ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବି ନେଇ ସଂକଳ୍ପ ବିଧାନସଭାରେ ଗୃହୀତ

The Sakala Picture
Published On

ଭୁବନେଶ୍ୱର : ଇଂରେଜ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ ଖୋର୍ଦ୍ଧା ମାଟିର ବୀର ପାଇକ ପୁଅମାନେ ଯେଉଁ ନିସ୍ୱାର୍ଥପର ବଳିଦାନ ଦେଇଛନ୍ତି, ବୀରତ୍ୱର ଗାଥା ଲେଖିଛନ୍ତି ତାହା ଅନନ୍ୟ, ସର୍ବଶ୍ରେଷ୍ଠ। ତେଣୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ କେନ୍ଦ୍ର ସରକାର ମାନ୍ୟତା ଦିଅନ୍ତୁ। ମଙ୍ଗଳବାର ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ବିଧାନସଭାରେ ଗୃହୀତ ହୋଇଛି। ଏହି ସଙ୍କଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା […]

ଭୁବନେଶ୍ୱର : ଇଂରେଜ କବଳରୁ ମାତୃଭୂମିକୁ ମୁକ୍ତ କରିବା ପାଇଁ ଖୋର୍ଦ୍ଧା ମାଟିର ବୀର ପାଇକ ପୁଅମାନେ ଯେଉଁ ନିସ୍ୱାର୍ଥପର ବଳିଦାନ ଦେଇଛନ୍ତି, ବୀରତ୍ୱର ଗାଥା ଲେଖିଛନ୍ତି ତାହା ଅନନ୍ୟ, ସର୍ବଶ୍ରେଷ୍ଠ। ତେଣୁ ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ କେନ୍ଦ୍ର ସରକାର ମାନ୍ୟତା ଦିଅନ୍ତୁ। ମଙ୍ଗଳବାର ବିଧାନସଭାରେ ଏ ସଂକ୍ରାନ୍ତ ସଂକଳ୍ପ ବିଧାନସଭାରେ ଗୃହୀତ ହୋଇଛି। ଏହି ସଙ୍କଳ୍ପକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ମଧ୍ୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସଂକଳ୍ପ ଆଗତ କରିଥିଲେ ଓ ତାହା ଅଚିରେ ଗୃହୀତ ହୋଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

ସଂକଳ୍ପ ଆଗତ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସରେ ୧୮୧୭ ମସିହାର ପାଇକ ବିଦ୍ରୋହ ଏକ ଗୌରବମୟ ଅଧ୍ୟାୟ। ଇଂରେଜ ବିରୋଧରେ ସୁସଙ୍ଗଠିତ ଏବଂ ସୁଦୂରପ୍ରସାରୀ ଏହି ବିଦ୍ରୋହ ପରବର୍ତ୍ତୀ ସମୟରେ ମୁକ୍ତି ସଂଗ୍ରାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଛି। ୧୮୧୭ ରୁ ୧୮୨୫ ମଧ୍ୟରେ ସଂଗଠିତ ଏହି ପାଇକ ବିଦ୍ରୋହରେ ବହୁ ସମ୍ଭ୍ରାନ୍ତ ଜମିଦାର, ଦଳେଇ ଦଳବେହେରାଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ଲୋକ ସାମିଲ ହୋଇ ଇଂରେଜ ସରକାରର ସ୍ଥିତିକୁ ଦୋହଲାଇ ଦେଇଥିଲେ। ଏହି ଗଣବିପ୍ଳବରେ କେତେ ଯେ ଫାଶୀଦଣ୍ଡ ପାଇଛନ୍ତି, କେତେ ଦ୍ୱୀପାନ୍ତର ହୋଇଛନ୍ତି, ଆଉ କେତେ ସଶ୍ରମ କାରାଦଣ୍ଡ ପାଇଛନ୍ତି ତାହାର କଳନା ନାହିଁ। ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇତିହାସର ସଠିକ ମୂଲ୍ୟାୟନ ନିମନ୍ତେ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପୂର୍ତ୍ତି ପାଳନ ଅବସରରେ ୨୦୧୭ ମସିହାରେ ରାଜ୍ୟ କ୍ୟାବିନେଟ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଅନୁଯାୟୀ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବା ପାଇଁ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଗତ ୨୦୧୭ ଜୁଲାଇ ୧୯ ତାରିଖରେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମଭାବରେ ଘୋଷଣା ପାଇଁ ଭାରତ ସରକାରଙ୍କୁ ଏକ ପତ୍ର ପ୍ରଦାନକରିଥିଲେ।

ଆହୁରି ପଢ଼ନ୍ତୁ: ରେଳ ଧାରଣା ପାରି ହେଉଥିବାବେଳେ ଟ୍ରେନରେ ପିଟି ହୋଇ ଦୁଇ ମହିଳା ମୃତ

ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଶବ୍ଦାଲୋକ ପ୍ରଦର୍ଶନ ସମ୍ୱଳିତ ଏକ ପାଇକ ଗ୍ୟାଲେରୀ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ଖୋର୍ଦ୍ଧାର ବରୁଣେଇ ପାହାଡ଼ର ପାଦଦେଶରେ ୯ ଏକର ୬୮୫ ଡେସିମିଲ ସ୍ଥାନ ଉପରେ ପାଇକ ସ୍ମାରକୀ ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରିଛନ୍ତି। ଜାତୀୟସ୍ତରରେ ଅଧିକ ପ୍ରସାର ଓ ପ୍ରଚାର ନିମିତ୍ତ ପାଇକ ବିଦ୍ରୋହ ଉପରେ ଆଲୋଚନା ଚକ୍ର, କର୍ମଶାଳା ତଥା କବିତା ପାଠୋତ୍ସବ ମାନ ମଧ୍ୟ ଆୟୋଜନ କରାଯାଇଛି। ମାତୃଭୂମିକୁ ବିଦେଶୀ ଇଂରେଜ ସରକାରଙ୍କ କବଳରୁ ମୁକ୍ତି ପାଇଁ ଯେଉଁ ବିପ୍ଳବୀ ବୀରମାନେ ନିର୍ଭିକ ଓ ନିଃସ୍ୱାର୍ଥପରଭାବେ ବଳିଦାନ ଦେଇଛନ୍ତି ସେହି ପବିତ୍ର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ ଆଜି ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଗଣ, ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅଭିହିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପୁନଃ ଅନୁରୋଧ କରିବା ସମ୍ପର୍କରେ ସଂକଳ୍ପ ଆଗତ ହେଲା ବୋଲି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରି ବିଜେଡି ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ ଯେ ପାଇକ ବିଦ୍ରୋହ ହେଉଛି ଓଡ଼ିଶାର ସ୍ୱାଭିମାନ, ଅସ୍ମିତା। ମାତ୍ର ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ଅଗ୍ରାହ୍ୟ କରି କେନ୍ଦ୍ର ସରକାର ଓଡ଼ିଆ ସ୍ୱାଭିମାନକୁ କୁଠାରଘାତ କରିଛନ୍ତି। ତେଣୁ ଓଡ଼ିଶାର ସ୍ୱାଭିମାନ, ଅସ୍ମିତା ସହ ସମ୍ପର୍କ ରଖୁଥିବା ଏହି ସଂକଳ୍ପକୁ ସମସ୍ତ ବିଧାୟକ ସମର୍ଥନ କରିବାକୁ ଶ୍ରୀ ସାହୁ ଅନୁରୋଧ କରିଥିଲେ। ଶେଷରେ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ସର୍ବସମ୍ମତି କ୍ରମେ ସଂକଳ୍ପଟି ଗୃହୀତ ହେଲା ବୋଲି ଗୃହରେ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର