ନୂଆପଡ଼ା ଉପନିର୍ବାଚନ; ସସ୍‌ପେଣ୍ଡ ହେଲେ ଆଉ ଜଣେ ପ୍ରିଜାଇଡିଂ ଅଫିସର...

Deviprasad Mohanty Picture
Published On

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଆଉ ଜଣେ ପ୍ରିଜାଇଡିଂ ଅଫିସର ସସ୍‌ପେଣ୍ଡ ହୋଇଛନ୍ତି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍‌ପେଣ୍ଡ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ୍‌ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ମତଦାନବେଳେ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର