କାନାଡ଼ା ସ୍କୁଲ୍‌‌ରେ ପଢ଼ାହେବ ଓଡ଼ିଆ, ଟୋରଣ୍ଟ୍‌‌ ଜିଲ୍ଲା ସ୍କୁଲ୍‌‌ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି

The Sakala Picture
Published On

ଭୁବନେଶ୍ୱର: ବିଦେଶ ମାଟିରେ ଆରମ୍ଭ ହେଲା ଓଡ଼ିଆ ଭାଷା ଶିକ୍ଷା। ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ପାଇପାରିବେ। ଟୋରଣ୍ଟ୍‌‌ ଜିଲ୍ଲା ସ୍କୁଲ୍‌‌ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭାଷା ପରି ଅନ୍ୟ କିଛି ଭାରତୀୟ ଭାଷା ଶିକ୍ଷାର ଅନୁମତି ମିଳିଥିବା ଜଣାପଡ଼ିଛି। ଓଡ଼ିଆ ଭାଷା ଶିକ୍ଷାର ଅନୁମତି ମିଳିବା କାନାଡ଼ାରେ ପ୍ରଥମ ବୋଲି ଜଣାଯାଇଛି। କାନାଡ଼ାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ […]

ଭୁବନେଶ୍ୱର: ବିଦେଶ ମାଟିରେ ଆରମ୍ଭ ହେଲା ଓଡ଼ିଆ ଭାଷା ଶିକ୍ଷା। ଏଣିକି ପ୍ରବାସୀ ଓଡ଼ିଆ ଭାରତ ବାହାରେ ଥାଇ ମଧ୍ୟ ଓଡ଼ିଆ ପଢ଼ିବାର ସୁଯୋଗ ପାଇପାରିବେ। ଟୋରଣ୍ଟ୍‌‌ ଜିଲ୍ଲା ସ୍କୁଲ୍‌‌ ବୋର୍ଡରେ ଓଡ଼ିଆ ଶିକ୍ଷା ପାଇଁ ଅନୁମତି ମିଳିଛି। ପୂର୍ବରୁ ହିନ୍ଦୀ ଭାଷା ପରି ଅନ୍ୟ କିଛି ଭାରତୀୟ ଭାଷା ଶିକ୍ଷାର ଅନୁମତି ମିଳିଥିବା ଜଣାପଡ଼ିଛି। ଓଡ଼ିଆ ଭାଷା ଶିକ୍ଷାର ଅନୁମତି ମିଳିବା କାନାଡ଼ାରେ ପ୍ରଥମ ବୋଲି ଜଣାଯାଇଛି। କାନାଡ଼ାରେ ଓଡ଼ିଆ ଭାଷାର ଶିକ୍ଷା ପଛରେ ପ୍ରବାସୀ ଭାରତୀୟ ଆମାଳେନ୍ଦୁ ଦାସଙ୍କର ପ୍ରମୁଖ ଭୂମିକା ରହିଛି।
ଏହାବ୍ୟତୀତ ଏହି ସଫଳତାକୁ ଆଗକୁ ନେବାରେ ଏବଂ ପିଲାଙ୍କ ପଞ୍ଜୀକରଣ ପାଇଁ ସଂପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ସତ୍ୟ ଦାସ ଏବଂ କମଳାକାନ୍ତ ବେହେରାଙ୍କ ଦ୍ୱାରା କରାଯାଇଛି। ଓଡ଼ିଆ କ୍ଲାସ୍‌‌ ପ୍ରତି ଶନିବାର ୩ଘଣ୍ଟା ପାଇଁ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଏହା ଟମ୍‌‌ ଓ ସାଣ୍ଟେଲ୍‌‌ ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ଟୋରଣ୍ଟ୍‌‌ର ଅନ୍ୟ ବୋର୍ଡରେ ପଢ଼ାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୨୫-୩୦ଜଣ ପିଲାଙ୍କ ନାମ ପଞ୍ଜୀକରଣ କରାଯାଇଛି। ଆଗକୁ ଏହି ସଂଖ୍ୟା ବଢ଼ିବ ଓ ଓଡ଼ିଆ ଭାଷା ପଢ଼଼ିବା ପାଇଁ ଆଗ୍ରହ ବୃଦ୍ଧିପାଇବ।

18 Nov 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର