁ ପୂରଣ କରିବା ସହିତ ଓଡ଼ିଶାର ଉତ୍ପାଦନ ବିଦେଶୀ ବଜାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର