ସିଆରପିଏଫ କ୍ୟାମ୍ପରେ ଅଘଟଣ: ନିଜକୁ ନିଜେ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବରକୋଟସ୍ଥିତ ସିଆରପିଏଫ ୨୧୬ବାଟାଲିୟନର ବେସ କ୍ୟାମ୍ପରେ ରାମପ୍ରତାପ ସିଂ (୪୯)ନାମକ ଜନୈକ ଯବାନ ନିଜ ଏକ୪୭ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ, ଆଜି ସକାଳେ କ୍ୟାମ୍ପରେ ପହରା ଦେଉଥିବା ସମୟରେ ନିଜ ବ୍ୟବହୃତ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟଯ ବାନମାନେ ଆସି ଦେଖିଲାବେଳକୁ ରାମପ୍ରତାପ ମୃତ ଅବସ୍ଥାରେ ପଡ଼ି ରହିଛନ୍ତି। ତାଙ୍କ ଦେହ […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବରକୋଟସ୍ଥିତ ସିଆରପିଏଫ ୨୧୬ବାଟାଲିୟନର ବେସ କ୍ୟାମ୍ପରେ ରାମପ୍ରତାପ ସିଂ (୪୯)ନାମକ ଜନୈକ ଯବାନ ନିଜ ଏକ୪୭ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ, ଆଜି ସକାଳେ କ୍ୟାମ୍ପରେ ପହରା ଦେଉଥିବା ସମୟରେ ନିଜ ବ୍ୟବହୃତ ବନ୍ଧୁକରେ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟଯ ବାନମାନେ ଆସି ଦେଖିଲାବେଳକୁ ରାମପ୍ରତାପ ମୃତ ଅବସ୍ଥାରେ ପଡ଼ି ରହିଛନ୍ତି। ତାଙ୍କ ଦେହ ଉପରେ ବନ୍ଧୁକ ଲାଗି ରହିଛି। ପରବର୍ତି ସମୟରେ କୋମନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନାକୁ ନେଇଥିଲେ। ଯବାନ ଜଣକ ହରିୟାଣାର ବୋଲି ଜଣାପଡ଼ିଛି। ଏ ନେଇ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି। ସେମାନେ ଆସିଲେ ହସ୍ତାନ୍ତର କରାଯିବ। ଉକ୍ତ ଯବାନ କେଉଁକାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଜ୍ୟୋତିରଞ୍ଜନ ଗଉଡ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର